ସ୍ବିଟେକ୍, ଜାବେରଙ୍କ ସହଜ ବିଜୟ
ପ୍ୟାରିସ, ୨୮।୫: ଟପ୍ ସିଡ୍ ଇଗା ସ୍ବିଟେକ ଓ ୮ମ ସିଡ୍ ଓନ୍ସ ଜାବେର ପ୍ରମୁଖ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସର ପ୍ରଥମ ରାଉଣ୍ଡକୁ ସହଜରେ ଅତିକ୍ରମ କରିଛନ୍ତି। ତେବେ ପୁରୁଷ ବିଭାଗର ଅନେକ ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ପୋଲାଣ୍ଡର ସ୍ବିଟେକ ପ୍ରଥମ ରାଉଣ୍ଡରେ ଅଣସିଡେଡ ଫ୍ରାନ୍ସର ଲୌଲିଆ ଜିନ୍ଜିନ୍ଙ୍କୁ ୬-୧, ୬-୨ ସେଟ୍ରେ ପରାସ୍ତ କରିଛନ୍ତି। ସେହିପରି ଟ୍ୟୁନୁସିଆର ଓନ୍ସ ଜାବେର ୬-୩, ୬-୨ ସେଟ୍ରେ ଅଣସିଡେଡ ଆମେରିକାର ସାଚିଆ […] The post ସ୍ବିଟେକ୍, ଜାବେରଙ୍କ ସହଜ ବିଜୟ appeared first on Dharitri Odia News.
ପ୍ୟାରିସ, ୨୮।୫: ଟପ୍ ସିଡ୍ ଇଗା ସ୍ବିଟେକ ଓ ୮ମ ସିଡ୍ ଓନ୍ସ ଜାବେର ପ୍ରମୁଖ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସର ପ୍ରଥମ ରାଉଣ୍ଡକୁ ସହଜରେ ଅତିକ୍ରମ କରିଛନ୍ତି। ତେବେ ପୁରୁଷ ବିଭାଗର ଅନେକ ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ପୋଲାଣ୍ଡର ସ୍ବିଟେକ ପ୍ରଥମ ରାଉଣ୍ଡରେ ଅଣସିଡେଡ ଫ୍ରାନ୍ସର ଲୌଲିଆ ଜିନ୍ଜିନ୍ଙ୍କୁ ୬-୧, ୬-୨ ସେଟ୍ରେ ପରାସ୍ତ କରିଛନ୍ତି। ସେହିପରି ଟ୍ୟୁନୁସିଆର ଓନ୍ସ ଜାବେର ୬-୩, ୬-୨ ସେଟ୍ରେ ଅଣସିଡେଡ ଆମେରିକାର ସାଚିଆ ଭିକେରୀଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଆନାସ୍ତାସିଆ ପୋଟାପୋଭା ୬-୨, ୬-୩ରେ କାମିଲା ରାଖିମୋଭା, ୧୭ଶ ସିଡ୍ ଲ୍ୟୁଡମିଲା ସାମସୋନୋଭା ୬-୧, ୬-୧ରେ ମାଗ୍ଦା ଲିନେଟି, ହିଲି ବାପ୍ଟିଷ୍ଟେ ୪-୬, ୬-୨, ୬-୨ରେ କାୟଲା ଡେ’ଙ୍କୁ ହରାଇ ଆଗକୁ ବଢ଼ିଛନ୍ତି। ସେହିପରି ଦ୍ୱାଦଶ ସିଡ୍ ଜସମିନ ପାଓଲିନି ୬-୩, ୬-୪ରେ ଡାରିଆ ସାଭିଲେଙ୍କୁ ପରାସ୍ତ କରିଛନ୍ତି। ୫ମ ସିଡ୍ ମାର୍କେଟା ଭନ୍ଦ୍ରୋସୋଭା ୬-୧, ୬-୩ରେ ରିବେକା ମାସାରୋଭାଙ୍କୁ, କାଟେ ଭଲିନେଟ୍ସ ୭-୬ (୭/୪), ୬-୨ ସେଟ୍ରେ ଆଲେକସାଣ୍ଡ୍ରା କ୍ରୁନିକ, ଓ୍ବାଙ୍ଗ ଜିନ୍ୟୁ ୦-୬, ୬-୨, ୬-୪ରେ ଜୁଲି ନିଏମେରଙ୍କୁ ଏବଂ ଓଲଗା ଡୋନିଲୋଭିଚ୍ ୬-୧, ୬-୨ରେ ମାର୍ଟିନା ଟ୍ରେଭିସାନଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚତ୍ଛନ୍ତି।
ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍ ଜାନିକ ସିନର ସିଧାସଳଖ ୬-୩, ୬-୩, ୬-୪ରେ ଖ୍ରିଷ୍ଟୋଫର ଇଉବ୍ୟାଙ୍କ୍ସଙ୍କୁ ହରାଇ ପ୍ରଥମ ରାଉଣ୍ଡ ଅତିକ୍ରମ କରିଛନ୍ତି। ୯ମ ସିଡ୍ ଷ୍ଟିଫାନୋସ ସିତ୍ସିପାସ ପ୍ରଥମ ସେଟ୍ରେ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ହେଁ ମାର୍ଟନ ଫୁକ୍ସୋଭିକ୍ସଙ୍କୁ ୭-୬ (୯/୭), ୬-୪, ୬-୧ ସେଟ୍ରେ ବିଜୟୀ ହୋଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟ ପ୍ରଥମ ରାଉଣ୍ଡ ମ୍ୟାଚ ଗୁଡ଼ିକରେ କ୍ୱୋନ୍ ସୁନ୍-ଉ ୬-୩, ୬-୪, ୬-୩ରେ ଇମିଲ ରୁସୁଭୁରିଙ୍କୁ, ୧୫ଶ ସିଡ୍ ବେନ୍ ସିଲଟନ ୩-୬, ୬-୩, ୬-୪, ୬-୪ରେ ହ୍ୟୁଗୋ ଗଷ୍ଟନଙ୍କୁ ଏବଂ ୨୧ତମ ସିଡ୍ ଫେଲିକ୍ସ ଅଗେର ଆଲିସାମି ୬-୨, ୬-୪, ୬-୪ ସେଟ୍ରେ ୟୋଶିହିତୋ ନିଶିଓକାଙ୍କୁ ହରାଇ ଦେଇଛନ୍ତି।
The post ସ୍ବିଟେକ୍, ଜାବେରଙ୍କ ସହଜ ବିଜୟ appeared first on Dharitri Odia News.