ପୋଲ ତଳକୁ ଓଟୋ ଖସି ୧ ମୃତ,୧୫ ଆହତ

ଜୟପୁର : ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଓଲଟି ପଡିଲା ଏକ ଯାତ୍ରୀବାହୀ ଅଟୋ I ଦୁର୍ଘଟଣାରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ମୁନ୍ଦାର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ନାବାଳିକାଙ୍କୁ ନାଁ ଦାଶି ମୁଦୁଲି I ସେହିପରି ଆହତ ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପ୍ରାଥମିକ […]

ପୋଲ ତଳକୁ ଓଟୋ ଖସି ୧ ମୃତ,୧୫ ଆହତ
ପୋଲ ତଳକୁ ଓଟୋ ଖସି ୧ ମୃତ,୧୫ ଆହତ

ଜୟପୁର : ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଓଲଟି ପଡିଲା ଏକ ଯାତ୍ରୀବାହୀ ଅଟୋ I ଦୁର୍ଘଟଣାରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ମୁନ୍ଦାର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ନାବାଳିକାଙ୍କୁ ନାଁ ଦାଶି ମୁଦୁଲି I ସେହିପରି ଆହତ ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ସହିଦ ଲକ୍ଷ୍ମଣ ନାଏକ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି I ଦୁର୍ଘଟଣାରେ ମୃତାହତ ହୋଇଥିବା ସମସ୍ତେ ସ୍କୁଲ ଛାତ୍ରୀ ଥିବା ଜଣା ପଡିଛି I

ସୂଚନା ଅନୁସାରେ ଗତକାଲି ଦୋଳପୂର୍ଣ୍ଣିମା ଉପଲକ୍ଷେ ଦଶମନ୍ତପୁର ଠାରେ ଦେଶିଆ ନାଚ ଚାଲିଥିଲା I ଏହି ମେଳଣ ଦେଖିବାକୁ ପିଣ୍ଡା ପଦର ପଞ୍ଚାୟତ ଅଧିନସ୍ଥ ବରଗଛ ଗାଁର ଲୋକମାନେ ଏକ ଅଟୋରେ ଯାଇଥିଲେ। ମେଳଣ ଦେଖିସାରି ଆଜି ସକାଳେ ଅଟୋ ଯୋଗେ ୧୬ ଜଣ ଯାତ୍ରୀ ଘରକୁ ଫେରୁଥିଲେ। ଫେରିବା ସମୟରେ ଅଟୋଟି ଭାରସାମ୍ୟ ହରାଇ ମୁନ୍ଦାର ଗାଁ ନିକଟରେ କଲଭର୍ଟ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ୧୬ ଜଣ ଯାକ ଆହତ ହୋଇଥିଲେ I ଆହତମାନଙ୍କୁ ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ଉଦ୍ଧାର କରି ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଏହି ଦୁର୍ଘଟଣାରେ ଦାଶି ମୁଦୁଲି (୧୭)ଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ଖବର ପାଇ ଜୟପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜି କରି ଘଟଣାର ତଦନ୍ତ ଚଳାଇଛି I