ପୋଲରେ ପିଟିହେଲା ସ୍କୁଟି : ୨ ମୃତ, ୨ ଆହତ
ଜି.ଉଦୟଗିରି,୨୧ା୩(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି କଳିଙ୍ଗା ରାଜ୍ୟ ରାଜପଥ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାଇପଦା ଛକ ନିକଟ ଏକ ପୋଲରେ ସ୍କୁଟି ପିଟିହୋଇ ଦୁର୍ଘଟଣା ଘଟିଛି। ସୂଚନାନୁସାରେ, କଳିଙ୍ଗା ଡୁଗୁଡ଼ିପାରି ଗ୍ରାମର ବାପି ଚନ୍ଦ୍ର ସାହୁ ଏକ ସ୍କୁଟି (ନଂ ଓଡି ୧୨ଇ ୧୦୬୮)ରେ କଳିଙ୍ଗା ଠାରୁ ଜି.ଉଦୟଗିରି ଅଭିମୁଖେ ଆସୁଥିଲେ। ସ୍କୁଟିରେ ବସିଥିବା ଡୁଗୁଡ଼ିପାରିର ବାପି ଚନ୍ଦ୍ର ସାହୁ (୨୫), ମାଲିକାପଡ଼ି ପଞ୍ଚାୟତ ବଳଦଗୁଡ଼ା ଗ୍ରାମର ସୁବାଷ ନାୟକ(୬୫), ଡୁଗୁଡ଼ିପାରି ସଞ୍ଜିତ କୁମାର […] The post ପୋଲରେ ପିଟିହେଲା ସ୍କୁଟି : ୨ ମୃତ, ୨ ଆହତ appeared first on Dharitri Odia News.
ଜି.ଉଦୟଗିରି,୨୧ା୩(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି କଳିଙ୍ଗା ରାଜ୍ୟ ରାଜପଥ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାଇପଦା ଛକ ନିକଟ ଏକ ପୋଲରେ ସ୍କୁଟି ପିଟିହୋଇ ଦୁର୍ଘଟଣା ଘଟିଛି। ସୂଚନାନୁସାରେ, କଳିଙ୍ଗା ଡୁଗୁଡ଼ିପାରି ଗ୍ରାମର ବାପି ଚନ୍ଦ୍ର ସାହୁ ଏକ ସ୍କୁଟି (ନଂ ଓଡି ୧୨ଇ ୧୦୬୮)ରେ କଳିଙ୍ଗା ଠାରୁ ଜି.ଉଦୟଗିରି ଅଭିମୁଖେ ଆସୁଥିଲେ। ସ୍କୁଟିରେ ବସିଥିବା ଡୁଗୁଡ଼ିପାରିର ବାପି ଚନ୍ଦ୍ର ସାହୁ (୨୫), ମାଲିକାପଡ଼ି ପଞ୍ଚାୟତ ବଳଦଗୁଡ଼ା ଗ୍ରାମର ସୁବାଷ ନାୟକ(୬୫), ଡୁଗୁଡ଼ିପାରି ସଞ୍ଜିତ କୁମାର ପ୍ରଧାନ (୬୦), ନାବାଳକ ମନିଷ ସାହୁ(୧୦) ଭାରସାମ୍ୟ ହରେଇ ପୋଲ କାନ୍ଥରେ ପିଟି ହୋଇଥିଲା। ସେମାନଙ୍କ ଚିତ୍କାର କରୁଥିବା ଶୁଣି ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ଆହତଙ୍କୁ ଉଦ୍ଧାର କରି ଏକ ଡାଲା ଅଟୋରେ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ଡାକ୍ତର ଅଶୋକ କୁମାର ପ୍ରଧାନ ପ୍ରାଥମିକ ଚିକିତ୍ସା କରୁଥିବା ବେଳେ ବଳଦଗୁଡ଼ାର ସୁବାଷ ନାୟକ ଏବଂ ଡୁଗୁଡ଼ିପାରି ଗ୍ରାମର ବାପି ଚନ୍ଦ୍ର ସାହୁଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟ ୨ଆହତଙ୍କ ଚାଲିଛି। ସ୍ଥାନୀୟ ପୋଲିସ ଏସ୍ଆଇ କାମରାଜ ରେଡ୍ଡୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।
The post ପୋଲରେ ପିଟିହେଲା ସ୍କୁଟି : ୨ ମୃତ, ୨ ଆହତ appeared first on Dharitri Odia News.