ପୋଲିସର ଚଢ଼ାଉ: ୩ ବନ୍ଧୁକ, ୭୦ ଗୁଳି ଜବତ
କେନ୍ଦ୍ରାପଡ଼ା,୯ା୫(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହର ଥାନା ଅନ୍ତର୍ଗତ ଇନ୍ଦାଳୋଠାରେ ଗତ ୪ ତାରିଖରେ ଗୁଳିକାଣ୍ଡ ହୋଇଥିଲା। ଏହି ଗୁଳିକାଣ୍ଡରେ ଅପରାଧୀଙ୍କୁ ଧରିବାକୁ ଜିଲା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଏହିି କ୍ରମରେ ଗୁରୁବାର ବିଳମ୍ବିତ ରାତିରେ ଟାଉନ ଥାନା ଅନ୍ତର୍ଗତ ସହରର ଦିଲାରପୁରର ସେକ ଓ୍ବାସିମ୍ଙ୍କ ଘର ଉପରେ ଶୁକ୍ରବାର ଚଢ଼ାଉ ହୋଇଥିଲା। ଏହି ସମୟରେ ଘର ମଧ୍ୟରେ ଥିବା ୩ ବନ୍ଧୁକ ଓ ୭୦ ଗୁଳି ଜବତ ହୋଇଛି। ତେବେ ଚଢ଼ାଉ ପୂର୍ବରୁ ଘର […] The post ପୋଲିସର ଚଢ଼ାଉ: ୩ ବନ୍ଧୁକ, ୭୦ ଗୁଳି ଜବତ appeared first on Dharitri Odia News.
କେନ୍ଦ୍ରାପଡ଼ା,୯ା୫(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହର ଥାନା ଅନ୍ତର୍ଗତ ଇନ୍ଦାଳୋଠାରେ ଗତ ୪ ତାରିଖରେ ଗୁଳିକାଣ୍ଡ ହୋଇଥିଲା। ଏହି ଗୁଳିକାଣ୍ଡରେ ଅପରାଧୀଙ୍କୁ ଧରିବାକୁ ଜିଲା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଏହିି କ୍ରମରେ ଗୁରୁବାର ବିଳମ୍ବିତ ରାତିରେ ଟାଉନ ଥାନା ଅନ୍ତର୍ଗତ ସହରର ଦିଲାରପୁରର ସେକ ଓ୍ବାସିମ୍ଙ୍କ ଘର ଉପରେ ଶୁକ୍ରବାର ଚଢ଼ାଉ ହୋଇଥିଲା। ଏହି ସମୟରେ ଘର ମଧ୍ୟରେ ଥିବା ୩ ବନ୍ଧୁକ ଓ ୭୦ ଗୁଳି ଜବତ ହୋଇଛି। ତେବେ ଚଢ଼ାଉ ପୂର୍ବରୁ ଘର ମାଲିକ ଓ୍ବାସିମ୍ ଫେରାର ହୋଇଛନ୍ତ। ଘରର ଜଣେ ମହିଳା ସଦସ୍ୟଙ୍କୁ ଟାଉନ ଥାନାରେ ଅଟକ ରଖି ପଚରାଉଚରା ଚାଲିଛି।
The post ପୋଲିସର ଚଢ଼ାଉ: ୩ ବନ୍ଧୁକ, ୭୦ ଗୁଳି ଜବତ appeared first on Dharitri Odia News.