ପ୍ରତିଶୋଧ ନେଇ ବାବର ଆଜମ୍‌ଙ୍କୁ ଏଭଳି ଇଙ୍ଗିତ କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଭାଇରାଲ ହେଉଛି Video

ଦୁବାଇ,୨୩।୨: ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବାବର ଆଜମ ପୁଣି ଥରେ ଟିମ ଇଣ୍ଡିଆ ବିପକ୍ଷରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛନ୍ତି। ଦୁବାଇରେ ଖେଳାଯାଉଥିବା ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଆୟୋଜକ ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଟୁର୍ନାମେଣ୍ଟରେ ରହିବାକୁ ହେଲେ ତାଙ୍କୁ ଯେକୌଣସି ସ୍ଥିତିରେ ଏହି ମ୍ୟାଚ୍‌ ଜିତିବାକୁ ପଡିବ। ଏପରି ପରିସ୍ଥିତିରେ ପାକିସ୍ତାନ ବାବର ଆଜମଙ୍କଠାରୁ ଏକ ବଡ଼ ଇନିଂସ ଆଶା କରୁଥିଲା। କିନ୍ତୁ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଆଶାକୁ ଧୂଳିସାତ କରିଦେଲେ। ଏହି […] The post ପ୍ରତିଶୋଧ ନେଇ ବାବର ଆଜମ୍‌ଙ୍କୁ ଏଭଳି ଇଙ୍ଗିତ କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଭାଇରାଲ ହେଉଛି Video appeared first on Dharitri Odia News.

ପ୍ରତିଶୋଧ ନେଇ ବାବର ଆଜମ୍‌ଙ୍କୁ ଏଭଳି ଇଙ୍ଗିତ କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଭାଇରାଲ ହେଉଛି Video

ଦୁବାଇ,୨୩।୨: ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବାବର ଆଜମ ପୁଣି ଥରେ ଟିମ ଇଣ୍ଡିଆ ବିପକ୍ଷରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛନ୍ତି। ଦୁବାଇରେ ଖେଳାଯାଉଥିବା ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଆୟୋଜକ ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଟୁର୍ନାମେଣ୍ଟରେ ରହିବାକୁ ହେଲେ ତାଙ୍କୁ ଯେକୌଣସି ସ୍ଥିତିରେ ଏହି ମ୍ୟାଚ୍‌ ଜିତିବାକୁ ପଡିବ। ଏପରି ପରିସ୍ଥିତିରେ ପାକିସ୍ତାନ ବାବର ଆଜମଙ୍କଠାରୁ ଏକ ବଡ଼ ଇନିଂସ ଆଶା କରୁଥିଲା। କିନ୍ତୁ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଆଶାକୁ ଧୂଳିସାତ କରିଦେଲେ। ଏହି ମ୍ୟାଚ୍‌ରେ ହାର୍ଦ୍ଦିକ ହିଁ ଟିମ୍‌ ଇଣ୍ଡିଆକୁ ପ୍ରଥମ ସଫଳତା ଦେଇଥିଲେ। ନିଜସ୍ବ ଶୈଳୀରେ ଏହାର ସେଲିବ୍ରେଶନ୍‌ କରିଥିଲେ।

ମ୍ୟାଚ୍‌ରେ ପାକିସ୍ତାନ ଦଳ ୪୧ ରନ୍‌ରେ ପ୍ରଥମ ଉଇକେଟ ହରାଇଥିଲା। ଇନିଂସର ୯ମ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ବାବର ଆଜମଙ୍କୁ ଆଉଟ୍‌ କରିଥିଲେ। ଏହି ଓଭରର ଦ୍ୱିତୀୟ ବଲରେ ବାବର ଆଜମ ଚକ୍‌ମା ଖାଇଥିଲେ। ଉଇକେଟ୍‌ ପଛରେ ଥାଇ କେଏଲ୍‌ ରାହୁଲ ଡାହାଣ ପଟେ ଡାଇଭ୍‌ କରି ଚମତ୍କାର କ୍ୟାଚ୍‌ ନେଇଥିଲେ। ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜସ୍ବ ଶୈଳୀରେ ସେଲିବ୍ରେଶନ୍‌ କରିଥିଲେ। ପ୍ରଥମେ ସେ ବାଏ-ବାଏ ଇଙ୍ଗିତ କଲେ ଏବଂ ତା’ପରେ ପଡ଼ିଆ ବାହାରକୁ ଯିବାକୁ କହିଥିଲେ। ପାଣ୍ଡ୍ୟାଙ୍କ ଏହି ସେଲିବ୍ରେଶନ୍‌ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କହି ରଖୁଛୁ, ବାବର ଆଜମ ଆଉଟ୍‌ ହେବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିପକ୍ଷରେ ମାତ୍ର ଗୋଟିଏ ବଲ୍‌ରେ ଚୌକା ମାରିଥିଲେ। କିନ୍ତୁ ପାଣ୍ଡ୍ୟା ପରବର୍ତ୍ତୀ ବଲ୍‌ରେ ତାର ପ୍ରତିଶୋଧ ନେଇଥିଲେ। ବ୍ୟାଟିଂ ସମୟରେ ବାବର ଆଜମଙ୍କୁ ମଧ୍ୟ ଭଲ ଲୟରେ ଦେଖିବାକୁ ମିଳିଥିଲା। ସେ ୨୬ ବଲ୍‌ରେ ୮୮.୪୬ ଷ୍ଟ୍ରାଇକ ରେଟ୍‌ ସହ ୨୩ ରନ କରିଥିଲେ, ଯେଉଁଥିରେ ୫ଟି ଚୌକା ଥିଲା। ମାତ୍ର ସେ ବଡ଼ ଇନିଂସ ଖେଳିପାରି ନ ଥିଲେ।

ଅପରପକ୍ଷେ ହାର୍ଦ୍ଦିକ ପାଣ୍ଡ୍ୟା ହେଉଛନ୍ତି ଭାରତୀୟ ବୋଲର ଯିଏ ICCର ସୀମିତ ଓଭର ଟୁର୍ନାମେଣ୍ଟରେ ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ଉଇକେଟ ନେଇଛନ୍ତି। ସେ ଏପର୍ଯ୍ୟନ୍ତ ପାକିସ୍ତାନ ଦଳ ବିପକ୍ଷରେ ୧୪ଟି ଉଇକେଟ ନେଇଛନ୍ତି। କେବଳ ଏତିକି ନୁହେଁ, ପାଣ୍ଡ୍ୟା ପାକିସ୍ତାନ ବିପକ୍ଷରେ ଆଇସିସି ଇଭେଣ୍ଟର ପ୍ରତ୍ୟେକ ODI ମ୍ୟାଚ୍‌ରେ ଅତି କମରେ ଗୋଟିଏ ଉଇକେଟ ନେଇଛନ୍ତି, ଯାହା ତାଙ୍କର ସ୍ଥିରତାକୁ ଦର୍ଶାଇଥାଏ।

The post ପ୍ରତିଶୋଧ ନେଇ ବାବର ଆଜମ୍‌ଙ୍କୁ ଏଭଳି ଇଙ୍ଗିତ କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଭାଇରାଲ ହେଉଛି Video appeared first on Dharitri Odia News.