ପ୍ରଚଣ୍ଡ ବିଜୟ ଅଭିମୁଖେ ପ୍ରିୟଙ୍କା ଗାନ୍ଧୀ: ଲକ୍ଷେରୁ ଅଧିକ ଭୋଟ୍‌ରେ ଆଗୁଆ

ୱାୟନାଡ,୨୩।୧୧: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା କେରଳର ୱାୟନାଡ ଲୋକ ସଭା ଆସନରେ ଉପ-ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ପ୍ରିୟଙ୍କା ଗାନ୍ଧୀ ଅଗ୍ରଣୀ ହାସଲ କରିଛନ୍ତି। ଭାଜପା ପଛରେ ପଡିଛି। ପ୍ରିୟଙ୍କା ୱାୟାନାଡରେ ପ୍ରଚଣ୍ଡ ବିଜୟ ଆଡକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ତାଙ୍କୁ ୧୪୯୩୪୬ ଭୋଟ ମିଳିଥିବାବେଳେ ସିପିଆଇ ପ୍ରାର୍ଥୀ ସତ୍ୟନ ମୋକେରୀ ୪୮୮୯୫ ଭୋଟ ପାଇଥିବାବେଳେ ଭାଜପା ତୃତୀୟ ସ୍ଥାନରେ ରହିଛି। ଏହାର ପ୍ରାର୍ଥୀ ନାଭିଆ […] The post ପ୍ରଚଣ୍ଡ ବିଜୟ ଅଭିମୁଖେ ପ୍ରିୟଙ୍କା ଗାନ୍ଧୀ: ଲକ୍ଷେରୁ ଅଧିକ ଭୋଟ୍‌ରେ ଆଗୁଆ appeared first on Dharitri Odia News.

ପ୍ରଚଣ୍ଡ ବିଜୟ ଅଭିମୁଖେ ପ୍ରିୟଙ୍କା ଗାନ୍ଧୀ: ଲକ୍ଷେରୁ ଅଧିକ ଭୋଟ୍‌ରେ ଆଗୁଆ

ୱାୟନାଡ,୨୩।୧୧: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା କେରଳର ୱାୟନାଡ ଲୋକ ସଭା ଆସନରେ ଉପ-ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ପ୍ରିୟଙ୍କା ଗାନ୍ଧୀ ଅଗ୍ରଣୀ ହାସଲ କରିଛନ୍ତି। ଭାଜପା ପଛରେ ପଡିଛି। ପ୍ରିୟଙ୍କା ୱାୟାନାଡରେ ପ୍ରଚଣ୍ଡ ବିଜୟ ଆଡକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ତାଙ୍କୁ ୧୪୯୩୪୬ ଭୋଟ ମିଳିଥିବାବେଳେ ସିପିଆଇ ପ୍ରାର୍ଥୀ ସତ୍ୟନ ମୋକେରୀ ୪୮୮୯୫ ଭୋଟ ପାଇଥିବାବେଳେ ଭାଜପା ତୃତୀୟ ସ୍ଥାନରେ ରହିଛି। ଏହାର ପ୍ରାର୍ଥୀ ନାଭିଆ ହରିଦାସ ୨୭୯୨୧ ଭୋଟ ପାଇଛନ୍ତି।

୨୦୨୪ ସାଧାରଣ ନିର୍ବାଚନରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ଆସନ ଜିତି ରାହୁଲ ଗାନ୍ଧୀ ସଂସଦରେ ପହଞ୍ଚିଥିଲେ। ରାହୁଲ ଉତ୍ତରପ୍ରଦେଶର ରାଏବରେଲି ଆସନରୁ ସଦସ୍ୟତା ବଜାୟ ରଖିଥିବାବେଳେ ୱାୟାନାଡ ଆସନରୁ ଇସ୍ତଫା ଦେଇଥିଲେ, ତେଣୁ ଏଠାରେ ଅନୁଷ୍ଠିତ ଉପ-ନିର୍ବାଚନରେ ତାଙ୍କ ଭଉଣୀ ପ୍ରିୟଙ୍କା ପ୍ରଥମଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

 

The post ପ୍ରଚଣ୍ଡ ବିଜୟ ଅଭିମୁଖେ ପ୍ରିୟଙ୍କା ଗାନ୍ଧୀ: ଲକ୍ଷେରୁ ଅଧିକ ଭୋଟ୍‌ରେ ଆଗୁଆ appeared first on Dharitri Odia News.