ପୋଲିସ ହେପାଜତରୁ ଅଭିଯୁକ୍ତ ଫେରାର୍! ଚାପିବାକୁ ଚାଲିଛି ଉଦ୍ୟମ
ବରଗଡ,୨୪।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ସୋହେଲା ଥାନା ଅଞ୍ଚଳରେ ସଂଘଟିତ ଏକ ଲୁଟ ମାମଲାର ଜଣେ ଅଭିଯୁକ୍ତ ପୋଲିସ ହେପାଜତରେ ଥାଇ ଫେରାର୍ ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ପୋଲିସ ଏହି ଘଟଣାକୁ ଖଣ୍ଡନ କରିଛି। ପଦ୍ମପୁର ଏସଡିପିଓ ବିଭୁତି ଭୂଷଣ ଭୋଇଙ୍କୁ ପଚାରିବାରୁ ସେଭଳି କିଛି ଘଟି ନ ଥିବା ସେ କହିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ଚାପିଦେବା ପାଇଁ ରାଜନୈତିକ ସ୍ତରରେ ପୋଲିସ ଉପରେ ଚାପ ପକାଯାଊଛି ବୋଲି […] The post ପୋଲିସ ହେପାଜତରୁ ଅଭିଯୁକ୍ତ ଫେରାର୍! ଚାପିବାକୁ ଚାଲିଛି ଉଦ୍ୟମ appeared first on Dharitri Odia News.
ବରଗଡ,୨୪।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ସୋହେଲା ଥାନା ଅଞ୍ଚଳରେ ସଂଘଟିତ ଏକ ଲୁଟ ମାମଲାର ଜଣେ ଅଭିଯୁକ୍ତ ପୋଲିସ ହେପାଜତରେ ଥାଇ ଫେରାର୍ ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ପୋଲିସ ଏହି ଘଟଣାକୁ ଖଣ୍ଡନ କରିଛି। ପଦ୍ମପୁର ଏସଡିପିଓ ବିଭୁତି ଭୂଷଣ ଭୋଇଙ୍କୁ ପଚାରିବାରୁ ସେଭଳି କିଛି ଘଟି ନ ଥିବା ସେ କହିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ଚାପିଦେବା ପାଇଁ ରାଜନୈତିକ ସ୍ତରରେ ପୋଲିସ ଉପରେ ଚାପ ପକାଯାଊଛି ବୋଲି ସାଧାରଣରେ ଆଲୋଚିତ ହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ୨ ଅଭିଯୁକ୍ତ କନଗାଁସ୍ଥିତ ଏକ କ୍ରସର ମାଲିକଙ୍କଠାରୁ ବନ୍ଧୁକ ମୁନରେ
ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ଏଭଳି ଅଭିଯୋଗ ପାଇବା ପରେ ପୋଲିସ ୨ଅଭିଯୁକ୍ତଙ୍କୁ ଥାନାକୁ ଆଣିଥିଲା। ତେବେ ୨ ଅଭିଯୁକ୍ତକୁ ଧରି ପୋଲିସ ବଲାଙ୍ଗୀର ଜିଲା ରାଜଆଗଲପୁରକୁ ଯାଉଥିବାବେଳେ ବାଟରେ ଗାଡିଟି ଫସି ଯାଇଥିଲା ଏବଂ ସେଠାରୁ ଜଣେ ଅଭିଯୁକ୍ତ ପୋଲିସ ହେପାଜତରେ ଥାଇ ଫେରାର୍ ହୋଇ ଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି।
The post ପୋଲିସ ହେପାଜତରୁ ଅଭିଯୁକ୍ତ ଫେରାର୍! ଚାପିବାକୁ ଚାଲିଛି ଉଦ୍ୟମ appeared first on Dharitri Odia News.