ପୋଲିସଙ୍କ ଆଗରେ ମତ ରଖିଲେ କରିନା କହିଲେ ଆକ୍ରମଣକାରୀ ବହୁତ ହିଂସ୍ର ଥିଲା

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରାମାଡ ଘଟଣାକୁ ନେଇ ସବୁଠି ବେଶ ଚର୍ଚ୍ଚା । ଯାହାର ତଦନ୍ତ କରୁଛି ମୁମ୍ବାଇ ପୋଲିସ । ଶେଷରେ କରୀନା କପୁର ପୋଲିସଙ୍କ ଆଗରେ ନିଜର ମତ ରଖିଛନ୍ତି । ଅଭିନେତ୍ରୀ କରୀନା କପୁର ପୁଲିସକୁ କହିଛନ୍ତି ସୈଫ ଙ୍କୁ ମୁମ୍ବାଇ ଆପାର୍ଟମେଣ୍ଟରେ ଆକ୍ରମଣ କରିଥିବା ଦୁର୍ବୁତ୍ତ ଆକ୍ରମଣାତ୍ମକ ଥିଲେ ଏବଂ ଅନେକ ଥର ସୈଫଙ୍କୁ ଛୁରୀ ମାରିଥିଲା । ସେ  ଘରର କିଛି  ଜିନିଷ ଚୋରି କରି […] The post ପୋଲିସଙ୍କ ଆଗରେ ମତ ରଖିଲେ କରିନା କହିଲେ ଆକ୍ରମଣକାରୀ ବହୁତ ହିଂସ୍ର ଥିଲା appeared first on KNews Odisha.

ପୋଲିସଙ୍କ ଆଗରେ ମତ ରଖିଲେ କରିନା କହିଲେ ଆକ୍ରମଣକାରୀ ବହୁତ ହିଂସ୍ର ଥିଲା
kareena2

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରାମାଡ ଘଟଣାକୁ ନେଇ ସବୁଠି ବେଶ ଚର୍ଚ୍ଚା । ଯାହାର ତଦନ୍ତ କରୁଛି ମୁମ୍ବାଇ ପୋଲିସ । ଶେଷରେ କରୀନା କପୁର ପୋଲିସଙ୍କ ଆଗରେ ନିଜର ମତ ରଖିଛନ୍ତି । ଅଭିନେତ୍ରୀ କରୀନା କପୁର ପୁଲିସକୁ କହିଛନ୍ତି ସୈଫ ଙ୍କୁ ମୁମ୍ବାଇ ଆପାର୍ଟମେଣ୍ଟରେ ଆକ୍ରମଣ କରିଥିବା ଦୁର୍ବୁତ୍ତ ଆକ୍ରମଣାତ୍ମକ ଥିଲେ ଏବଂ ଅନେକ ଥର ସୈଫଙ୍କୁ ଛୁରୀ ମାରିଥିଲା ।

ସେ  ଘରର କିଛି  ଜିନିଷ ଚୋରି କରି ପାରିନାହିଁ ।  କରୀନା କହିଛନ୍ତି  ସୈଫ୍ ଏକାକୀ ଆକ୍ରମଣକାରୀଙ୍କୁ ସାମ୍ନା କରିଥିଲେ । ଯେତେବେଳେ ଆକ୍ରମଣ ହୋଇଥିଲା ସେତେବେଳେ ସୈଫ୍‌ ଘରର ସମସ୍ତ ପିଲା ଏବଂ ମହିଳାଙ୍କୁମାନଙ୍କୁ  ବିଲ୍ଡିଂର ୧୨ ମହଲାକୁ ପଠାଇଦେଇଥିଲେ  । ସେ ସମସ୍ତଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିଥିଲେ । ସୈଫ୍ ଆକ୍ରମଣକାରୀଙ୍କୁ ସାମ୍ନାକୁ ଆସିବାରୁ ଦୁର୍ବୃତ୍ତ  ପୁଅ ପାଖରେ ପହଞ୍ଚି ପାରିନଥିଲା ବୋଲି କରୀନା କହିଛନ୍ତି ।

ସୈଫ ଅଲ୍ଲୀ ଖାନଙ୍କୁ ଛୁରି ଆକ୍ରମଣ ଘଟଣାରେ ଆଉ ଜଣକୁ ଗିରଫ କରିଛି ମୁମ୍ବାଇ ପୋଲିସ । ମୁମ୍ବାଇ ପୋଲିସ ମଧ୍ୟପ୍ରଦେଶରୁ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି । ମଧ୍ୟପ୍ରଦେଶରେ ମୁମ୍ବାଇ ପୋଲିସ ଗିରଫ ହୋଇଥିବା ସନ୍ଦିଗ୍ଧକୁ ପଚରାଉଚରା କରି ଯାଞ୍ଚ ଜାରି ରଖିଛି ।

ଆକ୍ରମଣ ଘଟଣାକୁ ୬୦ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି । ତଥାପି ପୋଲିସ ମୁଖ୍ୟ ଆକ୍ରମଣକାରୀକୁ ଧରିପାରିନି । ପୋଲିସ ଜଣେ ସନ୍ଦିଗ୍ଧଙ୍କ ପରିଚୟ ଖୋଜି ବାହାର କରିଛି । ସନ୍ଦିଗ୍ଧ ଜଣକ ଏହି ଆକ୍ରମଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ହେବାର ପୁରା ସମ୍ଭାବନା ରହିଛି । ପୋଲିସ ଏହି ମାମଲାରେ ଏପର୍ଯ୍ୟନ୍ତ ୫୦ ଜଣଙ୍କୁ ପଚରାଉଚରା କରିସାରିଛି । ଏହି ମାମଲାରେ ୩୫ ଟିମ୍ ନିୟୋଜିତ ହୋଇଛି ।

Also read:ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା, ଆଉ ଜଣେ ସନ୍ଦିଗ୍ଧ ଗିରଫ

 

 

The post ପୋଲିସଙ୍କ ଆଗରେ ମତ ରଖିଲେ କରିନା କହିଲେ ଆକ୍ରମଣକାରୀ ବହୁତ ହିଂସ୍ର ଥିଲା appeared first on KNews Odisha.