ପ୍ରଚାର ବେଳେ ହଟହଟା ହେଲେ ଅରୁନ୍ଧତୀ ଦେବୀ

ବିଜେଡି ପାଇଁ ଭୋଟ୍‌ ମାଗିବାକୁ ଯାଇ ଗାଁ ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇ ଫେରିଛନ୍ତି ରାଣୀ ମାଆ।

ପ୍ରଚାର ବେଳେ ହଟହଟା ହେଲେ ଅରୁନ୍ଧତୀ ଦେବୀ

୨୫ ବର୍ଷରେ କରିଛ କ’ଣ ? ଆଜି ଯାଏଁ କେଉଁଠି ଥିଲ ? ଆଜି କାହିଁକି ଆସିଛ ? ଦେବଗଡ଼ ରାଣୀ ତଥା BJD ପ୍ରାର୍ଥୀ ଅରୁନ୍ଧତୀ ଦେବୀଙ୍କୁ ଏମିତି ନାନା ପ୍ରଶ୍ନ ପଚାରିଛନ୍ତି ନିଜ ଅଞ୍ଚଳର ପ୍ରଜା। ବିଜେଡି ପାଇଁ ଭୋଟ୍‌ ମାଗିବାକୁ ଯାଇ ଗାଁ ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇ ଫେରିଛନ୍ତି ରାଣୀ ମାଆ। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି।