ପୋଲିସ ଗୁଳିରେ ଟଳିଲେ ୯ରୁ ଊର୍ଦ୍ଧ୍ୱ ମାଓବାଦୀ

ମାଲକାନଗିରି,୨ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡରେ ପୋଲିସ ଗୁଳିରେ ମଙ୍ଗଳବାର ୯ରୁ ଊର୍ଦ୍ଧ୍ୱ ମାଓବାଦୀ ନିହତ ହୋଇଥିବା ବେଳେ ବହୁ ସଂଖ୍ୟାରେ ମାଓବାଦୀ ଆହତ ହୋଇଥିବା ଜଣାପଡିଛି । ତଲାସୀ ସମୟରେ ଅତ୍ୟାଧୁନିକ ବନ୍ଧୁକ ଓ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ ହୋଇଛି । ସୂଚନା ଅନୁଯାୟୀ, ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲା ଲେଣ୍ଡରା ଓ କରଚୋଲି ଜଙ୍ଗଲରେ ମଙ୍ଗଳବାର ପୋଲିସ, ଡିଆର୍‌ଜ ଓ କୋବ୍ରା ବାହିନୀ ପକ୍ଷରୁ ମିଳିତ ତଲାସି ଅଭିଯାନ ଜାରି ରହିଥିଲା। ଜଙ୍ଗଲରେ […] The post ପୋଲିସ ଗୁଳିରେ ଟଳିଲେ ୯ରୁ ଊର୍ଦ୍ଧ୍ୱ ମାଓବାଦୀ appeared first on Dharitri Odia News.

ପୋଲିସ ଗୁଳିରେ ଟଳିଲେ ୯ରୁ ଊର୍ଦ୍ଧ୍ୱ ମାଓବାଦୀ

ମାଲକାନଗିରି,୨ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡରେ ପୋଲିସ ଗୁଳିରେ ମଙ୍ଗଳବାର ୯ରୁ ଊର୍ଦ୍ଧ୍ୱ ମାଓବାଦୀ ନିହତ ହୋଇଥିବା ବେଳେ ବହୁ ସଂଖ୍ୟାରେ ମାଓବାଦୀ ଆହତ ହୋଇଥିବା ଜଣାପଡିଛି । ତଲାସୀ ସମୟରେ ଅତ୍ୟାଧୁନିକ ବନ୍ଧୁକ ଓ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ ହୋଇଛି ।

ସୂଚନା ଅନୁଯାୟୀ, ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲା ଲେଣ୍ଡରା ଓ କରଚୋଲି ଜଙ୍ଗଲରେ ମଙ୍ଗଳବାର ପୋଲିସ, ଡିଆର୍‌ଜ ଓ କୋବ୍ରା ବାହିନୀ ପକ୍ଷରୁ ମିଳିତ ତଲାସି ଅଭିଯାନ ଜାରି ରହିଥିଲା। ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀମାନେ ଯବାନଙ୍କୁ ଦେଖି ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଯାହାର ପାଲଟା ଜବାବ ଦେଇଥିଲେ ଯବାନମାନେ। ଦୀର୍ଘ ସମୟଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ବେଳେ ମାଓବାଦୀମାନେ ଯବାନଙ୍କୁ ସାମ୍ନା କରି ନ ପାରି ଛତ୍ରଭଙ୍ଗ ଦେଇ ଜଙ୍ଗଲ ମଧ୍ୟକୁ ପଳାଇ ଯାଇଥିଲେ। ପରେ ଅଞ୍ଚଳରେ ଯବାନମାନେ ତଲାସି ଅଭିଯାନ ବେଳେ ୯ରୁ ଊର୍ଦ୍ଧ୍ୱ ମାଓବାଦୀଙ୍କ ମୃତଦେହ ସହ ଅନେକ ଅତ୍ୟାଧୁନିକ ବନ୍ଧୁକ, ବିସ୍ଫୋରକ ଓ ମାଓବାଦୀ ସାମଗ୍ରୀ ଜବତ କରିଥିଲେ। ମୃତକଙ୍କ ସଂଖ୍ୟା ଅଧିକ ବଢିପାରେ ବୋଲି ଅନୁମାନ କରାଯାଉଛି।

ଏନେଇ ବସ୍ତର ଆଇଜି ସୁନ୍ଦରରାଜ ପି. ପ୍ରକାଶ କହିିଛନ୍ତି, ଏହି ଅପରେଶନ୍‌ ସମୟରେ ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ଯବାନମାନେ ଏହାର ଜବାବ ଦେଇଥିଲେ। ଯବାନମାନେ କୋମ୍ବିଂରୁ ଫେରିବା ପରେ ମାଓବାଦୀଙ୍କ ପରିଚୟ ଓ ମୃତକଙ୍କ ସଂଖ୍ୟା ସ୍ପଷ୍ଟ ହେବ ବୋଲି ସେ କହିିଛନ୍ତି।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୭ ତାରିଖରେ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ ସହ ଗୁଳି ବିନିମୟ ବେଳେ ୨ ମହିଳାଙ୍କ ସମେତ ୬ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରେ ମାଓବାଦୀ ସଙ୍ଗଠନର ଡେପୁଟି କମାଣ୍ଡର ନାଗେଶ, ତାଙ୍କ ସ୍ତ୍ରୀ ଏବଂ ଅନ୍ୟ ଜଣେ ମହିଳା ମାଓବାଦୀ ରହିଥିଲେ।

The post ପୋଲିସ ଗୁଳିରେ ଟଳିଲେ ୯ରୁ ଊର୍ଦ୍ଧ୍ୱ ମାଓବାଦୀ appeared first on Dharitri Odia News.