ପୋଲାଭରମ ପ୍ରକଳ୍ପର ଡିୱାଲ କାମ ଆରମ୍ଭ କରିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ଆମ ଜନତା ଅଧିକାର

ଭୁବନେଶ୍ବର: ସେପଟେ ଆନ୍ଧ୍ରର ଚନ୍ଦ୍ରବାବୁ ନାଇଡୁ ସରକାର ନୂଆ ରୂପରେ ପୋଲାଭରମ ପ୍ରକଳ୍ପର ଡିୱାଲ କାମ ଆରମ୍ଭ କରିବାକୁ ନେଇ... The post ପୋଲାଭରମ ପ୍ରକଳ୍ପର ଡିୱାଲ କାମ ଆରମ୍ଭ କରିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ଆମ ଜନତା ଅଧିକାର appeared first on .

ପୋଲାଭରମ ପ୍ରକଳ୍ପର ଡିୱାଲ କାମ ଆରମ୍ଭ କରିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ଆମ ଜନତା ଅଧିକାର

ଭୁବନେଶ୍ବର: ସେପଟେ ଆନ୍ଧ୍ରର ଚନ୍ଦ୍ରବାବୁ ନାଇଡୁ ସରକାର ନୂଆ ରୂପରେ ପୋଲାଭରମ ପ୍ରକଳ୍ପର ଡିୱାଲ କାମ ଆରମ୍ଭ କରିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ଆମ ଜନତା ଅଧିକାର। ସବୁ ନିୟମକୁ ଭାଙ୍ଗି ଆନ୍ଧ୍ର ସରକାର ପୋଲାଭରମ ଡ୍ୟାମର ଉଚ୍ଚତା ମନଇଚ୍ଛା ବଢ଼ାଇ ସେହି ଆଧାରରେ ଏବେ ନୂଆ ଡି ୱାଲ କରୁଛନ୍ତି। ଏପରିକି ଚଳିତ ବର୍ଷ ସୁଦ୍ଧା ଡି ୱାଲ କାମ ସାରିବାକୁ ଲାଗିପଡିଛନ୍ତି ଚନ୍ଦ୍ରବାବୁ ନାଇଡୁ ସରକାର। ଆନ୍ଧ୍ର ସରକାର ଓଡ଼ିଶାର ମାଲକାନଗିରି ଅଞ୍ଚଳକୁ ବୁଡାଇବାକୁ ବ୍ୟସ୍ତ କିନ୍ତୁ ଓଡିଶା ସରକାର ନିଜ ଅଞ୍ଚଳକୁ ବୁଡାଇବାକୁ ଅପେକ୍ଷା କରିଛନ୍ତି ଓ ଚୁପ ବସିଛନ୍ତି। ଏହାର ପ୍ରତିବାଦରେ ଆମ ଜନତା ଅଧିକାର ମୁଗି ପଏଣ୍ଟ, ମାଲକାନଗିରି ଓ ଭୁବନେଶ୍ୱରରେ ଆନ୍ଦୋଳନ କରିବାକୁ ଯୋଜନା କରିଛି। ବିଜେପିର ୨୦ ଜଣ ସାଂସଦଙ୍କୁ ରାଜ୍ୟବାସୀ ନିର୍ବାଚିତ କରିଛନ୍ତି। ତା ସତ୍ତ୍ୱେ ମଧ୍ୟ ଓଡିଶା ଯଦି ନ୍ୟାୟ ନ ପାଇବ ତାହେଲେ ଓଡିଶାବାସୀ ସରକାରକୁ କେବେ କ୍ଷମା ଦେବେନି ବୋଲି ଚେତାବନୀ ଦେଲେ ଆମ ଜନତା ଅଧିକାର ସଂଯୋଜକ ପ୍ରସନ୍ନ ବିଷୋୟୀ।

The post ପୋଲାଭରମ ପ୍ରକଳ୍ପର ଡିୱାଲ କାମ ଆରମ୍ଭ କରିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ଆମ ଜନତା ଅଧିକାର appeared first on .