ସମାନ୍ଥାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼
ହାଇଦ୍ରାବାଦ: ସାଉଥ୍ ଚୁଲବୁଲି ସମାନ୍ଥା ରୁଥ ପ୍ରଭୁଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ଼। ତାଙ୍କ ବାପା ଜୋସେଫ ପ୍ରଭୁଙ୍କ ନିଧନ ହୋଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନେତ୍ରୀ ଏନେଇ ସୂଚନା ଦେଇଛନ୍ତି। ସମାନ୍ଥା ବାପାଙ୍କୁ ବହୁତ ଭଲପାଉଥିଲେ। କାରଣ ସେ ସବୁ କ୍ଷେତ୍ରରେ ତାଙ୍କୁ ସମର୍ଥନ ଦେଉଥିଲେ। ଯେତେବେଳେ ନାଗା ଚୈତନ୍ୟଙ୍କ ସହ ତାଙ୍କର ଛାଡ଼ପତ୍ର ହୋଇଥିଲା ସେତେବେଳେ ଜୋସେଫ ଚର୍ଚ୍ଚାରେ ଥିଲେ। ସେ ଉଭୟଙ୍କ ବିବାହ ଫଟୋ ଶେୟାର କରି ଲେଖିଥିଲେ ଯେ […] The post ସମାନ୍ଥାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼ appeared first on Dharitri Odia News.
ହାଇଦ୍ରାବାଦ: ସାଉଥ୍ ଚୁଲବୁଲି ସମାନ୍ଥା ରୁଥ ପ୍ରଭୁଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ଼। ତାଙ୍କ ବାପା ଜୋସେଫ ପ୍ରଭୁଙ୍କ ନିଧନ ହୋଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନେତ୍ରୀ ଏନେଇ ସୂଚନା ଦେଇଛନ୍ତି।
ସମାନ୍ଥା ବାପାଙ୍କୁ ବହୁତ ଭଲପାଉଥିଲେ। କାରଣ ସେ ସବୁ କ୍ଷେତ୍ରରେ ତାଙ୍କୁ ସମର୍ଥନ ଦେଉଥିଲେ। ଯେତେବେଳେ ନାଗା ଚୈତନ୍ୟଙ୍କ ସହ ତାଙ୍କର ଛାଡ଼ପତ୍ର ହୋଇଥିଲା ସେତେବେଳେ ଜୋସେଫ ଚର୍ଚ୍ଚାରେ ଥିଲେ। ସେ ଉଭୟଙ୍କ ବିବାହ ଫଟୋ ଶେୟାର କରି ଲେଖିଥିଲେ ଯେ ଅଲଗା ହୋଇଥିବାକୁ ବିଶ୍ୱାସ କରିବାକୁ ଆଉ ଟିକେ ସମୟ ଲାଗିବ। କେବଳ ଏତିକି ନୁହେଁ ସେମାନେ ନୂଆ ଅଧ୍ୟାୟ ଆରମ୍ଭ କରିବେ ବୋଲି ସେ ଆଶା କରୁଥିବା କହିଥିଲେ।
ଅଭିନେତ୍ରୀ ଭାବେ ଯାତ୍ରାକୁ ଦେଖିଲେ ଆଜି ସମାନ୍ଥା ଯେଉଁଠି ଛିଡ଼ା ହୋଇଛନ୍ତି, ତା ପଛରେ ବାପାଙ୍କ ବଡ଼ ଯୋଗଦାନ ରହିଛି। ଏବେ ତାଙ୍କ ଉପରୁ ବାପାଙ୍କ ହାତ ଚାଲି ଯାଇଛି। ଗୋଟିଏ ପଟେ ନାଗାଙ୍କ ଦ୍ୱିତୀୟ ବିବାହ ନେଇ ଖବର ସାମ୍ନାକୁ ଆସୁଥିବା ବେଳେ ବାପାଙ୍କୁ ହରାଇଥିବା ସମାନ୍ଥାଙ୍କ ପାଇଁ ସମୟ କଷ୍ଟକର ପାଲଟିଛି। ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।
The post ସମାନ୍ଥାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼ appeared first on Dharitri Odia News.