ପୋଲିସକୁ ବଡ଼ ସଫଳତା: କାଜୁ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ୨୫୫୫ କେଜି ଗଞ୍ଜେଇ ଜବତ

ଦାରିଙ୍ଗବାଡି,୧୦।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ପୋଲିସକୁ ପୁଣି ସଫଳତା ମିଳିଛି । ଗଞ୍ଜେଇ ଅମଳ ପରେ ବାହାରକୁ ଚାଲାଣ ପାଇଁ କାଜୁ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ୨୫୫୫କେଜି ଗଞ୍ଜେଇକୁ ପୋଲିସ ସୋମବାର ଜବତ କରି ଥାନାକୁ ଆଣିଛି । ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ହେବ ବୋଲି ଜଣାପଡିଛି। ଏ ସଂକ୍ରାନ୍ତ ରେ ପୋଲିସ କାହାରିକୁ ଗିରଫ କରିବାରେ ସଫଳ ହୋଇନଥିବା ବେଳେ ଅଭିଯୁକ୍ତଙ୍କୁ ଖୋଜୁଛି। ପ୍ରକାଶ ଯେ, […] The post ପୋଲିସକୁ ବଡ଼ ସଫଳତା: କାଜୁ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ୨୫୫୫ କେଜି ଗଞ୍ଜେଇ ଜବତ appeared first on Dharitri Odia News.

ପୋଲିସକୁ ବଡ଼ ସଫଳତା: କାଜୁ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ୨୫୫୫ କେଜି ଗଞ୍ଜେଇ ଜବତ

ଦାରିଙ୍ଗବାଡି,୧୦।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ପୋଲିସକୁ ପୁଣି ସଫଳତା ମିଳିଛି । ଗଞ୍ଜେଇ ଅମଳ ପରେ ବାହାରକୁ ଚାଲାଣ ପାଇଁ କାଜୁ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ୨୫୫୫କେଜି ଗଞ୍ଜେଇକୁ ପୋଲିସ ସୋମବାର ଜବତ କରି ଥାନାକୁ ଆଣିଛି । ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ହେବ ବୋଲି ଜଣାପଡିଛି। ଏ ସଂକ୍ରାନ୍ତ ରେ ପୋଲିସ କାହାରିକୁ ଗିରଫ କରିବାରେ ସଫଳ ହୋଇନଥିବା ବେଳେ ଅଭିଯୁକ୍ତଙ୍କୁ ଖୋଜୁଛି।

ପ୍ରକାଶ ଯେ, ଉକ୍ତ ଥାନା କୁମ୍ଭାରୀଗାଁ ପଞ୍ଚାୟତ ପାଡିକିଆ ଗ୍ରାମରେ ଥିବା ଏକ କାଜୁ ଜଙ୍ଗଲ ଭିତରେ ଗଞ୍ଜେଇ ଭର୍ତ୍ତି ବସ୍ତା ରହିଥିବା ପୋଲିସକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା। ସବଇନ୍ସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧିଙ୍କ ନେତୃତ୍ୱରେ ସଦଳବଳ ପହଞ୍ଚି ଗଞ୍ଜେଇକୁ ଜବତ କରାଯାଇଥିଲା। ଏନେଇ ପୋଲିସ ଏକ ମାମଲା (୨୭/୨୫)ରୁଜୁ କରି ଅଧିକା ତଦନ୍ତ ଚାଲିଥିବା ପୋଲିସ କହିଛି । ଗଞ୍ଜେଇ ଅମଳ ପରେ ଏବେ ଚୋରାଚାଲାଣ ପାଇଁ ମାଫିଆମାନେ ଉଦ୍ୟମ କରୁଥିବାବେଳେ ପୋଲିସ ମଧ୍ୟ ଚଢ଼ାଉ ଜାରି ରଖିବା ସହ ପାଟ୍ରୋଲିଂକୁ ବୃଦ୍ଧି କରାଯାଇଥିବା ପୋଲିସ କହିଛି।

The post ପୋଲିସକୁ ବଡ଼ ସଫଳତା: କାଜୁ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ୨୫୫୫ କେଜି ଗଞ୍ଜେଇ ଜବତ appeared first on Dharitri Odia News.