ପୋଲତଳୁ ନାବାଳକଙ୍କ ମୃତଦେହ ଜବତ: ହତ୍ୟା ସନ୍ଦେହ

ଯୋଡ଼ା,୧୬ା୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ଅଧୀନ କୋହ୍ଲହୁଣ୍ଡୁଳା ଗ୍ରାମରେ ଥିବା ଏକ ପୋଲତଳୁ ମଙ୍ଗଳବାର ପୋଲିସ ଜଣେ ନାବାଳକଙ୍କ କ୍ଷତବିକ୍ଷତ ମୃତଦେହ ଜବତ କରିଛି। ମୃତ ନାବାଳକ ଜଣକ ହେଲେ ଜାମୁକୁଣ୍ଡିଆ ଗଁାର ଶୁକଦେବ ଲାଗୁରୀ(୧୫)। ସେ ବିଲେଇପଦାସ୍ଥିତ ଏକ ହଷ୍ଟେଲରେ ରହି ପାଠ ପଢୁଥିଲେ। ମକର ଛୁଟିରେ ସେ ଘରକୁ ଯାଇଥିଲେ। ସୋମବାର ସାରେ ଶୁକଦେବ ପାଖ ଗଁାକୁ ମକରମେଳା ଦେଖିବାକୁ ଯାଇ ଘରକୁ ଫେରି ନ ଥିଲେ। ମଙ୍ଗଳବାର ସକାଳୁ ସ୍ଥାନୀୟ […] The post ପୋଲତଳୁ ନାବାଳକଙ୍କ ମୃତଦେହ ଜବତ: ହତ୍ୟା ସନ୍ଦେହ appeared first on Dharitri Odia News.

ପୋଲତଳୁ ନାବାଳକଙ୍କ ମୃତଦେହ ଜବତ: ହତ୍ୟା ସନ୍ଦେହ

ଯୋଡ଼ା,୧୬ା୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ଅଧୀନ କୋହ୍ଲହୁଣ୍ଡୁଳା ଗ୍ରାମରେ ଥିବା ଏକ ପୋଲତଳୁ ମଙ୍ଗଳବାର ପୋଲିସ ଜଣେ ନାବାଳକଙ୍କ କ୍ଷତବିକ୍ଷତ ମୃତଦେହ ଜବତ କରିଛି। ମୃତ ନାବାଳକ ଜଣକ ହେଲେ ଜାମୁକୁଣ୍ଡିଆ ଗଁାର ଶୁକଦେବ ଲାଗୁରୀ(୧୫)। ସେ ବିଲେଇପଦାସ୍ଥିତ ଏକ ହଷ୍ଟେଲରେ ରହି ପାଠ ପଢୁଥିଲେ। ମକର ଛୁଟିରେ ସେ ଘରକୁ ଯାଇଥିଲେ। ସୋମବାର ସାରେ ଶୁକଦେବ ପାଖ ଗଁାକୁ ମକରମେଳା ଦେଖିବାକୁ ଯାଇ ଘରକୁ ଫେରି ନ ଥିଲେ। ମଙ୍ଗଳବାର ସକାଳୁ ସ୍ଥାନୀୟ କିଛି ମହିଳା ଶୌଚ ହେବାକୁ ଯାଇଥିବା ବେଳେ ପୋଲତଳେ ମୃତଦେହ ପଡ଼ିଥିବା ଦେଖିଥିଲେ। ଖବର ପାଇ ଯୋଡ଼ା ଥାନା ଆଇଆଇସି ଲୋକେଶ ସାହୁ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମୃତ୍ୟୁର କାରଣ ଜଣାପଡ଼ି ନ ଥିବା ବେଳେ ଶୁକଦେବଙ୍କ ମୁଁହରେ ରକ୍ତ ଦାଗ ଲାଗିଥିବାରୁ ତାଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଅନୁମାନ କରିଛି। ଘଟଣାସ୍ଥଳରୁ ପୋଲିସ ରକ୍ତ ଲାଗିଥିବା ପଥର ଜବତ କରିଛି। ଏ ନେଇ ଥାନାରେ ଏକ ହତ୍ୟା ମାମଲା (ନଂ.୬୩/୨୪) ରୁଜୁ ହୋଇଥିବା ଫାଣ୍ଡି ଅଧିକାରୀ ସୁରେଶ କୁମାର ସାହୁ ସୂଚନା ଦେଇଛନ୍ତି।

The post ପୋଲତଳୁ ନାବାଳକଙ୍କ ମୃତଦେହ ଜବତ: ହତ୍ୟା ସନ୍ଦେହ appeared first on Dharitri Odia News.