ପ୍ରଚଣ୍ଡ ଖରରେ ଅସ୍ତବ୍ୟସ୍ତ ବୌଦ୍ଧବାସୀ, ସୋମବାର ତାତି ଟପିଲା ୪୩ ଡିଗ୍ରୀ ସେଲସିୟସ

ଭୁବନେଶ୍ବର: ବୈଶାଖକୁ ଆହୁରି ମାସେ। ହେଲେ ଏବେଠୁ ଓଡ଼ିଶାରେ ଖରାରେ ପ୍ରକୋପ ବଢ଼ିଲାଣି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅନୁଭୂତ ହେଉଛି ଖରା। ଲଗାତାର ଦୁଇ ଦିନ ଧରି ବୌଦ୍ଧ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିବାବେଳେ। ସୋମବାର ବି ବୌଦ୍ଧରେ ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ ଛୁଇଁଛି। ଫଳରେ ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ବୌଦ୍ଧବାସୀ।ସେହିଭଳି ସୋମବାର ୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। ବରଗଡ଼ରେ ୪୨.୦, ଅନୁଗୁଳ ୪୦.୭, ମାଲକାନଗିରି ୪୦.୨ରେକର୍ଡ ହୋଇଛି। ସେହିଭଳି ଝାରସୁଗୁଡ଼ା ଓ ବଲାଙ୍ଗୀର ୩୯.୮, ସୋନପୁର-ତାଳଚେର-ସମ୍ବଲପୁର ୩୯.୬, ଭବାନୀପାଟଣା ୩୯.୫, ହୀରାକୁଦ ୩୯.୧, ସୁନ୍ଦରଗଡ଼ ୩୯.୦, ରାଉରକେଲା ୩୮.୬, ଭଦ୍ରକ ୩୮.୫, ଭୁବନେଶ୍ବର ୩୬.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।ସେପଟେ ପାଣିପାଗ ବିଭାଗର ସତର୍କ ସୂଚନା ଦେଇଛି ଆହୁରି ଦୁଇ ଦିନ ଯାଏଁ ପଶ୍ଚିମ, ଆଭ୍ୟନ୍ତରୀଣ ସହ ଉତ୍ତର ଓଡ଼ିଶାରେ ପ୍ରବଳ ଖରା ଅନୁଭୂତ ହେବ। ଝାରସୁଗୁଡ଼ା,  ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଳାର ଅଧିକାଂଶ   ଅଞ୍ଚଳରେ ଅତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ ।  ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ ଓ ସୋନପୁର   ସ୍ଥିତି ବି ବେହାଲ ହୋଇପାରେ । ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ କେତେକ ସ୍ଥାନରେ ନିଆଁ ଝଡ଼ ପ୍ରବାହିତ ହେବ ।  ଉପକୂଳ ଅଞ୍ଚଳରେ ତାତି ୪୦ ଡିଗ୍ରୀ ନ ଛୁଇଁଲେ  

ପ୍ରଚଣ୍ଡ ଖରରେ ଅସ୍ତବ୍ୟସ୍ତ ବୌଦ୍ଧବାସୀ, ସୋମବାର ତାତି ଟପିଲା ୪୩ ଡିଗ୍ରୀ ସେଲସିୟସ

ଭୁବନେଶ୍ବର: ବୈଶାଖକୁ ଆହୁରି ମାସେ। ହେଲେ ଏବେଠୁ ଓଡ଼ିଶାରେ ଖରାରେ ପ୍ରକୋପ ବଢ଼ିଲାଣି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅନୁଭୂତ ହେଉଛି ଖରା। ଲଗାତାର ଦୁଇ ଦିନ ଧରି ବୌଦ୍ଧ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିବାବେଳେ। ସୋମବାର ବି ବୌଦ୍ଧରେ ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ ଛୁଇଁଛି। ଫଳରେ ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ବୌଦ୍ଧବାସୀ।

