ପ୍ରଚ୍ଛଦପଟରେ ଦୀପାଳି-ଟଙ୍କଧର ବିବାଦ

ଝାରସୁଗୁଡ଼ା,୧୫।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ଅନାସ୍ଥା ପ୍ରସ୍ତାବ ଘଟଣାକୁ ନେଇ ରାଜ୍ୟବ୍ୟାପୀ ଆଲୋଚନା ଚାଲିଛି। କୃଷ୍ଣପ୍ରିୟାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସକାଶେ ଜିଲା ପ୍ରଶାସନ ନ ଶୁଣିବାରୁ ସୁଲେଇ ପଞ୍ଚାୟତ ସମିତି ସଭ୍ୟା ସବିତା ଅଗ୍ରୱାଲ ହାଇକୋର୍ଟ ଯାଇଥିଲେ। ଉଚ୍ଚ ନ୍ୟାୟାଳୟ ମାମଲାର ବିଚାର କରି ଦୀର୍ଘ ୪ ମାସ ପରେ ଅର୍ଥାତ୍‌ ଜାନୁଆରୀ ୧୦ ତାରିଖ ଅଧ୍ୟକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହେବ ବୋଲି […] The post ପ୍ରଚ୍ଛଦପଟରେ ଦୀପାଳି-ଟଙ୍କଧର ବିବାଦ appeared first on Dharitri Odia News.

