ଏହି ସବୁ ଦେଶ ମଧ୍ୟରେ ୨୦୩୬ ଅଲିମ୍ପିକ୍ସ ଲାଗି ଭାରତ ମୁଖ୍ୟ ଦାବିଦାର

ନୂଆଦିଲ୍ଲୀ,୨ା୩: ଇଣ୍ଟରନ୍ୟାଶନାଲ ଅଲିମ୍ପିକ କମିଟି (ଆଇଓସି) ସଭପତୀ ପଦ ଲାଗି ମୁଖ୍ୟ ଦାବିଦାର ସେବାଷ୍ଟିଆନ କୋଏଙ୍କ ମତରେ ୨୦୩୬ ଅଲିମ୍ପିକ ଗେମ୍ସ ଆୟାଜନ କରିବା ଲାଗି ଭାରତ ପ୍ରବଳ ଦାବିଦାର। କିନ୍ତୁ ଏହି ଆୟୋଜନ ଅଧିକାର ଲାଗି ଅନ୍ୟ ଦେଶ ମଧ୍ୟ ଇଚ୍ଛୁକ ଥିବାରୁ ପ୍ରତିଯୋଗିତା କଷ୍ଟକର ହେବ। ଭାରତ ପକ୍ଷରୁ ଆଇଓସିର ଫ୍ୟୁଚର ହୋଷ୍ଟ କମିଟି ନିକଟରେ ୨୦୩୬ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ଆୟୋଜନ କରିବା ଲାଗି ‘ଲେଟର ଅଫ ଇଣ୍ଟେଣ୍ଟ’ ଦାଖଲ କରାଯାଇସାରିଛି। ପୃଷ୍ଟଭୂମିକୁ […] The post ଏହି ସବୁ ଦେଶ ମଧ୍ୟରେ ୨୦୩୬ ଅଲିମ୍ପିକ୍ସ ଲାଗି ଭାରତ ମୁଖ୍ୟ ଦାବିଦାର appeared first on Dharitri Odia News.

ଏହି ସବୁ ଦେଶ ମଧ୍ୟରେ ୨୦୩୬ ଅଲିମ୍ପିକ୍ସ ଲାଗି ଭାରତ ମୁଖ୍ୟ ଦାବିଦାର

ନୂଆଦିଲ୍ଲୀ,୨ା୩: ଇଣ୍ଟରନ୍ୟାଶନାଲ ଅଲିମ୍ପିକ କମିଟି (ଆଇଓସି) ସଭପତୀ ପଦ ଲାଗି ମୁଖ୍ୟ ଦାବିଦାର ସେବାଷ୍ଟିଆନ କୋଏଙ୍କ ମତରେ ୨୦୩୬ ଅଲିମ୍ପିକ ଗେମ୍ସ ଆୟାଜନ କରିବା ଲାଗି ଭାରତ ପ୍ରବଳ ଦାବିଦାର। କିନ୍ତୁ ଏହି ଆୟୋଜନ ଅଧିକାର ଲାଗି ଅନ୍ୟ ଦେଶ ମଧ୍ୟ ଇଚ୍ଛୁକ ଥିବାରୁ ପ୍ରତିଯୋଗିତା କଷ୍ଟକର ହେବ।

ଭାରତ ପକ୍ଷରୁ ଆଇଓସିର ଫ୍ୟୁଚର ହୋଷ୍ଟ କମିଟି ନିକଟରେ ୨୦୩୬ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ଆୟୋଜନ କରିବା ଲାଗି ‘ଲେଟର ଅଫ ଇଣ୍ଟେଣ୍ଟ’ ଦାଖଲ କରାଯାଇସାରିଛି।

ପୃଷ୍ଟଭୂମିକୁ ଦୃଷ୍ଟିରେ ରଖି ମୁଁ ଯାହା କହୁଛି, ତାହାକୁ ନେଇ ଚକିତ ହୁଅନ୍ତୁ ନାହିଁ। ନିର୍ଦ୍ଦିଷ୍ଟ ଭାବେ ଅଲିମ୍ପିକ ଭଳି ବିଶ୍ୱସ୍ତରୀୟ କ୍ରୀଡ଼ା ଲାଗି ଭାରତର ପ୍ରତିବଦ୍ଧତା ଦେଖି ମୁଁ ବହୁତ ଖୁସି। କିନ୍ତୁ ଆୟୋଜନ ଲାଗି ବିଡ ପ୍ରତିଯୋଗିତା ଖୁବ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବ। ଏଥିରେ କେବଳ ଗୋଟିଏ ଦେଶ ଭାଗ ନେବ ନାହିଁ। କିନ୍ତୁ ଭାରତ ମୁଖ୍ୟ ଦାବିଦାର ବୋଲି କୋଏ ଏକ ସାକ୍ଷାତକାରରେ କହିଛନ୍ତି।

