ଇରାନକୁ ବହୁମୂଲ୍ୟ ଦେବାକୁ ପଡ଼ିବ: ଇସ୍ରାଏଲ୍‌

ଜେରୁଜେଲମ/ତେହରାନ୍‌,୧୫ା୬: ଇରାନ୍‌ ଓ ଇସ୍ରାଏଲ୍‌ ମଧ୍ୟରେ ବହୁ ବର୍ଷ ଧରି କୁହୁଳୁଥିବା ଧୂଅଁା ଏବେ ନିଅଁାର ରୂପ ନେଇ ବ୍ୟାପିବାରେ ଲାଗିଛି। ୨୦୨୩ ଅକ୍ଟୋବର ୭ରୁ ହାମାସ୍‌ ସହ ଯୁଦ୍ଧରତ ଥିବା ଇସ୍ରାଏଲ୍‌ ଜୁନ୍‌ ୧୩ରେ ଇରାନ୍‌ ଉପରେ ଅତର୍କିତ ଆକ୍ରମଣ କରିବା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିସର ବଢ଼ିବା ଆଶଙ୍କା ପ୍ରକାଶ ପାଇଛି। ଇସ୍ରାଏଲ୍‌ ଆକ୍ରମଣରେ ଆଇଆର୍‌ଜିସି କମାଣ୍ଡର ହୋସେଇନ୍‌ ସଲାମି, ଇରାନ୍‌ ଚିଫ୍‌ ଅଫ୍‌ ଷ୍ଟାଫ୍‌ ମହମ୍ମଦ ବଘେରି, ଡେପୁଟି ଗୋଲାମ ଅଲୀ ରାଶିଦ୍‌, କୁଦ୍ସ […] The post ଇରାନକୁ ବହୁମୂଲ୍ୟ ଦେବାକୁ ପଡ଼ିବ: ଇସ୍ରାଏଲ୍‌ appeared first on Dharitri Odia News.