ସେହିଭଳି ସୋମବାର ୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। ବରଗଡ଼ରେ ୪୨.୦, ଅନୁଗୁଳ ୪୦.୭, ମାଲକାନଗିରି ୪୦.୨ରେକର୍ଡ ହୋଇଛି। ସେହିଭଳି ଝାରସୁଗୁଡ଼ା ଓ ବଲାଙ୍ଗୀର ୩୯.୮, ସୋନପୁର-ତାଳଚେର-ସମ୍ବଲପୁର ୩୯.୬, ଭବାନୀପାଟଣା ୩୯.୫, ହୀରାକୁଦ ୩୯.୧, ସୁନ୍ଦରଗଡ଼ ୩୯.୦, ରାଉରକେଲା ୩୮.୬, ଭଦ୍ରକ ୩୮.୫, ଭୁବନେଶ୍ବର ୩୬.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।

ସେପଟେ ପାଣିପାଗ ବିଭାଗର ସତର୍କ ସୂଚନା ଦେଇଛି ଆହୁରି ଦୁଇ ଦିନ ଯାଏଁ ପଶ୍ଚିମ, ଆଭ୍ୟନ୍ତରୀଣ ସହ ଉତ୍ତର ଓଡ଼ିଶାରେ ପ୍ରବଳ ଖରା ଅନୁଭୂତ ହେବ। ଝାରସୁଗୁଡ଼ା,  ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଳାର ଅଧିକାଂଶ   ଅଞ୍ଚଳରେ ଅତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ ।  ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ ଓ ସୋନପୁର   ସ୍ଥିତି ବି ବେହାଲ ହୋଇପାରେ । ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ କେତେକ ସ୍ଥାନରେ ନିଆଁ ଝଡ଼ ପ୍ରବାହିତ ହେବ ।  ଉପକୂଳ ଅଞ୍ଚଳରେ ତାତି ୪୦ ଡିଗ୍ରୀ ନ ଛୁଇଁଲେ  ବି ଅସ୍ୱାଭାବିକ ଗୁଳୁଗୁଳି ଅନୁଭୂତ ହେବ । ତେବେ ଦୁଇ ଦିନ ପରେ ବଦଳିବ ପାଗ । ଆସନ୍ତା ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ  ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର  ପୂର୍ବାନୁମାନ କରିଛି । 

ପୂର୍ବରୁ ରବିବାର ରାଜ୍ୟର ୭ଟି ସ୍ଥାନରେ ତାତି  ୪୦ଂ ଛୁଇଁଥିଲା । ବୌଦ୍ଧରେ ସର୍ବାଧିକ ୪୩.୬ଂ  ସେଲସିୟସ୍‌ ରହିଥିଲା । ଝାରସୁଗୁଡ଼ାରେ ୪୨ଂ ସେଲସିୟସ୍‌, ବଲାଙ୍ଗୀରରେ ୪୧.୭ଂ  ସେଲସିୟସ୍‌, ଅନୁଗୁଳରେ ୪୧.୧ଂ  ସେଲସିୟସ୍‌, ଟିଟିଲାଗଡ଼ରେ ୪୦.୫ଂ  ସେଲସିୟସ୍‌ ଓ ଭବାନୀପାଟଣାରେ ୪୦.୨ଂ  ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିଲା ।  ରାଜ୍ୟକୁ ବର୍ତ୍ତମାନ ପଶ୍ଚିମା ଗରମ ପବନ  ବୋହୁଛି । ତେଣୁ ତାପମାତ୍ରା ବଢ଼ି ଚାଲିଛି ।  ଦୁଇ ଦିନ ପରେ ପାଗରେ ଆଂଶିକ ପରିବର୍ତ୍ତନ  ହେବ । ବଙ୍ଗୋପସାଗରରୁ ସାମୁଦ୍ରିକ ବାୟୁ  ଆଭ୍ୟନ୍ତରୀଣ ଓଡ଼ିଶାକୁ ଯିବ ।