ଭାରତରେ ଏଲନ ମସ୍କ ଫ୍ୟାକ୍ଟ୍ରି ଖୋଲିବା ଖବରରେ ଅସନ୍ତୁଷ୍ଟ ଡୋନାଲ୍ଡ ଟ୍ରମ୍ପ, ଜାଣନ୍ତୁ କହିଲେ କ’ଣ?

ନୂଆଦିଲ୍ଲୀ ୨୦।୨: ଭାରତକୁ ଆସୁଛି ଟେସ୍ଲା, ହେଲେ ଏହି ଖବରରେ ସବୁଠୁ ଅଧିକ ଅସନ୍ତୁଷ୍ଟ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ। ନିଜେ ଟ୍ରମ୍ପ ଏହା କହିଛନ୍ତି। ଇଲେକ୍ଟ୍ରିକ୍ କାର ନିର୍ମାତା ଟେସ୍ଲା ସିଇଓ ଏଲନ ମସ୍କ ଭାରତରେ କାରଖାନା କରିବା ଖବରରେ ଟ୍ରମ୍ପ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆମେରିକାର ଏକ ନ୍ୟୁଜ୍ ଚ୍ୟାନେଲ ଫକ୍ସ ନ୍ୟୁଜ୍ କୁ ଦେଇଥିବା ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯଦି ସେ ଭାରତରେ କାରଖାନା କରୁଛନ୍ତି ଠିକ୍ କଥା, ହେଲେ ଆମ ଲାଗି ଏହା ଅନୁଚିତ। ମସ୍କଙ୍କ ସହିତ ଏକ ସାକ୍ଷାତକାରରେ ଟ୍ରମ୍ପ ଟେସ୍ଲାର ଭାରତରେ ଏଣ୍ଟ୍ରିକୁ ଅନୁଚିତ ବୋଲି କହିଛନ୍ତି। ଟ୍ରମ୍ପ କହିଛନ୍ତି ମୋତେ ଲାଗୁଛି ଭାରତରେ ଟେସ୍ଲାର କାରଖାନା ଖୋଲିବା ଲାଗି କୌଣସି ବି ନିଷ୍ପତ୍ତି ଭୁଲ ହୋଇପାରେ। ଟ୍ରମ୍ପ ତାଙ୍କର ଏହି ରାୟ ସେତେବେଳେ ରଖିଛନ୍ତି ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ କାଳରେ ମସ୍କଙ୍କୁ ଭେଟିଥିଲେ ଓ ଏହା ପରେ ଟେସ୍ଲା ଭାରତରେ ନିଯୁକ୍ତି ଆରମ୍ଭ କରିଥିବା ଖବର ଆସୁଛି। ଆମେରିକୀୟ ନ୍ୟୁଜ୍ ଚ୍ୟାନେଲ ଫକ୍ସ ନ୍ୟୁଜର ଉପସ୍ଥାପକ ସିଏନ ହାନ୍ନିଟିଙ୍କ ସହିତ ସାକ୍ଷାତକାରରେ ଟ୍ରମ୍ପ ଓ ମସ୍କ ଉଭୟ ସାମିଲ ଥିଲେ। ଏଥିରେ ଟ୍ରମ୍ପ ଟାରିଫକୁ ନେଇ ପୁଣି ଥରେ ଭାରତ ଉପରେ ବର୍ଷିଛନ୍ତି, ଏହା ସହିତ ଭାରତରେ ଟେସ୍ଲାର କାରଖାନା ଖୋଲିବା ଯୋଜନା ଉପରେ ପ୍ରଶ୍ନ ଉଠାଇଛନ୍ତି। ଟ୍ରମ୍ପ କହିଛନ୍ତି ବିଶ୍ୱର ସବୁ ଦେଶ ଆମର ଫାଇ

ଭାରତରେ ଏଲନ ମସ୍କ ଫ୍ୟାକ୍ଟ୍ରି ଖୋଲିବା ଖବରରେ ଅସନ୍ତୁଷ୍ଟ ଡୋନାଲ୍ଡ ଟ୍ରମ୍ପ, ଜାଣନ୍ତୁ କହିଲେ କ’ଣ?

ନୂଆଦିଲ୍ଲୀ ୨୦।୨: ଭାରତକୁ ଆସୁଛି ଟେସ୍ଲା, ହେଲେ ଏହି ଖବରରେ ସବୁଠୁ ଅଧିକ ଅସନ୍ତୁଷ୍ଟ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ। ନିଜେ ଟ୍ରମ୍ପ ଏହା କହିଛନ୍ତି। ଇଲେକ୍ଟ୍ରିକ୍ କାର ନିର୍ମାତା ଟେସ୍ଲା ସିଇଓ ଏଲନ ମସ୍କ ଭାରତରେ କାରଖାନା କରିବା ଖବରରେ ଟ୍ରମ୍ପ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆମେରିକାର ଏକ ନ୍ୟୁଜ୍ ଚ୍ୟାନେଲ ଫକ୍ସ ନ୍ୟୁଜ୍ କୁ ଦେଇଥିବା ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯଦି ସେ ଭାରତରେ କାରଖାନା କରୁଛନ୍ତି ଠିକ୍ କଥା, ହେଲେ ଆମ ଲାଗି ଏହା ଅନୁଚିତ। 