ଇରାନକୁ ବହୁମୂଲ୍ୟ ଦେବାକୁ ପଡ଼ିବ: ଇସ୍ରାଏଲ୍‌

ଜେରୁଜେଲମ/ତେହରାନ୍‌,୧୫ା୬: ଇରାନ୍‌ ଓ ଇସ୍ରାଏଲ୍‌ ମଧ୍ୟରେ ବହୁ ବର୍ଷ ଧରି କୁହୁଳୁଥିବା ଧୂଅଁା ଏବେ ନିଅଁାର ରୂପ ନେଇ ବ୍ୟାପିବାରେ ଲାଗିଛି। ୨୦୨୩ ଅକ୍ଟୋବର ୭ରୁ ହାମାସ୍‌ ସହ ଯୁଦ୍ଧରତ ଥିବା ଇସ୍ରାଏଲ୍‌ ଜୁନ୍‌ ୧୩ରେ ଇରାନ୍‌ ଉପରେ ଅତର୍କିତ ଆକ୍ରମଣ କରିବା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିସର ବଢ଼ିବା ଆଶଙ୍କା ପ୍ରକାଶ ପାଇଛି। ଇସ୍ରାଏଲ୍‌ ଆକ୍ରମଣରେ ଆଇଆର୍‌ଜିସି କମାଣ୍ଡର ହୋସେଇନ୍‌ ସଲାମି, ଇରାନ୍‌ ଚିଫ୍‌ ଅଫ୍‌ ଷ୍ଟାଫ୍‌ ମହମ୍ମଦ ବଘେରି, ଡେପୁଟି ଗୋଲାମ ଅଲୀ ରାଶିଦ୍‌, କୁଦ୍ସ ଫୋର୍ସ ନେତା ଇସ୍‌ମାଇଲ କାନି ଓ ୬ ଜଣ ବରିଷ୍ଠ ପରମାଣୁ ବୈଜ୍ଞାନିକ ପ୍ରାଣ ହରାଇଛନ୍ତି। ଯୁଦ୍ଧବିମାନ ଓ ଡ୍ରୋନ୍‌ ଷ୍ଟ୍ରାଇକ୍‌ରେ ଇରାନ୍‌ର ୭୮ ନିହତ ହୋଇଥିବାବେଳେ ୩୨୦ରୁ ଅଧିକ ଆହତ ହୋଇଥିବା ଇରାନ୍‌ର ଜାତିସଂଘ ପ୍ରତିନିଧି ସୂଚନା ଦେଇଛନ୍ତି। ଇସ୍ରାଏଲ୍‌ ଆକ୍ରମଣର ଜବାବ ଦେବାକୁ ଇରାନ୍‌ ମଧ୍ୟ ପଛାଇନାହିଁ। ଶୁକ୍ରବାର ରାତିରେ ଇରାନୀୟ ସେନାର ଆକ୍ରମଣରେ ଜେରୁଜେଲମ୍‌ ଓ ତେଲ ଆଭିଭ୍‌ ଆକାଶ ବିସ୍ଫୋରଣରେ ଝଟକି ଉଠିଥିଲା। ଏହା ପରେ ଶନିବାର ସକାଳେ ଇସ୍ରାଏଲ୍‌କୁ ଟାର୍ଗେଟ କରି ଇରାନ୍‌ ବହୁସଂଖ୍ୟକ ଦୂରଗାମୀ କ୍ଷେପଣାସ୍ତ୍ର ଓ ବାଲିଷ୍ଟିକ୍‌ ମିଶାଇଲ୍‌ ଛାଡ଼ିଛି। ଏଥିରେ ଅନୂ୍ୟନ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଛନ୍ତି। ଇସ୍ରାଏଲ୍‌ର ସେନା ନିଜ ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦେଇଛି। ଉଭୟ ଇସ୍ରାଏଲ୍‌ ଓ ଇରାନ୍‌ ପକ୍ଷରୁ କୁହାଯାଇଛି ଯେ, ଆକ୍ରମଣ ଜାରି ରହିଲେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇବ। ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି, ଇସ୍ରାଏଲ୍‌ ପ୍ରତି ଇରାନ୍‌ ପଟୁ ରହିଥିବା ବିପଦକୁ ଶେଷ କରିବା ହେଉଛି ତାଙ୍କ ଉଦ୍ଦେଶ୍ୟ। ଇରାନ୍‌ ନାଗରିକମାନେ ସେମାନଙ୍କ ନେତାମାନଙ୍କ ବିରୋଧରେ ବିଦ୍ରୋହ କରନ୍ତୁ ବୋଲି ନେତାନ୍ୟାହୁ ଆହ୍ବାନ ଦେଇଛନ୍ତି। ଇରାନ୍‌ ସରକାରଙ୍କୁ ଗାଦିଚ୍ୟୁତ କରାଯାଇପାରିଲେ ଇସ୍ରାଏଲ୍‌ ସ୍ବାଗତ କରିବ ବୋଲି ସେ କହିଛନ୍ତି। ସେହିପରି ଇରାନୀୟ ମିଶାଇଲ୍‌ ଆକ୍ରମଣ ଜାରି ରହିଲେ ତେହରାନ୍‌ ଜଳିଯିବ ବୋଲି ଇସ୍ରାଏଲ୍‌ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍‌ କାଟ୍‌ଜ ଧମକ ଦେଇଛି। ଇସ୍ରାଏଲ୍‌ ଡିଫେନ୍ସ ଫୋର୍ସେସ୍‌ (ଆଇଡିଏଫ୍‌) ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଏୟାଲ ଜମିର, ମୋସାଦ୍‌ ଡାଇରେକ୍ଟର ଡେଭିଡ୍‌ ବର୍ନେଆ ଓ ଅନ୍ୟ ଶୀର୍ଷ ସାମରିକ ଅଧିକାରୀମାନଙ୍କ ସହ ସ୍ଥିତି ସମୀକ୍ଷା ବେଳେ କାଟ୍‌ଜ କହିଛନ୍ତି, ଇରାନୀୟ ଏକଚ୍ଛତ୍ରବାଦୀ ତଥା ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ନିଜ ଦେଶର ନାଗରିକମାନଙ୍କୁ ପଣବନ୍ଦୀ କରିଦେଲେଣି। ଇସ୍ରାଏଲୀ ନାଗରିକଙ୍କ ଉପରେ ଆପରାଧିକ ଆକ୍ରମଣର ବହୁମୂଲ୍ୟ ଦେବାକୁ ପଡ଼ିବ। ଖାମେନେଇ ଯଦି ଇସ୍ରାଏଲ ଉପରେ ଏପରି କ୍ଷେପଣାସ୍ତ୍ର ମାଡ଼ କରିଚାଲନ୍ତି ତେବେ ତେହରାନ୍‌ ଜଳିଯିବ ବୋଲି ସେ ଖୋଲା ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲ୍‌ ଇରାନ୍‌ର ସୀମିତ ଆଣବିକ ଓ ସାମରିକ ଘାଟିକୁ ଟାର୍ଗେଟ କରିଛି। ଇରାନ୍‌ ୨୦୦ ବାଲିଷ୍ଟିକ୍‌ ମିଶାଇଲ୍‌ ଇସ୍ରାଏଲ୍‌ ଉପରେ ଛାଡ଼ିଛି। ସେଗୁଡ଼ିକରୁ ଅଧିକାଂଶ ମିଶାଇଲକୁ ଏୟାର ଡିଫେନ୍ସ ସିଷ୍ଟମ୍‌ ଆୟତ୍ତ କରି ଖସାଇଦେଇଛି। ତେବେ ୩ ଇସ୍ରାଏଲୀ ପ୍ରାଣ ହରାଇଥିବାବେଳେ ୭୦ ଆହତ ହୋଇଥିବା ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

The post ଇରାନକୁ ବହୁମୂଲ୍ୟ ଦେବାକୁ ପଡ଼ିବ: ଇସ୍ରାଏଲ୍‌ appeared first on Dharitri Odia News.