ପୋଲିସ ପଞ୍ଝାରେ ୫ ଡକାୟତ, ସୁନା, ଟଙ୍କା ସହ ଦାମୀ ମୋବାଇଲ ଘଣ୍ଟା ଜବତ
ସୋରଡ଼ା : ପୋଲିସ ପଞ୍ଝାରେ ପାଞ୍ଚ ଡକାୟତ । ମାସେ ତଳେ ସୁନା ଦୋକାନୀଙ୍କୁ ଲୁଟ କରିଥିବା ଡକାୟତ ଗିରଫ । ଗଞ୍ଜାମ ଜିଲ୍ଲା ଧରାକୋଟ ପୋଲିସକୁ ସଫଳତା । ୫ ଡକାୟତଙ୍କ ଠାରୁ ୧୫୦ ଗ୍ରାମ ସୁନା, ଦୁଇ କିଲୋ ରୁପା , ନଗଦ ୫୮ ହଜାର ଟଙ୍କା ସହ ଦୁଇଟି ଦାମୀ ମୋବାଇଲ ଘଣ୍ଟା ଜବତ ହୋଇଛି । ଜୁଲାଇ ୧୩ ତାରିଖରେ ଧରାକୋଟ ଥାନା ସୁନାମୁହି ଗାଁର ସୁନା ବ୍ୟବସାୟୀ ଗୋପାଳ କୃଷ୍ଣ […] The post ପୋଲିସ ପଞ୍ଝାରେ ୫ ଡକାୟତ, ସୁନା, ଟଙ୍କା ସହ ଦାମୀ ମୋବାଇଲ ଘଣ୍ଟା ଜବତ appeared first on KNews Odisha.

ସୋରଡ଼ା : ପୋଲିସ ପଞ୍ଝାରେ ପାଞ୍ଚ ଡକାୟତ । ମାସେ ତଳେ ସୁନା ଦୋକାନୀଙ୍କୁ ଲୁଟ କରିଥିବା ଡକାୟତ ଗିରଫ । ଗଞ୍ଜାମ ଜିଲ୍ଲା ଧରାକୋଟ ପୋଲିସକୁ ସଫଳତା । ୫ ଡକାୟତଙ୍କ ଠାରୁ ୧୫୦ ଗ୍ରାମ ସୁନା, ଦୁଇ କିଲୋ ରୁପା , ନଗଦ ୫୮ ହଜାର ଟଙ୍କା ସହ ଦୁଇଟି ଦାମୀ ମୋବାଇଲ ଘଣ୍ଟା ଜବତ ହୋଇଛି । ଜୁଲାଇ ୧୩ ତାରିଖରେ ଧରାକୋଟ ଥାନା ସୁନାମୁହି ଗାଁର ସୁନା ବ୍ୟବସାୟୀ ଗୋପାଳ କୃଷ୍ଣ ଜେନା ଦୋକାନ ବନ୍ଦ କରିବା ସମୟରେ ଗ୍ରାହକ ରୂପେ ଆସି ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଲୁଟ କରିଥିଲେ । ବନ୍ଧୁକ ଦେଖାଇ ତିନି କିଲୋ ସୁନା , ଆଠ କିଲୋ ରୁପା ଓ ନଗଦ ଦୁଇ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ପୋଲିସ ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢଉ କରି ୫ଜଣଙ୍କୁ ଗିରଫ କରିଛି । ଡକାୟତି ଗ୍ୟାଙ୍ଗର ମୁଖ୍ୟ କାଳୁ ବଡାତ୍ୟା । କାଳୁ ନାମରେ ପୂର୍ବରୁ ୧୬ଟି ମାମଲା ରହିଛି । ତିନି ଜଣ ଏବେ ବି ଫେରାର ଥିବା ଆସିକା ଏସଡିପିଓ ସଞ୍ଜୟ ମହାପାତ୍ର ପ୍ରେସମିଟରେ ସୂଚନା ଦେଇଛନ୍ତି ।
The post ପୋଲିସ ପଞ୍ଝାରେ ୫ ଡକାୟତ, ସୁନା, ଟଙ୍କା ସହ ଦାମୀ ମୋବାଇଲ ଘଣ୍ଟା ଜବତ appeared first on KNews Odisha.