ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୩ ମାଓବାଦୀ
ମାଲକାନଗିରି,୪।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲା ପୋଲିସ ନିକଟରେ ରବିବାର ୩ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ପିଡମେଲ ଆର୍ପିସି ମିଲିସିୟା ଡେପୁଟି କମାଣ୍ଡର ମଡକମ୍ ସୁକ୍କା, ମିଲିସିୟା ସଦସ୍ୟ ବଂଜାମ ସୋମା ଏବଂ କବାସୀ ଭିମା। ମାଓବାଦୀ ମଡକମ୍ ସୁକ୍କାଙ୍କ ନାମରେ ପେଲମପଲ୍ଲୀ ଥାନାରେ ବିଭିନ୍ନ ଆପରାଧିକ ମାମଲା ରହିଛି। ମାଓବାଦୀ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିବା ଆତ୍ମସମର୍ପଣ କରିଥିବା ୩ […] The post ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୩ ମାଓବାଦୀ appeared first on Dharitri Odia News.
ମାଲକାନଗିରି,୪।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲା ପୋଲିସ ନିକଟରେ ରବିବାର ୩ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ପିଡମେଲ ଆର୍ପିସି ମିଲିସିୟା ଡେପୁଟି କମାଣ୍ଡର ମଡକମ୍ ସୁକ୍କା, ମିଲିସିୟା ସଦସ୍ୟ ବଂଜାମ ସୋମା ଏବଂ କବାସୀ ଭିମା।
ମାଓବାଦୀ ମଡକମ୍ ସୁକ୍କାଙ୍କ ନାମରେ ପେଲମପଲ୍ଲୀ ଥାନାରେ ବିଭିନ୍ନ ଆପରାଧିକ ମାମଲା ରହିଛି। ମାଓବାଦୀ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିବା ଆତ୍ମସମର୍ପଣ କରିଥିବା ୩ ମାଓବାଦୀ ପ୍ରକାଶ କରିଛନ୍ତି। ଆତ୍ମସମର୍ପଣ କରିଥିବା ୩ ମାଓବାଦୀଙ୍କୁ ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ଏସ୍ପି ପ୍ରତାପ ସିଂ ପ୍ରକାଶ କରିଛନ୍ତି।
The post ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୩ ମାଓବାଦୀ appeared first on Dharitri Odia News.