କଳାହାଣ୍ଡିରେ ଦାନ ମାଝୀ ରିପିଟ୍: ମହାପ୍ରଣାୟ ଗାଡ଼ି ନମିଳିବାରୁ ଅଟୋ ରିକ୍ସାରେ ବୁହା ହେଲା ଶବ
ଥୁଆମୁଳ/ରାମପୁର,୨୯ା୮(ଦୁର୍ଗା କୀର୍ତ୍ତି): ବଜ୍ରପାତ କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ଡୁମେରପଦର ଠାରୁ ଅଡ୍ରି ଗ୍ରାମପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗୁରୁବାର ଭୋର୍ ସକାଳୁ ଗୌରୀ ନାଏକ (୬୮) ନାମକ ଜଣେ ବୃଦ୍ଧା ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି। ଏନେଇ ମୃତ ବୃଦ୍ଧାଙ୍କ ପୁଅ ଗଣେଷ ନାଏକ ଥୁଆମୁଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗ୍ରହଣକରି ଥୁଆମୁଳ ରାମପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ଏକ […] The post କଳାହାଣ୍ଡିରେ ଦାନ ମାଝୀ ରିପିଟ୍: ମହାପ୍ରଣାୟ ଗାଡ଼ି ନମିଳିବାରୁ ଅଟୋ ରିକ୍ସାରେ ବୁହା ହେଲା ଶବ appeared first on Dharitri Odia News.
ଥୁଆମୁଳ/ରାମପୁର,୨୯ା୮(ଦୁର୍ଗା କୀର୍ତ୍ତି): ବଜ୍ରପାତ କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ଡୁମେରପଦର ଠାରୁ ଅଡ୍ରି ଗ୍ରାମପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗୁରୁବାର ଭୋର୍ ସକାଳୁ ଗୌରୀ ନାଏକ (୬୮) ନାମକ ଜଣେ ବୃଦ୍ଧା ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି। ଏନେଇ ମୃତ ବୃଦ୍ଧାଙ୍କ ପୁଅ ଗଣେଷ ନାଏକ ଥୁଆମୁଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗ୍ରହଣକରି ଥୁଆମୁଳ ରାମପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ଏକ ଅପମୃତ ମାମଲା ରୁଜୁ କରି ଶବକୁ ଉଦ୍ଧାର କରିଥିଲା।
କିନ୍ତୁ ଦୁଃଖ ଓ ପରିତାପର ବିଷୟ ଶବ ବୁହା ଗାଡ଼ି ବାଧକ ବାଧକ ସାଜିଥିଲା । ଶବ ବ୍ୟବଚ୍ଛେଦ ପାଇଁ ମୃତ ଦେହ ନେବାପାଇଁ ମହାପ୍ରଣାୟ ଗାଡ଼ି ମିଳି ନ ଥିଲା । ନିକଟସ୍ଥ କଲମପୁର ବ୍ଳକ ମହାପ୍ରାଣାୟନ ଗାଡି ସହିତ ବାରମ୍ବାର ପୋଲିସ ପ୍ରଶାସନ ଯୋଗାଯୋଗ କଲେ ମଧ୍ୟ ଦାୟିତ୍ୱରେ ଥିବା ଅଧିକାରୀ ଉତ୍ତର ଦେଇ ନ ଥିଲେ । ଶେଷରେ ବାଧ୍ୟ ହୋଇ ପରିବାର ଲୋକେ ଏକ ଅଟୋ ଯୋଗେ ଶବକୁ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶବ ପହଞ୍ଚିବା ବେଳକୁ ସମୟ ସନ୍ଧ୍ୟା ୫ ଟା ହୋଇଯାଇଥିଲା, ବିଳମ୍ବରେ ଆସିଥିବାରୁ ଶୁକ୍ରବାର ବ୍ୟବଚ୍ଛେଦ କରାଯିବ ବୋଲି ଡାକ୍ତର ପୋଲିସକୁ ସୂଚନା ଦେଇଥିଲେ ।
ତେବେ ପରୀତାର ବିଷୟ ହେଉଛି ଏନେଇ ଥୁଆମୁଳ ରାମପୁର ଅଞ୍ଚଳବାସୀ ମଧ୍ୟ ବାରମ୍ବାର ମହାପ୍ରାଣାୟନ ଗାଡ଼ିର ସୁବିଧା ପାଇବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଏମ.ଏଲ.ଏ, ଓ ଏମ.ପି ଙ୍କୁ ଅନୁରୋଧ କରୁଥିଲେ ସୁଦ୍ଧା ଏହାର ସୁଫଳ ମିଳିପାରୁ ନାହିଁ। ପୂର୍ବରୁ ଦିନେ ଏହି ଅଞ୍ଚଳର ଦାନ ମାଝୀ ସ୍ତ୍ରୀ’ର ଶବକୁ କାନ୍ଧରେ ବୋହିଥିବା ଘଟଣାକୁ ନେଇ ସାରା ବିଶ୍ବରେ ଚର୍ଚ୍ଚାର ପରିସରକୁ ଆସିଥିଲା। ଥୁଆମୁଳ ରାମପୁର ଅଞ୍ଚଳ ଆଗରୁ ଯାହା ଥିଲା ଏବେ ମଧ୍ୟ ଅବହେଳିତ ଅବସ୍ଥାରେ ରହିଅଛି।
The post କଳାହାଣ୍ଡିରେ ଦାନ ମାଝୀ ରିପିଟ୍: ମହାପ୍ରଣାୟ ଗାଡ଼ି ନମିଳିବାରୁ ଅଟୋ ରିକ୍ସାରେ ବୁହା ହେଲା ଶବ appeared first on Dharitri Odia News.