ପ୍ରକୃତରେ କଣ ଏଲିଅନ୍ସ ଅଛନ୍ତି ? ଇସ୍ରୋ ମୁଖ୍ୟଙ୍କ ବୟାନ ଶୁଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଏଲିଅନ୍ସଙ୍କ ଉପସ୍ଥିତିକୁ ନେଇ ସାରା ଦୁନିଆରେ ଭିନ୍ନ ଭିନ୍ନ ମତ ରହିଛି । ବୈଜ୍ଞାନିକମାନେ ବ୍ରହ୍ମାଣ୍ଡର ଅନ୍ୟ ଗ୍ରହରେ ଜୀବନର ସନ୍ଧାନ କରୁଥିବା ବେଳେ, ଏଲିଅନ୍ସଙ୍କୁ ନେଇ ଅନେକ ସମୟରେ ଭିନ୍ନ ଭିନ୍ନ ଦାବି କରାଯାଉଛି । ଏହି କ୍ରମରେ ଇସ୍ରୋ ମୁଖ୍ୟ ମଧ୍ୟ ଏଲିଅନ୍ସଙ୍କ ଉପରେ ଏକ ବଡ଼ ଦାବି କରିଛନ୍ତି ।ଇସ୍ରୋ ଅଧ୍ୟକ୍ଷ ଏସ୍.ସୋମନାଥ ଏକ ୟୁଟ୍ୟୁବ ପ୍ରଡକାଷ୍ଟରେ ଏଲିଅନ୍ସ, ଚନ୍ଦ୍ରଯାନ, ମଙ୍ଗଳ ଗ୍ରହ ଏବଂ ବ୍ଲାକ୍ ହୋଲ୍ ପରି ବିଷୟ ଉପରେ ମତ ରଖିଛନ୍ତି । ବିୟର ବାଇସେସ୍ପ ଚ୍ୟାନେଲର ପ୍ରଡକାଷ୍ଚରେ ଏସ୍.ସୋମନାଥ ଭବିଷ୍ୟତରେ ଭାରତର ମହାକାଶନ ମିଶନ କଥା ମଧ୍ୟ ଉଲ୍ଲେଖ କରିଛନ୍ତି ।ଏହି ଅବସରରେ ଇସ୍ରୋ ଅଧ୍ୟକ୍ଷ ଏସ୍.ସୋମନାଥ ଏଲିଅନ୍ସଙ୍କ ଉପରେ ଯାହା କହିଛନ୍ତି, ତାହା ସମସ୍ତଙ୍କ ଧ୍ୟାନ ଏହି ପ୍ରସଙ୍ଗକୁ ଟାଣିଛି । ସେ କହିଛନ୍ତି, ଏଲିଅନ୍ସ ସବୁବେଳେ ଆକର୍ଷକ ରହିଛନ୍ତି । ଆମେ ଯାହାକୁ ଏଲିଅନ୍ସ କହୁ ସେମାନେ ବୁଦ୍ଧିମାନ ପ୍ରାଣୀ । ବେଳେବେଳେ ଏଲିଅନ୍ସ ଆମଠାରୁ ଅଧିକ ବୁଦ୍ଧିମାନ ହୋଇଥାନ୍ତି ତ ବେଳେବେଳେ ଆମଠାରୁ ବୁଦ୍ଧିମାନ ହୋଇନଥାନ୍ତି । ଏହା ପୂର୍ବରୁ ବି ଅନେକ ଲୋକ ଏବଂ ସଂସ୍ଥା ଏଲିଅନ୍ସ ବୁଦ୍ଧିମାନ ଥିବା କହିସାରିଛନ୍ତି ।ଇସ୍ରୋ ମୁଖ୍ୟ କହିଛନ୍ତି, ଏଲିଅନ୍ସ ଏବେ ଆପଣଙ୍କ ପଡ୍‌କାଷ୍ଟ ଶୁଣୁଥାଇ ପାରନ୍ତି । ମୁଁ ସବୁବେଳେ ବିଶ୍ୱାସ କରେ ଯେ ଆମ ପାଖରେ ଏଲିଅନ ଅଛନ୍ତି ଯେଉଁମାନେ ଅଧିକ ବିକଶିତ । ଉଲ୍ଲେଖଯୋ

ପ୍ରକୃତରେ କଣ ଏଲିଅନ୍ସ ଅଛନ୍ତି ? ଇସ୍ରୋ ମୁଖ୍ୟଙ୍କ ବୟାନ ଶୁଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଏଲିଅନ୍ସଙ୍କ ଉପସ୍ଥିତିକୁ ନେଇ ସାରା ଦୁନିଆରେ ଭିନ୍ନ ଭିନ୍ନ ମତ ରହିଛି । ବୈଜ୍ଞାନିକମାନେ ବ୍ରହ୍ମାଣ୍ଡର ଅନ୍ୟ ଗ୍ରହରେ ଜୀବନର ସନ୍ଧାନ କରୁଥିବା ବେଳେ, ଏଲିଅନ୍ସଙ୍କୁ ନେଇ ଅନେକ ସମୟରେ ଭିନ୍ନ ଭିନ୍ନ ଦାବି କରାଯାଉଛି । ଏହି କ୍ରମରେ ଇସ୍ରୋ ମୁଖ୍ୟ ମଧ୍ୟ ଏଲିଅନ୍ସଙ୍କ ଉପରେ ଏକ ବଡ଼ ଦାବି କରିଛନ୍ତି ।

