‘ପୋଲିସ ମୋତେ ମାରିବାକୁ ଚାହୁଁଛି’

ଲକ୍ଷ୍ନୌ,୧୮।୭: ଭାଜପା ବିଧାୟକ ଫତେହ ବାହାଦୂର ସିଂ ଉତ୍ତରପ୍ରଦେଶ ପୋଲିସ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି। ପୋଲିସ ଅପରାଧୀମାନଙ୍କ ସହ ମିଶି ତାଙ୍କୁ ମାରିବାକୁ ଚାହୁଁଥିବା ସେ କହିଛନ୍ତି। ତେବେ ଫତେହ ବାହାଦୂର ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀର ବାହାଦୂର ସିଂଙ୍କ ପୁଅ। ସେ ୨୦୦୭ରୁ ୨୦୧୨ ଯାଏ ବିଏସ୍‌ପି ସରକାରରେ ମନ୍ତ୍ରୀ ମଧ୍ୟ ରହିଥିଲେ। ଫତେହ ବାହାଦୂରଙ୍କ ଅଭିଯୋଗ ମୁତାବକ, ମୋ ଜୀବନ ପ୍ରତି ବିପଦ ରହିଛି। ସ୍ଥାନୀୟ ପୋଲିସ ଅପରାଧୀଙ୍କ ସହ ମିଶି ମୋତେ […] The post ‘ପୋଲିସ ମୋତେ ମାରିବାକୁ ଚାହୁଁଛି’ appeared first on Dharitri Odia News.

‘ପୋଲିସ ମୋତେ ମାରିବାକୁ ଚାହୁଁଛି’

ଲକ୍ଷ୍ନୌ,୧୮।୭: ଭାଜପା ବିଧାୟକ ଫତେହ ବାହାଦୂର ସିଂ ଉତ୍ତରପ୍ରଦେଶ ପୋଲିସ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି। ପୋଲିସ ଅପରାଧୀମାନଙ୍କ ସହ ମିଶି ତାଙ୍କୁ ମାରିବାକୁ ଚାହୁଁଥିବା ସେ କହିଛନ୍ତି। ତେବେ ଫତେହ ବାହାଦୂର ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀର ବାହାଦୂର ସିଂଙ୍କ ପୁଅ। ସେ ୨୦୦୭ରୁ ୨୦୧୨ ଯାଏ ବିଏସ୍‌ପି ସରକାରରେ ମନ୍ତ୍ରୀ ମଧ୍ୟ ରହିଥିଲେ।

ଫତେହ ବାହାଦୂରଙ୍କ ଅଭିଯୋଗ ମୁତାବକ, ମୋ ଜୀବନ ପ୍ରତି ବିପଦ ରହିଛି। ସ୍ଥାନୀୟ ପୋଲିସ ଅପରାଧୀଙ୍କ ସହ ମିଶି ମୋତେ ଜୀବନରୁ ମାରିବାକୁ ଚାହୁଁଛି। ସେମାନେ ଏଥିଲାଗି କୋଟିଏ ଟଙ୍କା ଚାନ୍ଦା ଆଦାୟ କରିଛନ୍ତି। ଏସବୁ କଥା ମୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କହିସାରିଛି। ଦଶ ବାର ଦିନ ହୋଇସାରିଲାଣି, କୌଣସି ଶୁଣାଣି ହୋଇନାହିଁ। ମୁଁ ଗୃହମନ୍ତ୍ରୀ ଅମିତ ଶାହା, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି। ମୋ’ ଉପରେ କେବେ ବି ଆକ୍ରମଣ ହୋଇପାରେ। ’

କହିରଖୁଛୁ, ଫତେହ ବାହାଦୂର ବିଏସ୍‌ପି ପ୍ରମୁଖ ମାୟାବତୀଙ୍କ ପାଖ ଲୋକ ଥିଲେ। ସେ ବିଏସ୍‌ପି ସରକାରରେ ମନ୍ତ୍ରୀ ରହିଥିଲେ। ବିଧାନସଭା ଅଧିବେଶନ ସମୟରେ ସେ ମାୟାବତୀଙ୍କ ଡାହାଣ ପଟ ଚଉକିରେ ବସିଥିବା ଦେଖାଯାଏ। ହେଲେ ସମୟ ସହ ପରିସ୍ଥିତି ବି ବଦଳିଲା। ବିଏସ୍‌ପିରୁ କ୍ୟାବିନେଟ ମନ୍ତ୍ରୀ ରହିଥିଲେ ହେଁ ମାୟାବତୀଙ୍କ ସହ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।

The post ‘ପୋଲିସ ମୋତେ ମାରିବାକୁ ଚାହୁଁଛି’ appeared first on Dharitri Odia News.