ପୋଲିସ କମିଶନର କ୍ୟାମ୍ପରେ ପଶିଗଲା ମାଙ୍କଡ, ପରେ ଏପରି କିଛି କଲେ କମିଶନର

ବର୍ତ୍ତମାନ ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଯେଉଁଥିପାଇଁ ପ୍ରାୟ ସମସ୍ତଙ୍କୁ ସମସ୍ୟା ହେଉଛି। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭାଇରାଲ ଭିଡିଓଟି ଉତ୍ତରପ୍ରଦେଶର। ଏକ ମାଙ୍କଡ଼ ହଠାତ୍‌ ପୋଲିସ କମିଶନର କ୍ୟାମ୍ପରେ ପଶି ହିଟର ସମ୍ମୁଖରେ ବସୁଛି। ତେବେ ତାକୁ ନ ଘଉଡାଇ ଏସ୍‌ଆଇ ଏପରି କିଛି କଲେ ଯେଉଥିପାଇଁ ତାଙ୍କୁ ପ୍ରଶଂସା କରାଯାଉଛି। ଏହି ଭିଡିଓଟି ଏକ୍ସରେ ଜାନୁଆରୀ ୧୮ରେ ‘ପୋଲିସ କମିଶନର କାନପୁର ନାଗର’ ପୋଷ୍ଟ […] The post ପୋଲିସ କମିଶନର କ୍ୟାମ୍ପରେ ପଶିଗଲା ମାଙ୍କଡ, ପରେ ଏପରି କିଛି କଲେ କମିଶନର appeared first on Dharitri Odia News.

ପୋଲିସ କମିଶନର କ୍ୟାମ୍ପରେ ପଶିଗଲା ମାଙ୍କଡ, ପରେ ଏପରି କିଛି କଲେ କମିଶନର

ବର୍ତ୍ତମାନ ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଯେଉଁଥିପାଇଁ ପ୍ରାୟ ସମସ୍ତଙ୍କୁ ସମସ୍ୟା ହେଉଛି। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭାଇରାଲ ଭିଡିଓଟି ଉତ୍ତରପ୍ରଦେଶର। ଏକ ମାଙ୍କଡ଼ ହଠାତ୍‌ ପୋଲିସ କମିଶନର କ୍ୟାମ୍ପରେ ପଶି ହିଟର ସମ୍ମୁଖରେ ବସୁଛି। ତେବେ ତାକୁ ନ ଘଉଡାଇ ଏସ୍‌ଆଇ ଏପରି କିଛି କଲେ ଯେଉଥିପାଇଁ ତାଙ୍କୁ ପ୍ରଶଂସା କରାଯାଉଛି।

ଏହି ଭିଡିଓଟି ଏକ୍ସରେ ଜାନୁଆରୀ ୧୮ରେ ‘ପୋଲିସ କମିଶନର କାନପୁର ନାଗର’ ପୋଷ୍ଟ କରିଥିଲେ। ସେ କ୍ୟାପଶନରେ ଲେଖିଛନ୍ତି, ଶୀତରେ କମ୍ପୁଥିବା ଏକ ମାଙ୍କଡ଼ ହଠାତ୍‌ ପୋଲିସ କମିଶନର କ୍ୟାମ୍ପରେ ପଶି ହିଟର ସମ୍ମୁଖରେ ବସିଗଲେ। ଡ୍ୟୁଟିରେ ଥିବା ଏସ୍‌ଆଇ ଅଶୋକ କୁମାର ଗୁପ୍ତା ତା ସମସ୍ୟା ବୁଝି ତାକୁ ଘଉଡାଇ ନ ଥିଲେ। ବରଂ କିଛି ସମୟ ତାର ଯତ୍ନ ନେଇଥିଲେ। ପରେ ମାଙ୍କଡ଼ କାହାର କୌଣସି କ୍ଷତି ନକରି ଆରାମରେ ଚାଲଯାଇଥିଲା । ଏହି ଭିଡିଓକୁ ଅନେକ ଲାଇକ୍‌ ଓ କମେଣ୍ଟ ମିଳିଛି।

 

The post ପୋଲିସ କମିଶନର କ୍ୟାମ୍ପରେ ପଶିଗଲା ମାଙ୍କଡ, ପରେ ଏପରି କିଛି କଲେ କମିଶନର appeared first on Dharitri Odia News.