ପ୍ରକାଶ ପାଇଲା ନିଟ୍ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର
ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍ଟିଏ ମେଡିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜିର ଫାଇନାଲ୍ ରେଜଲ୍ଟ ପ୍ରକାଶ କରିଛି । ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶ ପରେ ଏକ ପ୍ରଶ୍ନର ଉତ୍ତରକୁ ଧ୍ୟାନରେ ରଖି ଏହି ଫଳ ପ୍ରକାଶ କରାଯାଇଛି । ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, ଆଜିର ଫଳାଫଳରେ ୧୭ ଜଣ ପରୀକ୍ଷାର୍ଥୀ ଶୀର୍ଷରେ ଥିବାବେଳେ ୬୧ ଜଣ ପରୀକ୍ଷାର୍ଥୀ ସଂଶୋଧିତ ଫଳାଫଳରେ ଶୀର୍ଷରେ ରହିଥିଲେ । […] The post ପ୍ରକାଶ ପାଇଲା ନିଟ୍ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର appeared first on Dharitri Odia News.
ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍ଟିଏ ମେଡିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜିର ଫାଇନାଲ୍ ରେଜଲ୍ଟ ପ୍ରକାଶ କରିଛି । ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶ ପରେ ଏକ ପ୍ରଶ୍ନର ଉତ୍ତରକୁ ଧ୍ୟାନରେ ରଖି ଏହି ଫଳ ପ୍ରକାଶ କରାଯାଇଛି ।
ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, ଆଜିର ଫଳାଫଳରେ ୧୭ ଜଣ ପରୀକ୍ଷାର୍ଥୀ ଶୀର୍ଷରେ ଥିବାବେଳେ ୬୧ ଜଣ ପରୀକ୍ଷାର୍ଥୀ ସଂଶୋଧିତ ଫଳାଫଳରେ ଶୀର୍ଷରେ ରହିଥିଲେ । ପୂର୍ବରୁ ଟପ୍ପର ଘୋଷିତ ୬୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୪ ଜଣଙ୍କୁ ପଦାର୍ଥ ବିଜ୍ଞାନର ଏକ ପ୍ରଶ୍ନ ପାଇଁ ପୂର୍ଣ୍ଣ ମାର୍କ ଦିଆଯାଇଥିଲା । ପରେ କେତେକ ପରୀକ୍ଷା କେନ୍ଦ୍ରରେ ସମୟ ନଷ୍ଟ ହୋଇଥିବାରୁ ସେମାନଙ୍କୁ ଦିଆଯାଇଥିବା ଅନୁଗ୍ରହ ମାର୍କ ପ୍ରତ୍ୟାହାର କରିନେବା ପରେ ଟପ୍ପରଙ୍କ ସଂଖ୍ୟା ୬୧କୁ ହ୍ରାସ ହୋଇଥିଲା।
The post ପ୍ରକାଶ ପାଇଲା ନିଟ୍ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର appeared first on Dharitri Odia News.