ପୋଲିସ ଇନଫର୍ମର ସନ୍ଦେହରେ ଅପହରଣ, ୧୩ ଦିନ ପରେ ଉଦ୍ଧାର କଲା ପୋଲିସ

ବୈପାରୀଗୁଡା ୨୦।୮: ପୋଲିସ ଇନଫର୍ମର ସନ୍ଦେହରେ  ପ୍ରଥମେ ଦୁଇ ଭାଇଙ୍କ ମଧ୍ୟରେ ଝଗଡା । ପରେ ସାନ ଭାଇକୁ ଅପହରଣ କଲା ବଡ଼ ଭାଇ । ଆଉ ୧୩ ଦିନ ପରେ ସୋମବାର ରାତିରେ ଅପହୃତ ସାନ ଭାଇକୁ ଉଦ୍ଧାର କଲା ପୋଲିସ  l କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି  l ଅପହୃତ ଯୁବକ ହେଲେ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତ ମାଙ୍କିଡି ଗାଁର ଶ୍ୟାମ ହିଆଲ  l  ପୋଲିସ ଇନଫର୍ମର ସନ୍ଦେହରେ ୫ ତାରିଖ ଦିନ ଶ୍ୟାମ ଓ ତାଙ୍କ ବଡ଼ ଭାଇ ରବି ହିଆଲଙ୍କ ମଧ୍ୟରେ ଝଗଡା ହୋଇଥିଲା l ଝଗଡା ପରେ ପୁରୁଣାପାଣି ଗାଁରୁ ଶ୍ୟାମକୁ ବନ୍ଧୁକ ଦେଖାଇ  ଅପହରଣ କରାଯାଇଛି l ୧୩ ଦିନ ପରେ ସୋମବାର ରାତିରେ ଶ୍ୟାମକୁ କୋଟାଛକ ନିକଟରେ ଆଣି ଛାଡି ଦିଆଯାଇଛି  l ଖବର ପାଇ ବୈପାରୀଗୁଡା ପୋଲିସ ଶ୍ୟାମକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l ଅପହରଣ ଘଟଣାକୁ ନେଇ ବଡ଼ ଭାଇ ରବି ହିଆଲଙ୍କ ବିରୋଧରେ ବୈପାରୀଗୁଡା ଥାନାରେ  ଏତଲା ଦେଲା ଶ୍ୟାମ ହିଆଲ l ଏ ଘଟଣାକୁ ନେଇ ଶ୍ୟାମ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।You Can Read:ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ହୋଇ ରହିପାରିବୁ ନାହିଁ, ଯେଉଁଠୁ ସୁବିଧା ହେବ ସେଠୁ ଆଳୁ ଆଣିବୁ : ଯୋଗାଣ ମନ୍ତ୍ରୀ

ପୋଲିସ ଇନଫର୍ମର ସନ୍ଦେହରେ ଅପହରଣ, ୧୩ ଦିନ ପରେ ଉଦ୍ଧାର କଲା ପୋଲିସ

ବୈପାରୀଗୁଡା ୨୦।୮: ପୋଲିସ ଇନଫର୍ମର ସନ୍ଦେହରେ  ପ୍ରଥମେ ଦୁଇ ଭାଇଙ୍କ ମଧ୍ୟରେ ଝଗଡା । ପରେ ସାନ ଭାଇକୁ ଅପହରଣ କଲା ବଡ଼ ଭାଇ । ଆଉ ୧୩ ଦିନ ପରେ ସୋମବାର ରାତିରେ ଅପହୃତ ସାନ ଭାଇକୁ ଉଦ୍ଧାର କଲା ପୋଲିସ  l କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି  l ଅପହୃତ ଯୁବକ ହେଲେ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତ ମାଙ୍କିଡି ଗାଁର ଶ୍ୟାମ ହିଆଲ  l  

ପୋଲିସ ଇନଫର୍ମର ସନ୍ଦେହରେ ୫ ତାରିଖ ଦିନ ଶ୍ୟାମ ଓ ତାଙ୍କ ବଡ଼ ଭାଇ ରବି ହିଆଲଙ୍କ ମଧ୍ୟରେ ଝଗଡା ହୋଇଥିଲା l ଝଗଡା ପରେ ପୁରୁଣାପାଣି ଗାଁରୁ ଶ୍ୟାମକୁ ବନ୍ଧୁକ ଦେଖାଇ  ଅପହରଣ କରାଯାଇଛି l ୧୩ ଦିନ ପରେ ସୋମବାର ରାତିରେ ଶ୍ୟାମକୁ କୋଟାଛକ ନିକଟରେ ଆଣି ଛାଡି ଦିଆଯାଇଛି  l ଖବର ପାଇ ବୈପାରୀଗୁଡା ପୋଲିସ ଶ୍ୟାମକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l ଅପହରଣ ଘଟଣାକୁ ନେଇ ବଡ଼ ଭାଇ ରବି ହିଆଲଙ୍କ ବିରୋଧରେ ବୈପାରୀଗୁଡା ଥାନାରେ  ଏତଲା ଦେଲା ଶ୍ୟାମ ହିଆଲ l ଏ ଘଟଣାକୁ ନେଇ ଶ୍ୟାମ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

You Can Read:

ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ହୋଇ ରହିପାରିବୁ ନାହିଁ, ଯେଉଁଠୁ ସୁବିଧା ହେବ ସେଠୁ ଆଳୁ ଆଣିବୁ : ଯୋଗାଣ ମନ୍ତ୍ରୀ