ପ୍ରକାଶ ଆର୍‌ କଟକର ନୂଆ ଡିସିପି

ଭୁବନେଶ୍ୱର,୫।୪: ରାଜ୍ୟରେ ସାଧାରଣ ନିର୍ବାଚନକୁ ଅବାଧ ଏବଂ ନିରପେକ୍ଷ କରିବା ଲାଗି ୮ ପ୍ରଶାସନିକ ଅଧିକାରୀଙ୍କୁ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରହିବା ଲାଗି ବଦଳି ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ରେଞ୍ଜ ପୋଲିସ ଆଇଜି ଆଶୀଷ କୁମାର ସିଂଙ୍କ ସମେତ ଜଗତସିଂହପୁର ଓ କଟକ ଜିଲ୍ଲାପାଳ ଏବଂ ୫ ପୋଲିସ ଏସ୍‌ପି ଥିଲେ। ଏହି ଖାଲି ଥିବା ପଦବୀ ମଧ୍ୟରୁ ୩ ପଦବୀ ଶୁକ୍ରବାର ପୂରଣ ହୋଇଛି। ପ୍ରକାଶ ଆର୍‌ଙ୍କୁ କଟକ ଡିସିପି ଭାବେ […] The post ପ୍ରକାଶ ଆର୍‌ କଟକର ନୂଆ ଡିସିପି appeared first on Dharitri Odia News.

ପ୍ରକାଶ ଆର୍‌ କଟକର ନୂଆ ଡିସିପି

ଭୁବନେଶ୍ୱର,୫।୪: ରାଜ୍ୟରେ ସାଧାରଣ ନିର୍ବାଚନକୁ ଅବାଧ ଏବଂ ନିରପେକ୍ଷ କରିବା ଲାଗି ୮ ପ୍ରଶାସନିକ ଅଧିକାରୀଙ୍କୁ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରହିବା ଲାଗି ବଦଳି ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ରେଞ୍ଜ ପୋଲିସ ଆଇଜି ଆଶୀଷ କୁମାର ସିଂଙ୍କ ସମେତ ଜଗତସିଂହପୁର ଓ କଟକ ଜିଲ୍ଲାପାଳ ଏବଂ ୫ ପୋଲିସ ଏସ୍‌ପି ଥିଲେ। ଏହି ଖାଲି ଥିବା ପଦବୀ ମଧ୍ୟରୁ ୩ ପଦବୀ ଶୁକ୍ରବାର ପୂରଣ ହୋଇଛି। ପ୍ରକାଶ ଆର୍‌ଙ୍କୁ କଟକ ଡିସିପି ଭାବେ ନିଯୁକ୍ତି ମିଳିଥିବା ବେଳେ ବ୍ରିଜେଶ କୁମାର ରାୟ ରାଉରକେଲାର ଏସ୍‌ପି ହୋଇଛନ୍ତି। ସେହିଭଳି ଉମାଶଙ୍କର ଦାଶଙ୍କୁ ମିଳିଛି ଅନୁଗୁଳ ଏସ୍‌ପି ଦାୟିତ୍ୱ । ଆଉ ଅବଶିଷ୍ଟ ୩ ଏସ୍‌ପି ଓ କେନ୍ଦ୍ରାଞ୍ଚଳ ରେଞ୍ଜ ପୋଲିସ ଆଇଜି ପଦବୀ ଫାଙ୍କା ଥିବା ବେଳେ ଉକ୍ତ ପଦବୀରେ ଖୁବ୍‌ ଶୀଘ୍ର ନିଯୁକ୍ତି ହେବ ବୋଲି ଜଣାଯାଇଛି।

କହିରଖୁଛୁ, ବଦଳି ତାଲିକାରେ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ୨୦୦୪ ବ୍ୟାଚ ଆଇପିଏସ ଆଶୀଷ କୁମାର ସିଂଙ୍କ ସମେତ କଟକ ଡିସିପି କନୱର ବିଶାଳ ସିଂ, ରାଉରକେଲା ପୋଲିସ୍‌ ଏସ୍‌ପି ମିତ୍ରଭାନୁ ମହାପାତ୍ର, ଖୋର୍ଦ୍ଧା ଏସ୍‌ପି ଯୁଗଳ କିଶୋର ବାନୋଥ, ବ୍ରହ୍ମପୁର ପୋଲିସ୍‌ ଏସ୍‌ପି ସର୍ଭଣା ବିବେକ ଏମ , ଅନୁଗୁଳ ପୋଲିସ୍‌ ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କ ନାମ ରହିଥିଲା। ଏହାଛଡ଼ା କଟକ ଜିଲାପାଳ ଭିନିତ ଭରଦ୍ୱାଜ ଏବଂ ଜଗତସିଂହପୁର ଜିଲାପାଳ ପାରୁଲ ପଟ୍ଟୱାରିଙ୍କୁ ମଧ୍ୟ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ । ସେମାନଙ୍କ ବିଶ୍ୱାସନୀୟତା ଉପରେ ସନ୍ଦେହ ବ୍ୟକ୍ତ କରି ନିର୍ବାଚନ କମିଶନ ସେମାନଙ୍କୁ ତତ୍କାଳ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ବିରତ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ।

The post ପ୍ରକାଶ ଆର୍‌ କଟକର ନୂଆ ଡିସିପି appeared first on Dharitri Odia News.