ପୋତିଦେଲେ ଅନନ୍ତ ବାସୁଦେବଙ୍କ ଐତିହ୍ୟ କୂଅ
ପୁରୁଣା ଭୁବନେଶ୍ବର,୯ା୧୧(ସୁବାସ ଚନ୍ଦ୍ର ପ୍ରଧାନ): ଏକାମ୍ର କ୍ଷେତ୍ରର ଅନ୍ୟତମ ଐତିହ୍ୟ ଅନନ୍ତ ବାସୁଦେବ ମନ୍ଦିର ପରିସରରେ ଥିବା ପୁରାତନ କୂଅକୁ ପୋତିଦିଆଯାଇଛି। ଏଥିସହ କୁଅ ନିକଟରେ ଥିବା ଅନେକ ପୁରାତନ ଚୁଲାକୁ ମଧ୍ୟ ଜେସିବି ସହାୟତାରେ ଭାଙ୍ଗି ଦିଆଯାଇଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ କାହା ନିର୍ଦ୍ଦେଶରେ କୁଅକୁ ପୋତି ଦିଆଯାଇଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୁଅକୁ ପୋତି ଠିକାସଂସ୍ଥା ଏଠାରେ ପାର୍କ ନିର୍ମାଣ କରାଯାଉଥିବା ଜଣାପଡ଼ିଛି। ଏହି ପାର୍କ ନିର୍ମାଣ ପାଇଁ […] The post ପୋତିଦେଲେ ଅନନ୍ତ ବାସୁଦେବଙ୍କ ଐତିହ୍ୟ କୂଅ appeared first on Dharitri Odia News.
ପୁରୁଣା ଭୁବନେଶ୍ବର,୯ା୧୧(ସୁବାସ ଚନ୍ଦ୍ର ପ୍ରଧାନ): ଏକାମ୍ର କ୍ଷେତ୍ରର ଅନ୍ୟତମ ଐତିହ୍ୟ ଅନନ୍ତ ବାସୁଦେବ ମନ୍ଦିର ପରିସରରେ ଥିବା ପୁରାତନ କୂଅକୁ ପୋତିଦିଆଯାଇଛି। ଏଥିସହ କୁଅ ନିକଟରେ ଥିବା ଅନେକ ପୁରାତନ ଚୁଲାକୁ ମଧ୍ୟ ଜେସିବି ସହାୟତାରେ ଭାଙ୍ଗି ଦିଆଯାଇଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ କାହା ନିର୍ଦ୍ଦେଶରେ କୁଅକୁ ପୋତି ଦିଆଯାଇଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୁଅକୁ ପୋତି ଠିକାସଂସ୍ଥା ଏଠାରେ ପାର୍କ ନିର୍ମାଣ କରାଯାଉଥିବା ଜଣାପଡ଼ିଛି। ଏହି ପାର୍କ ନିର୍ମାଣ ପାଇଁ କେତେଟଙ୍କା ବ୍ୟୟବରାଦ କରାଯାଇଛି, ଏନେଇ କୌଣସି ଫଳକ ମଧ୍ୟ ଠିକାସଂସ୍ଥା ପକ୍ଷରୁ ଲଗାଯାଇ ନାହିଁ।
ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଆମ୍ସାର ଆକ୍ଟ ଉଲ୍ଲଂଘନ କରି ଅନନ୍ତ ବାସୁଦେବ ମନ୍ଦିର ପ୍ରୋହିବିଟେଡ୍ ଏରିଆ ମଧ୍ୟରେ ବେଆଇନ ଖନନ ଓ ନିର୍ମାଣରେ ରୋକ ଲଗାଇବାକୁ ରାଜ୍ୟ ଏବଂ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଆଇନଜୀବୀ ସୁଜିତ କୁମାର ସ୍ବାଇଁ ଦାବି କରିଛନ୍ତି। ଭାରତୀୟ ନ୍ୟାୟ ସଂହିତା ଧାରା ୩୨୬ ଅନ୍ତର୍ଗତ ସମ୍ପୃକ୍ତ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ମାମଲା ରୁଜୁ କରାଯିବା ଉଚିତ ବୋଲି ଆଇନଜୀବୀ ସ୍ବାଇଁ କହିଛନ୍ତି। ଏ ସମ୍ପର୍କରେ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତି କହିଛନ୍ତି, କୁଅ ପୋତାଯିବା ନେଇ କୌଣସି ଅଭିଯୋଗ ମିଳିନାହିଁ। ଅନୁସନ୍ଧାନ ପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଇନ୍ଟାକ ରାଜ୍ୟ ଆବାହକ ଅନିଲ ଧୀର କହିଛନ୍ତି, ଅନନ୍ତ ବାସୁଦେବ ମନ୍ଦିର ନିକଟ ଐତିହ୍ୟ କୁଅକୁ ପୋତିଦିଆଯାଇଛି। ଏହା ଗ୍ରହଣୀୟ ନୁହେଁ। ଐତିହ ସ୍ଥଳରେ ଖନନ ଏବଂ ନିର୍ମାଣ କାର୍ଯ୍ୟ ଆମସାର ଆକ୍ଟକୁ ଉଲ୍ଲଂଘନ କରୁଛି। ସ୍ଥାନୀୟ କର୍ପୋରେଟର ତଥା ବିଏମ୍ସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାର କହିଛନ୍ତି, ଘଟଣାର ଅନୁସନ୍ଧାନ କରାଯାଇ ପଦକ୍ଷେପ ନିଆଯିବ।
The post ପୋତିଦେଲେ ଅନନ୍ତ ବାସୁଦେବଙ୍କ ଐତିହ୍ୟ କୂଅ appeared first on Dharitri Odia News.