ଓ୍ବାକଫ ବିଲକୁ ନେଇ BJDର ମତ ପରିବର୍ତ୍ତନ, ବରିଷ୍ଠ ନେତା କହିଲେ ନିଜ ଅନ୍ତରାତ୍ମାର କଥା ଶୁଣ

ନୂଆଦିଲ୍ଲୀ,୩।୪: ବିଜୁ ଜନତା ଦଳ(ବିଜେଡି) ୱାକଫ (ସଂଶୋଧନ) ବିଲ ଉପରେ ତା’ର ମତ ପରିବର୍ତ୍ତନ କରିଛି। ଲୋକ ସଭାରେ ବିଲ ଆଗତ ହେବା ପରେ, ବିଜେଡି ଏହାର ବିରୋଧରେ ମତ ରଖିଥିଲା। କିନ୍ତୁ ଏହା ସତ୍ତ୍ୱେ ବିଲ ଲୋକ ସଭାରେ ଗୃହୀତ ହୋଇଥିଲା। ଏବେ ଏହି ବିଲ ଉପରେ ସଂସଦର ଉଚ୍ଚ ସଦନ ଅର୍ଥାତ ରାଜ୍ୟ ସଭାରେ ଆଲୋଚନା ଚାଲିଛି। ଏବେ ବିଜେଡି ମଧ୍ୟ ତା’ର ମତ ବଦଳାଇଛି ଏବଂ ଦଳୀୟ ଏମପିମାନଙ୍କୁ ସେମାନଙ୍କ ବିବେକର ସ୍ବର […] The post ଓ୍ବାକଫ ବିଲକୁ ନେଇ BJDର ମତ ପରିବର୍ତ୍ତନ, ବରିଷ୍ଠ ନେତା କହିଲେ ନିଜ ଅନ୍ତରାତ୍ମାର କଥା ଶୁଣ appeared first on Dharitri Odia News.

ଓ୍ବାକଫ ବିଲକୁ ନେଇ BJDର ମତ ପରିବର୍ତ୍ତନ, ବରିଷ୍ଠ ନେତା କହିଲେ ନିଜ ଅନ୍ତରାତ୍ମାର କଥା ଶୁଣ

ନୂଆଦିଲ୍ଲୀ,୩।୪: ବିଜୁ ଜନତା ଦଳ(ବିଜେଡି) ୱାକଫ (ସଂଶୋଧନ) ବିଲ ଉପରେ ତା’ର ମତ ପରିବର୍ତ୍ତନ କରିଛି। ଲୋକ ସଭାରେ ବିଲ ଆଗତ ହେବା ପରେ, ବିଜେଡି ଏହାର ବିରୋଧରେ ମତ ରଖିଥିଲା। କିନ୍ତୁ ଏହା ସତ୍ତ୍ୱେ ବିଲ ଲୋକ ସଭାରେ ଗୃହୀତ ହୋଇଥିଲା।
ଏବେ ଏହି ବିଲ ଉପରେ ସଂସଦର ଉଚ୍ଚ ସଦନ ଅର୍ଥାତ ରାଜ୍ୟ ସଭାରେ ଆଲୋଚନା ଚାଲିଛି। ଏବେ ବିଜେଡି ମଧ୍ୟ ତା’ର ମତ ବଦଳାଇଛି ଏବଂ ଦଳୀୟ ଏମପିମାନଙ୍କୁ ସେମାନଙ୍କ ବିବେକର ସ୍ବର ଶୁଣିବାକୁ କହିଛି। ଭୋଟ ଦେବା ପାଇଁ କୌଣସି ହ୍ବିପ ଜାରି କରାଯିବ ନାହିଁ ବୋଲି ଦଳ ସ୍ପଷ୍ଟ କରିଛି।
ବରିଷ୍ଠ ବିଜୁ ଜନତା ଦଳ ନେତା ସସ୍ମିତ ପାତ୍ର ସୋସିଆଲ ମିଡିଆ ସାଇଟ ଏକ୍ସରେ ଏ ବିଷୟରେ ପୋଷ୍ଟ କରି କହିଛନ୍ତି, ‘ବିଜୁ ଜନତା ଦଳ ସର୍ବଦା ଧର୍ମନିରପେକ୍ଷତା ଏବଂ ଅନ୍ତର୍ଭୁକ୍ତିର ନୀତିକୁ ବଜାୟ ରଖିଛି ଏବଂ ସମସ୍ତ ସମ୍ପ୍ରଦାୟର ଅଧିକାର ସୁନିଶ୍ଚିତ କରିଛି।’ ୱାକଫ (ସଂଶୋଧନ) ବିଲ, ୨୦୨୪ ସମ୍ପର୍କରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବିଭିନ୍ନ ବର୍ଗ ଦ୍ୱାରା ପ୍ରକାଶିତ ବିବିଧ ଭାବନାକୁ ଆମେ ଗଭୀର ଭାବରେ ସମ୍ମାନ କରୁଛୁ।
ସେ ଆହୁରି ଲେଖିଛନ୍ତି, ‘ଆମର ଦଳ, ଏହି ମତାମତଗୁଡ଼ିକୁ ଭଲଭାବେ ବିଚାର କରିବା ପରେ, ରାଜ୍ୟ ସଭାରେ ଆମର ମାନ୍ୟବର ସଦସ୍ୟମାନଙ୍କୁ ନ୍ୟାୟ, ସଦୟତା ଏବଂ ସମସ୍ତ ସମ୍ପ୍ରଦାୟର ଅଧିକାରର ସର୍ବୋତ୍ତମ ସ୍ବାର୍ଥରେ ସେମାନଙ୍କର ବିବେକ ବ୍ୟବହାର କରିବା ପାଇଁ ଦାୟିତ୍ୱ ପ୍ରଦାନ କରିଛି।’ ଯଦି ବିଲ ଭୋଟିଂ ପାଇଁ ଆସେ, ତେବେ ନିଜ ବିବେକର କଥା ଶୁଣ। ଏଥିପାଇଁ ଦଳ କୌଣସି ହ୍ବିପ ଜାରି କରିବ ନାହିଁ।

The post ଓ୍ବାକଫ ବିଲକୁ ନେଇ BJDର ମତ ପରିବର୍ତ୍ତନ, ବରିଷ୍ଠ ନେତା କହିଲେ ନିଜ ଅନ୍ତରାତ୍ମାର କଥା ଶୁଣ appeared first on Dharitri Odia News.