ଆଜିଠୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର,୨୬ା୧୧(ସୁନିତ୍‌ ମିଶ୍ର):ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ମୋଟ୍‌ ୩୦ଟି କାର୍ଯ୍ୟ ଦିବସ ରହିଛି। ତେବେ ଅଧିବେଶନର ପ୍ରଥମ ଦିନରେ ଶୋକ ପ୍ରସ୍ତାବ ଆଗତ ହେବ। ଏହାପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିବ। ପରେ ପ୍ରାୟ ଅଧଘଣ୍ଟା ଧରି ଶୂନ୍ୟକାଳ ମାଧ୍ୟମରେ ବିଧାୟକମାନେ ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ କହିବେ। ଯଦି ଗୃହ ଠିକ୍‌ ଭାବେ ଚାଲେ ତେବେ ଏହାପରେ ଆଡ୍‌ଜର୍ନମେଣ୍ଟ ମୋଶନ ଆଗତ ହେବ। […] The post ଆଜିଠୁ ବିଧାନସଭାର ଶୀତ ଅଧିବେଶନ appeared first on Dharitri Odia News.

ଆଜିଠୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର,୨୬ା୧୧(ସୁନିତ୍‌ ମିଶ୍ର):ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ମୋଟ୍‌ ୩୦ଟି କାର୍ଯ୍ୟ ଦିବସ ରହିଛି। ତେବେ ଅଧିବେଶନର ପ୍ରଥମ ଦିନରେ ଶୋକ ପ୍ରସ୍ତାବ ଆଗତ ହେବ। ଏହାପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିବ। ପରେ ପ୍ରାୟ ଅଧଘଣ୍ଟା ଧରି ଶୂନ୍ୟକାଳ ମାଧ୍ୟମରେ ବିଧାୟକମାନେ ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ କହିବେ। ଯଦି ଗୃହ ଠିକ୍‌ ଭାବେ ଚାଲେ ତେବେ ଏହାପରେ ଆଡ୍‌ଜର୍ନମେଣ୍ଟ ମୋଶନ ଆଗତ ହେବ। ବିଧାନସଭାର ଦ୍ୱିତୀୟାର୍ଦ୍ଧରେ ଜିଏସ୍‌ଟି ଅଧ୍ୟାଦେଶ ଉପସ୍ଥାପିତ ହେବ। ଏହାପରେ ରାଜ୍ୟପାଳଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ସମସ୍ତ ବିଲ୍‌ ବିଧାନସଭା ସଚିବ ଗୃହରେ ଉପସ୍ଥାପିତ କରିବେ। ଏହା ସରିବା ପରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରୀ ତାଲିକା ଉପସ୍ଥାପନ କରିବେ।
ସୂଚନାଯୋଗ୍ୟ ଯେ, ଗୃହ କାର୍ଯ୍ୟ ସୁରୁଖୁରୁରେ ଚଲାଇବା ଲାଗି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସୋମବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରମୁଖ ଯୋଗଦେଇଛନ୍ତି। ଗୃହ କାର୍ଯ୍ୟ କିପରି ସୁରୁଖୁରୁରେ ଚାଲିବ ସେନେଇ ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିଛନ୍ତି।

The post ଆଜିଠୁ ବିଧାନସଭାର ଶୀତ ଅଧିବେଶନ appeared first on Dharitri Odia News.