ପ୍ରଚ୍ଛଦପଟରେ ଦୀପାଳି-ଟଙ୍କଧର ବିବାଦ

ଝାରସୁଗୁଡ଼ା,୧୫।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ଅନାସ୍ଥା ପ୍ରସ୍ତାବ ଘଟଣାକୁ ନେଇ ରାଜ୍ୟବ୍ୟାପୀ ଆଲୋଚନା ଚାଲିଛି। କୃଷ୍ଣପ୍ରିୟାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସକାଶେ ଜିଲା ପ୍ରଶାସନ ନ ଶୁଣିବାରୁ ସୁଲେଇ ପଞ୍ଚାୟତ ସମିତି ସଭ୍ୟା ସବିତା ଅଗ୍ରୱାଲ ହାଇକୋର୍ଟ ଯାଇଥିଲେ। ଉଚ୍ଚ ନ୍ୟାୟାଳୟ ମାମଲାର ବିଚାର କରି ଦୀର୍ଘ ୪ ମାସ ପରେ ଅର୍ଥାତ୍‌ ଜାନୁଆରୀ ୧୦ ତାରିଖ ଅଧ୍ୟକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହେବ ବୋଲି ଦିନ ଧାର୍ଯ୍ୟ କରିଥିଲେ। କିନ୍ତୁ ୯ ତାରିଖ ରାତିରେ ଖେଳ ଆରମ୍ଭ କରିଥିଲେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ବିରୋଧୀ ଗୋଷ୍ଠୀ। ଅର୍ଥାତ୍‌ ଝାରସୁଗୁଡ଼ା ଭାଜପା ବିଧାୟକ ଟଙ୍କଧର ତ୍ରିପାଠୀ ଏଥିରେ ମୁଣ୍ଡ ପୂରାଇଥିଲେ। ସୂଚନା ଦିଆଯାଇପାରେ ଯେ, ଦୀପାଳି ତାଙ୍କ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କ ପରିବାରକୁ ଦୀର୍ଘଦିନ ଅଜ୍ଞାତବାସରେ ରଖିଥିଲେ। ଟଙ୍କଧରଙ୍କ ଗୋଷ୍ଠୀ କାଳେ ସେମାନଙ୍କୁ ପ୍ରଭାବିତ କରିବେ, ସେଥିଲାଗି ଦୀପାଳି ଏଭଳି ପଦକ୍ଷେପ ନେଇଥିଲେ। ତେବେ ୮ ତାରିଖ ଲଇକେରା ଥାନାରେ ପଞ୍ଚାୟତ ପ୍ରତିନିଧି ନିଖୋଜ ଥିବା ନେଇ ଏକ ମାମଲା ଦାଏର ହୋଇଥିଲା। ତାହାକୁ ଆଧାର କରି ସ୍ଥାନୀୟ ପୋଲିସ କିର୍ମିରା ପଞ୍ଚାୟତ ପ୍ରତିନିଧିଙ୍କ ଉପରେ ନଜର ରଖିଥିଲା।
ରାଜନୀତି ହେଲା ଭୋଟ ଗ୍ରହଣ ପୂର୍ବଦିନ ସେହିସବୁ ସରପଞ୍ଚ ଓ ସମିତି ସଭ୍ୟଙ୍କ ବିଷୟରେ ସୁରାକ ମିଳିଲା ଯେ ସେମାନେ ଛତିଶଗଡ଼ ମହାସମୂଦ ଜିଲା ସରାଇପାଲିଠାରେ ରାଧିକା ହୋଟେଲରେ ଅଛନ୍ତି। ତେଣୁ ସେହି ପଞ୍ଚାୟତ ପ୍ରତିନିଧିଙ୍କୁ ଝାରସୁଗୁଡ଼ା ଓ ଛତିଶଗଡ଼ ପୋଲିସ ଅଟକ ରଖିଥିବା ସଂକ୍ରାନ୍ତ ଖବର ପାଇବା ପରେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ ତାଙ୍କ ସହଯୋଗୀଙ୍କୁ ଧରି ସରାଇପାଲିରେ ପହଞ୍ଚତ୍ଥିଲେ। ସୂଚନା ଅନୁସାରେ, ସେହି ଦିନ ଜିଲା ଗୋଇନ୍ଦା ବ୍ୟୁରୋ (ଡିଆଇବି) ଓ ଟେଲିକମ୍‌ ବିଭାଗ ୧୨ଜଣଙ୍କ ଫୋନ୍‌ ଟ୍ରାକ୍‌ କରିବା ସହିତ ବିଶାଳଙ୍କ ଗାଡ଼ିକୁ ଟଙ୍କଧରଙ୍କ ଗୋଷ୍ଠୀର ୪ଟି ଗାଡ଼ିି ପିଛା କରୁଥିଲା ବୋଲି ଜଣାପଡ଼ିଥିଲା। ବିଶାଳ ଓ ତାଙ୍କ ସହଯୋଗୀ ସରାଇପାଲି ରାଧିକା ହୋଟେଲରେ ପହଞ୍ଚତ୍ବା ପରେ ସେମାନଙ୍କୁ ପୋଲିସ କାବୁ କରି ନେଇ ବାହାରକୁ ଛାଡି ନ ଥିଲା। ୧୦ ତାରିଖ ପୂର୍ବାହ୍ନ ୧୦ଟା ୩୦ରେ ଭୋଟ ହେବାର ଥିଲା। କିନ୍ତୁ କୌଣସି ପଞ୍ଚାୟତ ପ୍ରତିନିଧି ନ ପହଞ୍ଚତ୍ବାରୁ ଭୋଟ ବାତିଲ ହୋଇଥିଲା। ଏହାପରେ ପୋଲିସ ଅପରାହ୍ନ ୫ଟାରେ ସମସ୍ତଙ୍କୁ ଛାଡ଼ିବା ସହିତ ବିଶାଳ ଓ ତାଙ୍କ ସମର୍ଥକଙ୍କ ନାମରେ ଦଙ୍ଗାର ସଙ୍ଗିନ ମାମଲା ମଧ୍ୟ ରୁଜୁ କରିଥିଲା। ଫଳରେ ବିଜେଡି ନେତାମାନେ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ ଓ ଏପରିକି ଦଳୀୟ ସଭାପତି ନବୀନ ପଟ୍ଟନାୟକ ଏହି ଘଟଣାରେ ହସ୍ତକ୍ଷେପ କରିଥିଲେ। ଅନାସ୍ଥା ଭୋଟ ସ୍ଥଗିତ ହେବା ସତ୍ତ୍ୱେ ବିଜେଡି ଓ ଭାଜପା ନେତାମାନେ ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି।

The post ପ୍ରଚ୍ଛଦପଟରେ ଦୀପାଳି-ଟଙ୍କଧର ବିବାଦ appeared first on Dharitri Odia News.