ପ୍ରକାଶ ପାଇଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଫଳାଫଳ ଉପଲବ୍ଧ

ନୂଆଦିଲ୍ଲୀ ୩୦/୦୪: ପ୍ରକାଶ ପାଇଛି ଭାରତୀୟ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପରିଷଦ (CISCE)  ICSE ଦଶମ ଶ୍ରେଣୀ ଏବଂ ISC ଦ୍ୱାଦଶ ଶ୍ରେଣୀ ରେଜଲ୍ଟ । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଉଭୟ ଶ୍ରେଣୀର ଫଳାଫଳ ପ୍ରକାଶ କରାଯାଇଛି ।ଛାତ୍ରଛାତ୍ରୀମାନେ ଏବେ CISCEର ଅଫିସିଆଲ ୱେବସାଇଟ cisce.org କୁ ଯାଇ ସେମାନଙ୍କର ଫଳାଫଳ ଦେଖିପାରିବେ । ଫଳାଫଳ ଯାଞ୍ଚ କରିବା ପାଇଁ, ଛାତ୍ରଛାତ୍ରୀମାନଙ୍କୁ ୱେବସାଇଟକୁ ଯାଇ ସେମାନଙ୍କର ଶ୍ରେଣୀ ଚୟନ କରିବାକୁ ପଡିବ, ତା’ପରେ ୟୁନିକ ଆଇଡି ଏବଂ ଇଣ୍ଡେକ୍ସ ନମ୍ବର ଲେଖି ଦାଖଲ କରିବାକୁ ପଡିବ।ICSE ଶ୍ରେଣୀ ଦଶମ ପରୀକ୍ଷା ୧୮ ଫେବୃଆରୀରୁ ୨୭ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଯେତେବେଳେ ISC ଦ୍ୱାଦଶ ପରୀକ୍ଷା ୧୩ ଫେବୃଆରୀରୁ ୫ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ସାରା ଦେଶରୁ ହଜାର ହଜାର ଛାତ୍ରୀଛାତ୍ର ଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ।ଗତ ବର୍ଷ, ICSE ଦଶମ ପରୀକ୍ଷାର ପାସ ହାର ୯୯.୪୭% ଏବଂ ISC ଦ୍ୱାଦଶ ପରୀକ୍ଷାର ପାସ ହାର ୯୮.୧୯% ରହିଛି  । ଉଭୟ ଶ୍ରେଣୀରେ ଝିଅମାନଙ୍କ ପ୍ରଦର୍ଶନ ପୁଅମାନଙ୍କ ତୁଳନାରେ ଭଲ ରହିଛି ।

ପ୍ରକାଶ ପାଇଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଫଳାଫଳ ଉପଲବ୍ଧ

ନୂଆଦିଲ୍ଲୀ ୩୦/୦୪: ପ୍ରକାଶ ପାଇଛି ଭାରତୀୟ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପରିଷଦ (CISCE)  ICSE ଦଶମ ଶ୍ରେଣୀ ଏବଂ ISC ଦ୍ୱାଦଶ ଶ୍ରେଣୀ ରେଜଲ୍ଟ । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଉଭୟ ଶ୍ରେଣୀର ଫଳାଫଳ ପ୍ରକାଶ କରାଯାଇଛି ।

ଛାତ୍ରଛାତ୍ରୀମାନେ ଏବେ CISCEର ଅଫିସିଆଲ ୱେବସାଇଟ cisce.org କୁ ଯାଇ ସେମାନଙ୍କର ଫଳାଫଳ ଦେଖିପାରିବେ । ଫଳାଫଳ ଯାଞ୍ଚ କରିବା ପାଇଁ, ଛାତ୍ରଛାତ୍ରୀମାନଙ୍କୁ ୱେବସାଇଟକୁ ଯାଇ ସେମାନଙ୍କର ଶ୍ରେଣୀ ଚୟନ କରିବାକୁ ପଡିବ, ତା’ପରେ ୟୁନିକ ଆଇଡି ଏବଂ ଇଣ୍ଡେକ୍ସ ନମ୍ବର ଲେଖି ଦାଖଲ କରିବାକୁ ପଡିବ।

ICSE ଶ୍ରେଣୀ ଦଶମ ପରୀକ୍ଷା ୧୮ ଫେବୃଆରୀରୁ ୨୭ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଯେତେବେଳେ ISC ଦ୍ୱାଦଶ ପରୀକ୍ଷା ୧୩ ଫେବୃଆରୀରୁ ୫ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ସାରା ଦେଶରୁ ହଜାର ହଜାର ଛାତ୍ରୀଛାତ୍ର ଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ।

ଗତ ବର୍ଷ, ICSE ଦଶମ ପରୀକ୍ଷାର ପାସ ହାର ୯୯.୪୭% ଏବଂ ISC ଦ୍ୱାଦଶ ପରୀକ୍ଷାର ପାସ ହାର ୯୮.୧୯% ରହିଛି  । ଉଭୟ ଶ୍ରେଣୀରେ ଝିଅମାନଙ୍କ ପ୍ରଦର୍ଶନ ପୁଅମାନଙ୍କ ତୁଳନାରେ ଭଲ ରହିଛି ।