ଅବ୍ୟବସ୍ଥା ଘେରରେ କେର୍ଣ୍ଣାପଲା ଗାଁ, ପ୍ରାକ୍‌ ଶିକ୍ଷାରୁ ବଞ୍ଚିତ କୋମଳମତି ଶିଶୁ

କର୍ଲାମୁଣ୍ଡା,୨ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରମହକୁମାଠାରୁ ୨୦ କିମି ଦୂରରେ ଅବସ୍ଥିତ ବୋରାପଦର ପଞ୍ଚାୟତର କେର୍ଣ୍ଣାପଲା ଗାଁ। ୩୫ ପରିବାର ବିଶିଷ୍ଟ ଏହି ଗାଁରେ ୧୦୫ ଜଣ ମହିଳା ପୁରୁଷ ରହିଛନ୍ତି। ୨୦୨୦ରେ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ର ସଂଖ୍ୟା କମ୍‌ ଥିବାରୁ ବିଦ୍ୟାଳୟକୁ ସରକାର ବନ୍ଦ କରିଦେଲେ। ଫଳରେ ଏହି ଗାଁର ଛାତ୍ରୀଛାତ୍ର ୨ କିମି ଦୂରରେ ଥିବା ମ. ରାମପୁର ବ୍ଲକ୍‌ ଟୁର୍ଚ୍ଚି ବିଦ୍ୟାଳୟରେ ପାଠ ପଢୁଛନ୍ତି। ଏହା […] The post ଅବ୍ୟବସ୍ଥା ଘେରରେ କେର୍ଣ୍ଣାପଲା ଗାଁ, ପ୍ରାକ୍‌ ଶିକ୍ଷାରୁ ବଞ୍ଚିତ କୋମଳମତି ଶିଶୁ appeared first on Dharitri Odia News.

ଅବ୍ୟବସ୍ଥା ଘେରରେ କେର୍ଣ୍ଣାପଲା ଗାଁ, ପ୍ରାକ୍‌ ଶିକ୍ଷାରୁ ବଞ୍ଚିତ କୋମଳମତି ଶିଶୁ

କର୍ଲାମୁଣ୍ଡା,୨ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରମହକୁମାଠାରୁ ୨୦ କିମି ଦୂରରେ ଅବସ୍ଥିତ ବୋରାପଦର ପଞ୍ଚାୟତର କେର୍ଣ୍ଣାପଲା ଗାଁ। ୩୫ ପରିବାର ବିଶିଷ୍ଟ ଏହି ଗାଁରେ ୧୦୫ ଜଣ ମହିଳା ପୁରୁଷ ରହିଛନ୍ତି। ୨୦୨୦ରେ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ର ସଂଖ୍ୟା କମ୍‌ ଥିବାରୁ ବିଦ୍ୟାଳୟକୁ ସରକାର ବନ୍ଦ କରିଦେଲେ। ଫଳରେ ଏହି ଗାଁର ଛାତ୍ରୀଛାତ୍ର ୨ କିମି ଦୂରରେ ଥିବା ମ. ରାମପୁର ବ୍ଲକ୍‌ ଟୁର୍ଚ୍ଚି ବିଦ୍ୟାଳୟରେ ପାଠ ପଢୁଛନ୍ତି। ଏହା ବ୍ୟତୀତ ଜନସଂଖ୍ୟା କମ୍‌ କାରଣର କେର୍ଣ୍ଣାପଲା,ବତୀକୁପା ଓ ପୁରଗୁଡିପଦର ପାଇଁ ବତୀକୁପା ଗାଁରେ ରହିଛି ଅଙ୍ଗନଓ୍ବାଡ଼ି କେନ୍ଦ୍ର। ଯାହା ଦ୍ବାରା ଛୋଟଛୋଟ ଶିଶୁ୍‌ମାନେ ପ୍ରାକ୍‌ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ଗାଁକୁ ଯିବାକୁ ହେଲେ ମ.ରାମପୁର ବ୍ଲକର ଟୁର୍ଚ୍ଚିଠାରୁ ୨ କିମି ଅତିକ୍ରମ କଲାପରେ କେର୍ଣ୍ଣାପଲା ଗାଁ ପଡ଼ିଥାଏ। ଏଣୁ ଉକ୍ତ ଗ୍ରାମରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ସ୍ଥାପନ କରିବା ଓ ପ୍ରାଥମିକ ବିଦ୍ୟାଳୟକୁ ପୁଣିଥରେ ଖୋଲିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ଏନେଇ କର୍ଲାମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡାଙ୍କୁ ପଚାରିବାରୁ ଛାତ୍ରୀଛାତ୍ରଙ୍କ ସଂଖ୍ୟା ତଥା ଭୌଗୋଳିକ ଦୃଷ୍ଟି କୋଣରୁ ସ୍କୁଲର ଆବଶ୍ୟକ ଥିବ ଯଦି ଆମେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବୁ ବୋଲି କହିଛନ୍ତି। ଠିକ୍‌ ସେହିପରି ସମ୍ମନ୍ବିତ ଶିଶୁ ବିକାଶ ଅଧିକାରିଣୀ (ସିଡିପିଓ) କଳ୍ପଳତା ତ୍ରିପାଠୀଙ୍କୁ ପଚାରିବାରୁ ଗାଁରେ କେନ୍ଦ୍ର ହେବା ପାଇଁ ଆବଶ୍ୟକ ଜନ ସଂଖ୍ୟା ନ ଥିବା କାରଣରୁ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲିବା ସମ୍ଭବପର ହେଉନାହିଁ। ତଥାପି ମୁଁ ଜିଲାସ୍ତରୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବି ବୋଲି କହିଛନ୍ତି।

The post ଅବ୍ୟବସ୍ଥା ଘେରରେ କେର୍ଣ୍ଣାପଲା ଗାଁ, ପ୍ରାକ୍‌ ଶିକ୍ଷାରୁ ବଞ୍ଚିତ କୋମଳମତି ଶିଶୁ appeared first on Dharitri Odia News.