ମସ୍କଙ୍କ ସହିତ ଏକ ସାକ୍ଷାତକାରରେ ଟ୍ରମ୍ପ ଟେସ୍ଲାର ଭାରତରେ ଏଣ୍ଟ୍ରିକୁ ଅନୁଚିତ ବୋଲି କହିଛନ୍ତି। ଟ୍ରମ୍ପ କହିଛନ୍ତି ମୋତେ ଲାଗୁଛି ଭାରତରେ ଟେସ୍ଲାର କାରଖାନା ଖୋଲିବା ଲାଗି କୌଣସି ବି ନିଷ୍ପତ୍ତି ଭୁଲ ହୋଇପାରେ। ଟ୍ରମ୍ପ ତାଙ୍କର ଏହି ରାୟ ସେତେବେଳେ ରଖିଛନ୍ତି ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ କାଳରେ ମସ୍କଙ୍କୁ ଭେଟିଥିଲେ ଓ ଏହା ପରେ ଟେସ୍ଲା ଭାରତରେ ନିଯୁକ୍ତି ଆରମ୍ଭ କରିଥିବା ଖବର ଆସୁଛି। 

ଆମେରିକୀୟ ନ୍ୟୁଜ୍ ଚ୍ୟାନେଲ ଫକ୍ସ ନ୍ୟୁଜର ଉପସ୍ଥାପକ ସିଏନ ହାନ୍ନିଟିଙ୍କ ସହିତ ସାକ୍ଷାତକାରରେ ଟ୍ରମ୍ପ ଓ ମସ୍କ ଉଭୟ ସାମିଲ ଥିଲେ। ଏଥିରେ ଟ୍ରମ୍ପ ଟାରିଫକୁ ନେଇ ପୁଣି ଥରେ ଭାରତ ଉପରେ ବର୍ଷିଛନ୍ତି, ଏହା ସହିତ ଭାରତରେ ଟେସ୍ଲାର କାରଖାନା ଖୋଲିବା ଯୋଜନା ଉପରେ ପ୍ରଶ୍ନ ଉଠାଇଛନ୍ତି। ଟ୍ରମ୍ପ କହିଛନ୍ତି ବିଶ୍ୱର ସବୁ ଦେଶ ଆମର ଫାଇଦା ଉଠଉଛନ୍ତି। ସେମାନେ ଆମେରିକୀୟ ଜିନିଷ ଉପରେ ଟାରିଫ ଲଗାଉଛନ୍ତି। ସେ ମସ୍କଙ୍କ ଆଡକୁ ଇସାରା କରି କହିଛନ୍ତି ଯେ ସେମାନେ ଏପରି ପରିବେଶ ସୃଷ୍ଟି କରୁଛନ୍ତି ଯେଉଁଥିରେ ଆମେରିକୀୟ କାରର ବିକ୍ରି ଭାରତୀୟ ବଜାରରେ ଅସମ୍ଭବ ହୋଇପଡୁଛି। 

ଟ୍ରମ୍ପ କହିଛନ୍ତି ଏହି କଥାର ସତ୍ୟତା କେତେ ତାହା ମୁଁ ଜାଣେନା, କିନ୍ତୁ ଯଦି ଏହା ହେଉଥାଏ ତେବେ ଅନୁଚିତ ହେବ। ମସ୍କ ଭାରତରେ କାରଖାନା କରିବାକୁ ଚାହୁଁଛନ୍ତି ତ ଠିକ ଅଛି, ହେଲେ ଏହା ଆମ ପାଇଁ ଭୁଲ ହେବ, ବହୁତ ବଡ଼ ଭୁଲ ହେବ। ମସ୍କ କହିଛନ୍ତି ଯେ ଭାରତରେ ଆମେରିକୀୟ କାର ଉପରେ ୧୦୦ ପ୍ରତିଶତ ଟାରିଫ ଲାଗୁଛି, ଟ୍ରମ୍ପ ଏହାକୁ ବହୁତ ଅଧିକ ବୋଲି କହିଛନ୍ତି। ଗତବର୍ଷ ଟେସ୍ଲା ଭାରତ ଆସିବା ଏକ ପ୍ରକାର ନିଶ୍ଚିତ ମନେ କରାଯାଉଥିଲା। ହେଲେ ଠିକ୍ ସମୟରେ ମସ୍କ ତାଙ୍କ ନିଷ୍ପତ୍ତି ବଦଳାଇ ଦେଇଥିଲେ। ଏବେ ଖବର ଆସୁଛି ଭାରତରେ ଟେସ୍ଲା ଏପ୍ରିଲରୁ କାରବାର ଆରମ୍ଭ କରିପାରେ।