ପୋଲିସ କର୍ମଚାରୀଙ୍କ ବେପରୁଆ ଗାଡ଼ିଚାଳନା, ଘର ଭିତରେ ପଶାଇଦେଲେ ଗାଡ଼ି, କାବୁ କଲେ ଲୋକେ
ଢେଙ୍କାନାଳ, ୨୮।୩(ରତନ ନାୟାର): କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ବେପରୁଆ ଗାଡି ଚାଳନା। ନିଶାଶକ୍ତ ଅବସ୍ଥାରେ ବେପରୁଆ କାର ଚଳାଇ ଏକ ଜଳଖିଆ ଠେଲାକୁ ଧକ୍କା ଦେଇ ଜଣଙ୍କ ଘରର ଭିତରେ ପଶେଇଦେଲେ ଗାଡି। ଘରର ମୁଖ୍ୟ ଫାଟକ ଭାଙ୍ଗି ଘର ଭିତରକୁ ଗାଡିଟି ପଶିଯାଇଥିବା ବେଳେ ସେହି ସମୟରେ ରାସ୍ତାରେ ଯାଉଥିବା ଜଣେ ମହିଳା ତାଙ୍କ ଶିଶୁ କନ୍ୟା ଅଳ୍ପକେ ବର୍ତ୍ତିଯାଇଛନ୍ତି । ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ଜୁବୁଲି ଟାଉନ କଦମ ଛକଠାରେ ଏହି ଦୁର୍ଘଟଣା ଘଟିଛି। […] The post ପୋଲିସ କର୍ମଚାରୀଙ୍କ ବେପରୁଆ ଗାଡ଼ିଚାଳନା, ଘର ଭିତରେ ପଶାଇଦେଲେ ଗାଡ଼ି, କାବୁ କଲେ ଲୋକେ appeared first on Dharitri Odia News.
ଢେଙ୍କାନାଳ, ୨୮।୩(ରତନ ନାୟାର): କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ବେପରୁଆ ଗାଡି ଚାଳନା। ନିଶାଶକ୍ତ ଅବସ୍ଥାରେ ବେପରୁଆ କାର ଚଳାଇ ଏକ ଜଳଖିଆ ଠେଲାକୁ ଧକ୍କା ଦେଇ ଜଣଙ୍କ ଘରର ଭିତରେ ପଶେଇଦେଲେ ଗାଡି। ଘରର ମୁଖ୍ୟ ଫାଟକ ଭାଙ୍ଗି ଘର ଭିତରକୁ ଗାଡିଟି ପଶିଯାଇଥିବା ବେଳେ ସେହି ସମୟରେ ରାସ୍ତାରେ ଯାଉଥିବା ଜଣେ ମହିଳା ତାଙ୍କ ଶିଶୁ କନ୍ୟା ଅଳ୍ପକେ ବର୍ତ୍ତିଯାଇଛନ୍ତି । ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ଜୁବୁଲି ଟାଉନ କଦମ ଛକଠାରେ ଏହି ଦୁର୍ଘଟଣା ଘଟିଛି। ପୋଲିସଜଣଙ୍କ ହେଲେ ଈଶ୍ୱର ଚନ୍ଦ୍ର ତରାଇ l ତାଙ୍କୁ ଏବଂ ତାଙ୍କ ସହିତ ଥିବା ଅନ୍ୟ ଜଣଙ୍କୁ ସାହି ଲୋକ କାବୁ କରି ରଖିଛନ୍ତି l ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି l
The post ପୋଲିସ କର୍ମଚାରୀଙ୍କ ବେପରୁଆ ଗାଡ଼ିଚାଳନା, ଘର ଭିତରେ ପଶାଇଦେଲେ ଗାଡ଼ି, କାବୁ କଲେ ଲୋକେ appeared first on Dharitri Odia News.