ପୋଲିସ କବ୍ଜାରେ ଦୁର୍ଦ୍ଦାନ୍ତ ମାଓ ନେତା ସାଇନୁ ମୁନ୍ସି ଜେଟୀ
ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ବିକାଶ ଫରସେଗଡ ପୋଲିସ ଦ୍ୱାରା ଧରାପଡିଥିଲା ଏବଂ ଅତ୍ୟଧିକ ଅସୁସ୍ଥ ଥିବାରୁ ତାଙ୍କୁ ଚିକିତ୍ସା ପରେ ଗିରଫ କରାଯାଇଥିଲା।
ପୋଲିସ କବଜାରେ ଦୁର୍ଦ୍ଦାନ୍ତ ମାଓ ନେତା ବିକାଶ ଓରଫ ସାଇନୁ ମୁନ୍ସି ଜେଟୀ । ବିକାଶକୁ ଗିରଫ କରିଛି ଛତିଶଗଡ଼ ବିଜାପୁର ପୋଲିସ । ବିକାଶ ନାଁରେ ଛତିଶଗଡ ସରକାର ୮ ଲକ୍ଷ ଟଙ୍କା ଏବଂ ମହାରାଷ୍ଟ୍ର ସରକାର ୧୬ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ।
ଅଧିକ ପଢନ୍ତୁ: ଭିଜିଲାନ୍ସ ପଞ୍ଝାରେ ପୋଲିସ ବାବୁ; ଟଙ୍କା ନେଇ ଗିରଫ ହେଲେ କୋଟଗଡ଼ ଥାନା ASI...
ବିକାଶ ଓରଫ ସାଇନୁ ଜେଟି ମାଓବାଦୀ ସଂଗଠନର ଦକ୍ଷିଣ ଗାଡଚିରୋଲି ଡିଭିଜନର ଆହେରୀ ଡାଲାମର DVCM ପଦବୀରେ ରହି ମାଓବାଦୀ କାର୍ଯ୍ୟକଳାପରେ ସକ୍ରୀୟ ଥିଲା। ଛତିଶଗଡ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନା ରାଜ୍ୟରେ କ୍ରମାଗତ ଭାବରେ ଅନେକ ହିଂସାକାଣ୍ଡ ଘଟାଉଥିଲା। ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ବିକାଶ ଫରସେଗଡ ପୋଲିସ ଦ୍ୱାରା ଧରାପଡିଥିଲା ଏବଂ ଅତ୍ୟଧିକ ଅସୁସ୍ଥ ଥିବାରୁ ତାଙ୍କୁ ଚିକିତ୍ସା ପରେ ଗିରଫ କରାଯାଇଥିଲା।
ଗିରଫ ହୋଇଥିବା ମାଓବାଦୀଙ୍କ ନିକଟରୁ ନଗଦ ୮୦ ହଜାର ଟଙ୍କା, ମାଓବାଦୀ ୟୁନିଫର୍ମ, ମାଓବାଦୀ ସାହିତ୍ୟ, ପାମ୍ପଲେଟ୍, ନୋଟବୁକ୍ ଏବଂ ଔଷଧ ଜବତ କରାଯାଇଛି। ଗିରଫ ହୋଇଥିବା ମାଓବାଦୀଙ୍କ ବିରୋଧରେ ମହାରାଷ୍ଟ୍ରରେ ୨୫ ରୁ ଅଧିକ ଅପରାଧିକ ମାମଲା ଏବଂ ବିଜାପୁରରେ ୮ଟି ଅପରାଧିକ ମାମଲା ପଞ୍ଜିକୃତ ହୋଇଛି। ପୋଲିସ ଷ୍ଟେସନ ଫରେସଗଡ ଏବଂ CAF 13 / E କର୍ପସର ମିଳିତ କାର୍ଯ୍ୟାନୁଷ୍ଠାନ ପରେ ତାଙ୍କୁ ସ୍ୱତନ୍ତ୍ର ଏନଆଇଏ କୋର୍ଟ ଡାଣ୍ଟେୱାଡାରେ ନ୍ୟାୟିକ ରିମାଣ୍ଡରେ ପଠାଯାଇଛି।