ପୋଲିସର ସ୍ପେଶାଲ ଡ୍ରାଇଭ୍‌: ୨୬ ନାବାଳିକାଙ୍କୁ ଉଦ୍ଧାର

ଛତ୍ରପୁର,୨୧ା୪(ସନ୍ତୋଷ ପାଢ଼ୀ): ସାରା ରାଜ୍ୟରେ ଶିଶୁ ଅପହରଣ ଓ ନିଖୋଜ ନେଇ ଚହଳ ପଡିଛି। ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ନିଖୋଜ ଶିଶୁଙ୍କୁ ଠାବ କରି ଉଦ୍ଧାର କରିବା ଲାଗି ସ୍ପେଶାଲ ଡ୍ରାଇଭ୍‌ ନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଏହିକ୍ରମରେ ଗଞ୍ଜାମ ପୋଲିସ ଜିଲା ଅଧୀନ ବିଭିନ୍ନ ଥାନା ପକ୍ଷରୁ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୮ ନାବାଳିକା ଓ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ସେଥିମଧ୍ୟରେ ୨୬ ନାବାଳିକା ଓ […] The post ପୋଲିସର ସ୍ପେଶାଲ ଡ୍ରାଇଭ୍‌: ୨୬ ନାବାଳିକାଙ୍କୁ ଉଦ୍ଧାର appeared first on Dharitri Odia News.

ପୋଲିସର ସ୍ପେଶାଲ ଡ୍ରାଇଭ୍‌: ୨୬ ନାବାଳିକାଙ୍କୁ ଉଦ୍ଧାର

ଛତ୍ରପୁର,୨୧ା୪(ସନ୍ତୋଷ ପାଢ଼ୀ): ସାରା ରାଜ୍ୟରେ ଶିଶୁ ଅପହରଣ ଓ ନିଖୋଜ ନେଇ ଚହଳ ପଡିଛି। ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ନିଖୋଜ ଶିଶୁଙ୍କୁ ଠାବ କରି ଉଦ୍ଧାର କରିବା ଲାଗି ସ୍ପେଶାଲ ଡ୍ରାଇଭ୍‌ ନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଏହିକ୍ରମରେ ଗଞ୍ଜାମ ପୋଲିସ ଜିଲା ଅଧୀନ ବିଭିନ୍ନ ଥାନା ପକ୍ଷରୁ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୮ ନାବାଳିକା ଓ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ସେଥିମଧ୍ୟରେ ୨୬ ନାବାଳିକା ଓ ୨ ଜଣ ନାବାଳକ ଅଛନ୍ତି।

ମିଳିଥିବା ସୂଚନା ଅନୁସାରେ ଖଲ୍ଲିକୋଟ, ପାଟପୁର, ବେଲଗାଁ, ବେଲଗୁଣ୍ଠା, ତରସିଂ ଥାନା ପୋଲିସ ପକ୍ଷରୁ ଜଣେ ଲେଖାଏ, ପୁରୁଷୋତ୍ତମପୁର ଏବଂ ବୁଗୁଡ଼ା ଥାନା ପୋଲିସ ୪ ଜଣ ଲେଖାଏ ନାବାଳିକାଙ୍କୁ ଉଦ୍ଧାର କରିଛି। ସେହିପରି କବିସୂର୍ଯ୍ୟନଗର, ଆସିକା, ହିଞ୍ଜିଳି, ବଡ଼ଗଡ଼ ଥାନା ପୋଲିସ ୨ ଜଣ ଲେଖାଏ ନାବାଳିକାଙ୍କୁ ଓ ଭଞ୍ଜନଗର ଥାନା ପୋଲିସ ୫ ନାବାଳିକା ଉଦ୍ଧାର କରିଛି। ଅନ୍ୟପକ୍ଷରେ ଖଲିକୋଟ ଓ ବେଗୁନିଆପଡା ଥାନା ପୋଲିସ ଜଣେ ଲେଖାଏ ନାବାଳକଙ୍କୁ ଉଦ୍ଧାର କରିଛି।

The post ପୋଲିସର ସ୍ପେଶାଲ ଡ୍ରାଇଭ୍‌: ୨୬ ନାବାଳିକାଙ୍କୁ ଉଦ୍ଧାର appeared first on Dharitri Odia News.