ପ୍ରତି ୧୫ଦିନରେ ଋଣ ପ୍ରଦାନକାରୀ ଦେବେ କ୍ରେଡିଟ୍ ରେକର୍ଡ
ଭୁବନେଶ୍ୱର,୪ା୧( ଅନୁରାଧା ମହାରଣା): ବିଭିନ୍ନ ବ୍ୟାଙ୍କରୁ ରଣ ଆଣୁଥିବା ବ୍ୟକ୍ତିଙ୍କ କ୍ରେଡିଟ୍ ରେକର୍ଡ ଏଣିକି ପ୍ରତି ୧୫ଦିନରେ ଋଣ ପ୍ରଦାନକାରୀ ତଥ୍ୟ ଦେବେ। କ୍ରେଡିଟ୍ ରିସ୍କ ଆକଳନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ରିଜର୍ଭ ବ୍ୟାଙ୍କ ଏହି ନୂତନ ପଦକ୍ଷେପ ନେଇଛି। ଏହାଦ୍ୱାରା ରଣ ପ୍ରଦାନ ପୂର୍ବରୁ ରଣ ପ୍ରଦାନକାରୀଙ୍କୁ କଡ଼ା ଯାଞ୍ଚ କରିବାକୁ ପଡ଼ିବ। ଅନେକ ବ୍ୟକ୍ତି ଗୋଟିଏ ସ୍ଥାନରୁ ଋଣ ଆଣି ଏହାର ପରିଶୋଧ ନ କରି ଅନ୍ୟ ସ୍ଥାନରୁ ଋଣ ଉଠାଇବା ଉପରେ […] The post ପ୍ରତି ୧୫ଦିନରେ ଋଣ ପ୍ରଦାନକାରୀ ଦେବେ କ୍ରେଡିଟ୍ ରେକର୍ଡ appeared first on Dharitri Odia News.
ଭୁବନେଶ୍ୱର,୪ା୧( ଅନୁରାଧା ମହାରଣା): ବିଭିନ୍ନ ବ୍ୟାଙ୍କରୁ ରଣ ଆଣୁଥିବା ବ୍ୟକ୍ତିଙ୍କ କ୍ରେଡିଟ୍ ରେକର୍ଡ ଏଣିକି ପ୍ରତି ୧୫ଦିନରେ ଋଣ ପ୍ରଦାନକାରୀ ତଥ୍ୟ ଦେବେ। କ୍ରେଡିଟ୍ ରିସ୍କ ଆକଳନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ରିଜର୍ଭ ବ୍ୟାଙ୍କ ଏହି ନୂତନ ପଦକ୍ଷେପ ନେଇଛି। ଏହାଦ୍ୱାରା ରଣ ପ୍ରଦାନ ପୂର୍ବରୁ ରଣ ପ୍ରଦାନକାରୀଙ୍କୁ କଡ଼ା ଯାଞ୍ଚ କରିବାକୁ ପଡ଼ିବ। ଅନେକ ବ୍ୟକ୍ତି ଗୋଟିଏ ସ୍ଥାନରୁ ଋଣ ଆଣି ଏହାର ପରିଶୋଧ ନ କରି ଅନ୍ୟ ସ୍ଥାନରୁ ଋଣ ଉଠାଇବା ଉପରେ ରୋକ୍ ଲଗାଇବାରେ ଏହି ପଦକ୍ଷେପ ସହାୟକ ହେବ। ଏହାପୂର୍ବରୁ ଋଣ ନେଇଥିବା ବ୍ୟକ୍ତିଙ୍କ କ୍ରେଡିଟ୍ ରେକର୍ଡ ୧୫ଦିନ ପରିବର୍ତ୍ତେ ମାସରେ ଥରେ ରିଜର୍ଭ ବ୍ୟାଙ୍କରେ ଦାଖଲ କରିବାକୁ ପଡୁଥିଲା। ରିଜର୍ଭ ବ୍ୟାଙ୍କର କଡ଼ା ନିୟମ ଯୋଗୁ ଅନେକ ବର୍ଷରେ ଅନେକ ସ୍ଥାନରୁ ବ୍ୟକ୍ତିଗତ ଋଣ ନେବା ଅଭ୍ୟାସକୁ ନିଷିଦ୍ଧ କରାଯିବ। ଅଳ୍ପ ସମୟ ବ୍ୟବଧାନରେ ଆର୍ବିଆଇ ଦ୍ୱାରା କ୍ରେଡିଟ୍ ରେକର୍ଡ ଯାଞ୍ଚ କରିବା ଦ୍ୱାରା ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକର ଋଣଦାତାମାନଙ୍କୁ ଋଣ ଦେବାରେ ବିପଦକୁ ଯାଞ୍ଚ କରିବାର କ୍ଷମତା ବୃଦ୍ଧି ପାଇବ।
The post ପ୍ରତି ୧୫ଦିନରେ ଋଣ ପ୍ରଦାନକାରୀ ଦେବେ କ୍ରେଡିଟ୍ ରେକର୍ଡ appeared first on Dharitri Odia News.