ପ୍ରକାଶ ପାଇଲା ୨୦୨୩-OCS ପ୍ରିଲିମ ରେଜଲ୍ଟ

ଓପିଏସ୍‌ସିର ୱେବସାଇଟ୍‌ http://opsc.gov.in ରେ ଓସିଏସ୍‌ (ପ୍ରିଲିମ) ପରୀକ୍ଷା-୨୦୨୩ର ରେଜଲ୍ଟ ଉପଲବ୍ଧ ଅଛି।

ପ୍ରକାଶ ପାଇଲା ୨୦୨୩-OCS ପ୍ରିଲିମ ରେଜଲ୍ଟ

ଓଡ଼ିଶା ସିଭିଲ ସର୍ଭିସେସ (ପ୍ରିଲିମ) ପରୀକ୍ଷା-୨୦୨୩ର ଫଳାଫଳ ଆଜି ପ୍ରକାଶ ପାଇଛି। ଓଡ଼ିଶା ଲୋକ ସେବା ଆୟୋଗ (OPSC)ଙ୍କ ତରଫରୁ ଆଜି ଏହି ସୂଚନା ଦିଆଯାଇଛି।

ମୋଟ ୪୭୯୯ ଜଣ ପରୀକ୍ଷାର୍ଥୀ ଓଡ଼ିଶା ସିଭିଲ ସର୍ଭିସେସ (ମେନ୍‌) ପରୀକ୍ଷା-୨୦୨୩ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୫୭୩ ଜଣ ମହିଳା ଅଛନ୍ତି। ଓଡ଼ିଶା ସିଭିଲ ସର୍ଭିସେସ (ମେନ) ପରୀକ୍ଷା-୨୦୨୩ର ସଂପୂର୍ଣ୍ଣ କାର୍ଯ୍ୟସୂଚୀ ସଂପର୍କରେ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଓପିଏସ୍‌ସି ପକ୍ଷରୁ କୁହାଯାଇଛି।

ଓପିଏସ୍‌ସିର ୱେବସାଇଟ୍‌ http://opsc.gov.in ରେ ଓସିଏସ୍‌ (ପ୍ରିଲିମ) ପରୀକ୍ଷା-୨୦୨୩ର ରେଜଲ୍ଟ ଉପଲବ୍ଧ ଅଛି। ସେଠାରେ ମେନ୍ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଥିବା ୪୭୯୯ ପରୀକ୍ଷାର୍ଥୀଙ୍କ ରୋଲ ନମ୍ବରର ତାଲିକା ଦିଆଯାଇଛି। ମେନ୍ ପରୀକ୍ଷା ସଂପର୍କିତ ସୂଚନା ପାଇବା ପାଇଁ www.opsc.gov.in ୱେବସାଇଟ୍‌କୁ ବରାବର ଦେଖିବାକୁ ପରାମର୍ଶ ଦେଇଛି ଓପିଏସ୍‌ସି।