ପ୍ରଣବଙ୍କ ନାଁରେ ଜମି ଜବରଦଖଲ ଅଭିଯୋଗ

କାଏମା,୨୩ା୮(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଗଙ୍ଗାଧରପୁର ପଞ୍ଚାୟତର ନୂଆଗଁା ମୌଜାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ସରକାରୀ ଜମି ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ଉକ୍ତ ଅଭିଯୋଗ ଆଧାରରେ ଗୁରୁବାର ତହସିଲ ପକ୍ଷରୁ ନାକପୋଲ ରାଜସ୍ବ ନିରୀକ୍ଷକ ସୁନୀଲ ନାୟକ, ବଳରାମପୁର ଆର୍‌ଆଇ ଚନ୍ଦନ ସାହୁ, ନାକପୋଲ ସହକାରୀ ରାଜସ୍ବ ନିରୀକ୍ଷକ ଜଗବନ୍ଧୁ ଜେନା, ଡଙ୍କାରି ରାଜସ୍ବ ନିରୀକ୍ଷକ ମାନସ ବେଜ, ଅମିନ ହିତେଶ ସାମଲ ଓ ନିହାରକାନ୍ତ ବିଶ୍ୱାଳ ପ୍ରମୁଖ ପହଞ୍ଚତ୍ […] The post ପ୍ରଣବଙ୍କ ନାଁରେ ଜମି ଜବରଦଖଲ ଅଭିଯୋଗ appeared first on Dharitri Odia News.

ପ୍ରଣବଙ୍କ ନାଁରେ ଜମି ଜବରଦଖଲ ଅଭିଯୋଗ

କାଏମା,୨୩ା୮(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଗଙ୍ଗାଧରପୁର ପଞ୍ଚାୟତର ନୂଆଗଁା ମୌଜାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ସରକାରୀ ଜମି ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ଉକ୍ତ ଅଭିଯୋଗ ଆଧାରରେ ଗୁରୁବାର ତହସିଲ ପକ୍ଷରୁ ନାକପୋଲ ରାଜସ୍ବ ନିରୀକ୍ଷକ ସୁନୀଲ ନାୟକ, ବଳରାମପୁର ଆର୍‌ଆଇ ଚନ୍ଦନ ସାହୁ, ନାକପୋଲ ସହକାରୀ ରାଜସ୍ବ ନିରୀକ୍ଷକ ଜଗବନ୍ଧୁ ଜେନା, ଡଙ୍କାରି ରାଜସ୍ବ ନିରୀକ୍ଷକ ମାନସ ବେଜ, ଅମିନ ହିତେଶ ସାମଲ ଓ ନିହାରକାନ୍ତ ବିଶ୍ୱାଳ ପ୍ରମୁଖ ପହଞ୍ଚତ୍ ମାପଚୁପ କରିଛନ୍ତି। ତେବେ ମାପଚୁପ ବିଷୟରେ ଠିକ୍‌ ତଥ୍ୟ ମିଳିପାରିନାହିଁ।
ଜମି ଜବରଦଖଲ ସମ୍ପର୍କରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ଆଲୋକ ଲେଙ୍କା ଗତ ୧୪ ତାରିଖରେ ଯାଜପୁର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ନୂଆଗଁା ମୌଜାରେ ଥିବା ଖାତା ନମ୍ବର ୧୯୨, ପ୍ଲଟ ନମ୍ବର ୮୦କୁ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ କଳ୍ପତରୁ ଦାସଙ୍କ ସମୟରେ ଗୋକର୍ଣ୍ଣେଶ୍ୱର ଚାରିଟେବୁଲ ଟ୍ରଷ୍ଟ ନାମରେ ପଞ୍ଜୀକୃତ କରାଯାଇଥିଲା। କିନ୍ତୁ କାଳକ୍ରମେ ପୂର୍ବତନ ବିଜେଡି ବିଧାୟକ ପ୍ରଣବ ସେଠାରେ ଥିବା ୫ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମି ଜବରଦଖଲ କରି ବିଜେଡି କାର୍ଯ୍ୟାଳୟ କରିଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ମାପଚୁପବେଳେ ଉପସ୍ଥିତ ଥିବା ଲୋକଙ୍କ ଭିନ୍ନଭିନ୍ନ ପ୍ରତିକ୍ରିୟା ମିଳିଛି। ସେମାନଙ୍କ ମଧ୍ୟରୁ ସ୍ଥାନୀୟ କଣିପାଟିଆ ଗ୍ରାମର ନିତ୍ୟାନନ୍ଦ ଦାସ କହିଛନ୍ତି, ଏଠାରେ ପୂର୍ବରୁ ଏକ ଫରେଷ୍ଟ ଅଫିସ ଥିଲା। କିନ୍ତୁ ସେ ସମୟରେ ନେତାମାନେ କ୍ଷମତାର ଅପବ୍ୟବହାର କରି ଏହାକୁ ଜବରଦଖଲ କରିଛନ୍ତି। ଏ ସମ୍ପର୍କରେ ପୂର୍ବତନ ବିଧାୟକ ପ୍ରଣବଙ୍କୁ ପଚାରିବାରେ ସେ କହିଛନ୍ତି, ଗୋକର୍ଣ୍ଣେଶ୍ୱର ଚାରିଟେବୁଲ ଟ୍ରଷ୍ଟ ତାଙ୍କ ନିଜର। ମାତ୍ର ତାଙ୍କର କୌଣସି ଜାଗା ମାପଚୁପ କରାଯାଇନାହିଁ। ଯେଉଁ ସରକାରୀ ଜାଗାର ସ୍ଥିତି ଉପରେ ମାପଚୁପ କରାଯାଇଥିଲା, ଏଥିପାଇଁ ଅନ୍ୟ ୨୪ଜଣଙ୍କୁ ନୋଟିସ କରାଯାଇଥିଲା। ତାଙ୍କୁ କୌଣସି ନୋଟିସ ହୋଇ ନ ଥିଲା।

The post ପ୍ରଣବଙ୍କ ନାଁରେ ଜମି ଜବରଦଖଲ ଅଭିଯୋଗ appeared first on Dharitri Odia News.