ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡ କୋର ମାଓବାଦୀ ନିହତ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି : ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡ କୋର ମାଓବାଦୀ ନିହତ । ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲା ସରଣ୍ଡା ଜଙ୍ଗଲରେ ସୁରକ୍ଷା କର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ମହିଳା ମାଓବାଦୀଙ୍କ ସମେତ ଦୁଇ ମାଓବାଦୀ ନିହତ ହୋଇଛନ୍ତି । ମୃତ ମାଓବାଦୀ ହେଲେ ମାଓ ସଙ୍ଗଠନର ଜୋନାଲ୍ କମିଟି ସଦସ୍ୟ ବିନୟ ଗଞ୍ଜୁ ଏବଂ ଏରିଆ କମିଟି ସଦସ୍ଯ ହେମନ୍ତି ମଝିୟାନ । ଏହା ସହ ଘଟଣା ସ୍ଥଳରୁ […] The post ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡ କୋର ମାଓବାଦୀ ନିହତ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ appeared first on KNews Odisha.

ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡ କୋର ମାଓବାଦୀ ନିହତ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ
MAOIST

ମାଲକାନଗିରି : ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡ କୋର ମାଓବାଦୀ ନିହତ । ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲା ସରଣ୍ଡା ଜଙ୍ଗଲରେ ସୁରକ୍ଷା କର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ମହିଳା ମାଓବାଦୀଙ୍କ ସମେତ ଦୁଇ ମାଓବାଦୀ ନିହତ ହୋଇଛନ୍ତି । ମୃତ ମାଓବାଦୀ ହେଲେ ମାଓ ସଙ୍ଗଠନର ଜୋନାଲ୍ କମିଟି ସଦସ୍ୟ ବିନୟ ଗଞ୍ଜୁ ଏବଂ ଏରିଆ କମିଟି ସଦସ୍ଯ ହେମନ୍ତି ମଝିୟାନ । ଏହା ସହ ଘଟଣା ସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ୨ଟି ଇନ୍ ସାସ୍ ରାଇଫଲ, ୩୧୩ଟି ଅଫୁଟା ଗୁଳି, ୯ଟି ଇନ୍ ସାସ୍ ମାଗାଜିନ୍, ୫ଟି ୱାକିଟାକି, ୨୮ଟି ଡିଟୋନେଟର, ମୋବାଇଲ୍, ପେନ୍ ଡ୍ରାଇଭ୍, ନକ୍ସଲ ପୋଷାକ ଜବତ ହୋଇଛି ।

ମାଓବାଦୀ ଗତିବିଧି ଖବର ପାଇ ସୋନୁଆ ଥାନା ଲୋଞ୍ଜୋ ପାହାଡ଼ରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ସୁରକ୍ଷାବାହିନୀ । ଭୋର ସମୟରେ ଉଭୟ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । ଏନକାଉଣ୍ଟରରେ ନିହତ ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଏହି ଏନକାଉଣ୍ଟରରେ ସିଆର୍ ପିଏଫ୍ ର ଜଣେ ଜବାନ ଗୁରୁତର ହୋଇଛି । ଜବାନଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଯାଇଛି ।

ଅନ୍ୟପଟେ ଗତକାଲି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା SP ଙ୍କ ନିକଟରେ ୨୯ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । କୁତୁଲ ଏରିଆ କମ୍ମିଟି ମାଓ ସଙ୍ଗଠନର ଏମାନେ ସମସ୍ତେ ସକ୍ରିୟ ସଦସ୍ୟ ଥିଲେ । ଏମାନଙ୍କ ମଧ୍ୟରୁ ୨୦ ଜଣ ପୁରୁଷ ଏବଂ ୭ ଜଣ ମହିଳା ମାଓବାଦୀ ଥିଲେ । ପୋଲିସ ତରଫରୁ ସମସ୍ତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଥଇଥାନ କରାଯିବ ବୋଲି ପୋଲିସ କହିଛି । ତେବେ ନାରାୟଣ ପୋଲିକୁ କେବେ ମଧ୍ୟ ଏତେ ସଂଖ୍ୟାରେ ନକ୍ସଲ ଆତ୍ମସମର୍ପଣ କରିଥିବା ରେକର୍ଡ ନାହିଁ ।  ଏହି ନକ୍ସଲମାନଙ୍କୁ ପୋଲିସ ପଚରାଉଚରା କରିବା ପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସୁଛି ବୋଲି ପୋଲିସ କହିଛି ।

 

ଆହୁରି ପଢ଼ନ୍ତୁ : ଯାତ୍ରା ଦେଖିବା ହେଲା କାଳ, ଗୋଟିଏ ରାତିରେ ୪ଟି ଘରେ କଳାକନା ବୁଲାଇଲେ ଚୋର

 

The post ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡ କୋର ମାଓବାଦୀ ନିହତ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ appeared first on KNews Odisha.