ଭାରତ ବ୍ୟତୀତ ପୋଲାଣ୍ଡ, ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା, କାତାର, ହଙ୍ଗେରୀ, ଟର୍କୀ, ମେକ୍ସିକୋ ଓ ଇଜିପ୍ଟ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବା ଲାଗି ଇଚ୍ଛା ପ୍ରକଟ କରିଛନ୍ତି। ତେବେ ୨୦୨୬ ପୂର୍ବରୁ ୨୦୩୬ ଅଲିମ୍ପିକ୍ସ ଆୟୋଜକ ଦେଶର ନାମ ଜଣା ପଡ଼ିବ ନାହିଁ। କିନ୍ତୁ ଆସନ୍ତା ୨୦ ତାରିଖରେ ଆଇଓସି ମୁଖ୍ୟ ପଦ ଲାଗି ହେବାକୁ ଥିବା ନିର୍ବାଚନରେ ବିଜୟୀ ସଭାପତିଙ୍କ କାର୍ଯ୍ୟକାଳରେ ଆୟୋଜକ ଦେଶର ନାମ ପ୍ରକାଶ କରାଯିବା ନିଶ୍ଚିତ।

ଆଇଓସି ସଭାପତି ପଦ ଲାଗି ୭ ଜଣ ଦାବିଦାର ଥିବା ବେଳେ ମୁଖ୍ୟ ଦାବିଦାର ହେଉଛନ୍ତି କୋଏ। ତାଙ୍କର ଅଜା ହେଉଛନ୍ତି ଭାରତୀୟ ପଞ୍ଜାବୀ। ଆସନ୍ତା ୧୮ରୁ ୨୧ ପର୍ଯ୍ୟନ୍ତ କୋଷ୍ଟା ନାଭାରିନୋରେ ହେବାକୁ ଥିବା ନିର୍ବାଚନରେ ଆଇଓସିର ୧୦୦ରୁ ଅଧିକ ସଦସ୍ୟ ଭାଗ ନେବେ।

ଡବଲ ଅଲିମ୍ପିକ୍ସ ୧୫୦୦ମିଟର ସ୍ବର୍ଣ୍ଣ ବିଜେତା ୬୮ ବର୍ଷୀୟ କୋଏ ଆହୁରି କହିଛନ୍ତି ଯେ, ଅନେକ ସହର ବିଡ ପ୍ରତିଯୋଗିତାରେ ବିଫଳ ହୋଇଛନ୍ତି ଏବଂ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଲଣ୍ଡନ ୨୦୦୫ରେ ପ୍ୟାରିସକୁ ହରାଇ ୨୦୧୨ ଅଲିମ୍ପିକ ଆୟୋଜନ କରିଥିଲା। ଆମେ ଗତ ବର୍ଷ ପ୍ୟାରିସରେ ଅଲିମ୍ପିକ୍ସ ଦେଖିଲେ। ରିଓ ମଧ୍ୟ ୨୦୧୨ ଅଲିମ୍ପିକ ଲାଗି ପ୍ରାରମ୍ଭିକ ରାଉଣ୍ଡରେ ବିଫଳ ହୋଇଥିଲା। ମାତ୍ର ପରବର୍ତ୍ତୀ ସଂସ୍କରଣ ରିଓରେ ଅନୁଷ୍ଠିତ ହୋଇଥିଲା। ଏହାର ଅର୍ଥ ଯେ, ଯଦି ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ଅଧିକାର ପାଇବାରେ ବିଫଳ ହେଉଛି, ତେବେ ତାହା କାହାଣିର ଅନ୍ତ ନୁହେଁ।

The post ଏହି ସବୁ ଦେଶ ମଧ୍ୟରେ ୨୦୩୬ ଅଲିମ୍ପିକ୍ସ ଲାଗି ଭାରତ ମୁଖ୍ୟ ଦାବିଦାର appeared first on Dharitri Odia News.