ଇସ୍ରୋ ଅଧ୍ୟକ୍ଷ ଏସ୍.ସୋମନାଥ ଏକ ୟୁଟ୍ୟୁବ ପ୍ରଡକାଷ୍ଟରେ ଏଲିଅନ୍ସ, ଚନ୍ଦ୍ରଯାନ, ମଙ୍ଗଳ ଗ୍ରହ ଏବଂ ବ୍ଲାକ୍ ହୋଲ୍ ପରି ବିଷୟ ଉପରେ ମତ ରଖିଛନ୍ତି । ବିୟର ବାଇସେସ୍ପ ଚ୍ୟାନେଲର ପ୍ରଡକାଷ୍ଚରେ ଏସ୍.ସୋମନାଥ ଭବିଷ୍ୟତରେ ଭାରତର ମହାକାଶନ ମିଶନ କଥା ମଧ୍ୟ ଉଲ୍ଲେଖ କରିଛନ୍ତି ।

ଏହି ଅବସରରେ ଇସ୍ରୋ ଅଧ୍ୟକ୍ଷ ଏସ୍.ସୋମନାଥ ଏଲିଅନ୍ସଙ୍କ ଉପରେ ଯାହା କହିଛନ୍ତି, ତାହା ସମସ୍ତଙ୍କ ଧ୍ୟାନ ଏହି ପ୍ରସଙ୍ଗକୁ ଟାଣିଛି । ସେ କହିଛନ୍ତି, ଏଲିଅନ୍ସ ସବୁବେଳେ ଆକର୍ଷକ ରହିଛନ୍ତି । ଆମେ ଯାହାକୁ ଏଲିଅନ୍ସ କହୁ ସେମାନେ ବୁଦ୍ଧିମାନ ପ୍ରାଣୀ । ବେଳେବେଳେ ଏଲିଅନ୍ସ ଆମଠାରୁ ଅଧିକ ବୁଦ୍ଧିମାନ ହୋଇଥାନ୍ତି ତ ବେଳେବେଳେ ଆମଠାରୁ ବୁଦ୍ଧିମାନ ହୋଇନଥାନ୍ତି । ଏହା ପୂର୍ବରୁ ବି ଅନେକ ଲୋକ ଏବଂ ସଂସ୍ଥା ଏଲିଅନ୍ସ ବୁଦ୍ଧିମାନ ଥିବା କହିସାରିଛନ୍ତି ।

ଇସ୍ରୋ ମୁଖ୍ୟ କହିଛନ୍ତି, ଏଲିଅନ୍ସ ଏବେ ଆପଣଙ୍କ ପଡ୍‌କାଷ୍ଟ ଶୁଣୁଥାଇ ପାରନ୍ତି । ମୁଁ ସବୁବେଳେ ବିଶ୍ୱାସ କରେ ଯେ ଆମ ପାଖରେ ଏଲିଅନ ଅଛନ୍ତି ଯେଉଁମାନେ ଅଧିକ ବିକଶିତ । ଉଲ୍ଲେଖଯୋଗ୍ୟ ଯେ ହାୱର୍ଡ ବିଶ୍ୱବିଦ୍ୟାଳୟରେ ଏଲିଅନ୍ସ ସହ ଜଡ଼ିତ ଏକ ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ରିପୋର୍ଟରେ କୁହାଯାଇଥିଲା ଯେ ଏଲିଅନ୍ସ ମଣିଷଙ୍କ ମଧ୍ୟରେ ଲୁଚି ରହିଛନ୍ତି । ଏହା ବ୍ୟତୀତ ଏଥିରେ କୁହାଯାଇଥିଲା ବୁଦ୍ଧିମାନ ଗ୍ରୁପ୍ ଏବଂ ସଂସ୍ଥା ଅଛନ୍ତି, ଯେଉଁମାନେ ନିଜକୁ ଲୁଚାଇ ରଖିଛନ୍ତି । ଏହି ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । 

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ସାମାଜିକ ଗଣମାଧ୍ୟମରେ ପେଣ୍ଟାଗନର ଜଣେ ପୂର୍ବତନ ଗୁଇନ୍ଦା ଅଧିକାରୀଙ୍କ ବୟାନ ଟ୍ରେଣ୍ଡ କରିଥିଲା । ସେ ଦାବି କରିଥିଲେ ଯେ ଏଲିଅନ୍ସ ଦୁନିଆରେ ଓହ୍ଲାଇଥିଲେ । ଆମେରିକା ସରକାର ଏଲିଅନ୍ସରଙ୍କ ଅସ୍ତିତ୍ୱ ବାବଦରେ ଅବଗତ ଅଛନ୍ତି, କିନ୍ତୁ ଦୁନିଆଠାରୁ ଏହାକୁ ଲୁଚାଇ ରଖିଛନ୍ତି । ଏପରିକି ଆଉ ଏକ ଦାବି କରି ସେ କରିଥିଲେ ଯେ, ଅଧିକାରୀଙ୍କ ପାଖରେ ଏଲିଅନ୍ସର ଯାନ ମଧ୍ୟ ରହିଛି । ଆମେରିକା କବଜାରେ ୟୁଏଫଓ ରହିଛି ।