ପ୍ରତିଶୋଧ ଲକ୍ଷ୍ୟରେ ଭ୍ଲାଦିମିର ପୁଟିନ୍, ୟୁକ୍ରେନ ଡ୍ରୋନ୍ ହମ୍ଲା ପରେ ବଢିଲା ଆଶଙ୍କା
ନୂଆଦିଲ୍ଲୀ ୦୨/୦୬: ଋଷ୍ ଉପରେ ୟୁକ୍ରେନ୍ର ସବୁଠୁ ବଡ଼ ଆକ୍ରମଣ । ଋଷିଆ ସାଇବେରିଆ ଏୟାରବେସରେ ଜେଲେନସ୍କି ସେନାର ଏୟାରଷ୍ଟ୍ରାଇକ୍ । ୧୧୭ଟି ଡ୍ରୋନ୍ ଜରିଆରେ ୪୦ଟି ଲଢୁଆ ଯୁଦ୍ଧ ବିମାନ ସହ ୫ ଏୟାରବେସ ସମ୍ପୂର୍ଣ୍ଣ ଧ୍ବଂସ । ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସକି । ଆକ୍ରମଣରେ ଋଷ୍ର ପ୍ରାୟ ୧୭ ହଜାର କୋଟି ଟଙ୍କାର କ୍ଷତି ହୋଇଥିବା ଦାବି । ପୂର୍ବ ଯୋଜନା ମୁତାବକ ଏହି ବଡ଼ ଆକ୍ରମଣ ହୋଇଥିବା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ଅଭିଯାନରେ ବ୍ୟବହୃତ ହୋଇଥିଲା ମୋଟ ୧୧୭ ଡ୍ରୋନ । ସମାନ ରଣନୈତିକ କ୍ରୁଜର ୩୪% ଏୟାରବେସରେ ନିୟୋଜିତ କ୍ଷେପଣାସ୍ତ୍ର ବାହକମାନଙ୍କୁ କରାଯାଇଥିଲା ଟାର୍ଗେଟ । ଆଉ ଏତେ ବଡ ହମଲା ପରେ ବଢିଛି ତୃତୀୟ ବିଶ୍ୱଯୁଦ୍ଧ ଭୟ । ଯୁଦ୍ଧ ଆଶଙ୍କା ଏବେ ନୁହେଁ ୨୫୦୦ ବର୍ଷ ପୂର୍ବେ ହୋଇଥିଲା ଲେଖା । ଚୀନ୍ ଦାର୍ଶନିକଙ୍କ "ଆର୍ଟ ଅଫ୍ ୱାର"କୁ ନେଇ ଚର୍ଚ୍ଚା । ଜୁନ୍ ୧, ୨୦୨୫ । ଋଷ ଭିତରେ ୪୦୦୦ କିଲୋମିଟର ପଶି ହମ୍ଲା କରିଥିଲା ୟୁକ୍ରେନ । ଆକ୍ରମଣ ଥିଲା ଋଷର ସାମରିକ ସମ୍ବଳକୁ ଦୁର୍ବଳ କରିବା । ୟୁକ୍ରେନ ଏହି ଅପରେସନର ନା ରଖିଛି ସ୍ପାଇଡର୍ୱେବ୍ । SBU ଆକଳନ କରିଛି ଯେ ଆକ୍ରମଣରେ ୭ ବିଲିୟନ ଡଲାରର ବିପୁଳ କ୍ଷତି ସହିଛି ଋଷ । ୟୁକ୍ରେନର ଏହି କାର୍ଯ୍ୟକୁ ଦୁଃସାହାସିକ କହିଛି ପୁଟିନ୍ ସେନା । କ୍ରେମଲିନ୍ ସୂଚିତ କରିଛି ଯେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏହ
ନୂଆଦିଲ୍ଲୀ ୦୨/୦୬: ଋଷ୍ ଉପରେ ୟୁକ୍ରେନ୍ର ସବୁଠୁ ବଡ଼ ଆକ୍ରମଣ । ଋଷିଆ ସାଇବେରିଆ ଏୟାରବେସରେ ଜେଲେନସ୍କି ସେନାର ଏୟାରଷ୍ଟ୍ରାଇକ୍ । ୧୧୭ଟି ଡ୍ରୋନ୍ ଜରିଆରେ ୪୦ଟି ଲଢୁଆ ଯୁଦ୍ଧ ବିମାନ ସହ ୫ ଏୟାରବେସ ସମ୍ପୂର୍ଣ୍ଣ ଧ୍ବଂସ । ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସକି । ଆକ୍ରମଣରେ ଋଷ୍ର ପ୍ରାୟ ୧୭ ହଜାର କୋଟି ଟଙ୍କାର କ୍ଷତି ହୋଇଥିବା ଦାବି ।
ପୂର୍ବ ଯୋଜନା ମୁତାବକ ଏହି ବଡ଼ ଆକ୍ରମଣ ହୋଇଥିବା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ଅଭିଯାନରେ ବ୍ୟବହୃତ ହୋଇଥିଲା ମୋଟ ୧୧୭ ଡ୍ରୋନ । ସମାନ ରଣନୈତିକ କ୍ରୁଜର ୩୪% ଏୟାରବେସରେ ନିୟୋଜିତ କ୍ଷେପଣାସ୍ତ୍ର ବାହକମାନଙ୍କୁ କରାଯାଇଥିଲା ଟାର୍ଗେଟ । ଆଉ ଏତେ ବଡ ହମଲା ପରେ ବଢିଛି ତୃତୀୟ ବିଶ୍ୱଯୁଦ୍ଧ ଭୟ । ଯୁଦ୍ଧ ଆଶଙ୍କା ଏବେ ନୁହେଁ ୨୫୦୦ ବର୍ଷ ପୂର୍ବେ ହୋଇଥିଲା ଲେଖା । ଚୀନ୍ ଦାର୍ଶନିକଙ୍କ "ଆର୍ଟ ଅଫ୍ ୱାର"କୁ ନେଇ ଚର୍ଚ୍ଚା ।
ଜୁନ୍ ୧, ୨୦୨୫ । ଋଷ ଭିତରେ ୪୦୦୦ କିଲୋମିଟର ପଶି ହମ୍ଲା କରିଥିଲା ୟୁକ୍ରେନ । ଆକ୍ରମଣ ଥିଲା ଋଷର ସାମରିକ ସମ୍ବଳକୁ ଦୁର୍ବଳ କରିବା । ୟୁକ୍ରେନ ଏହି ଅପରେସନର ନା ରଖିଛି ସ୍ପାଇଡର୍ୱେବ୍ । SBU ଆକଳନ କରିଛି ଯେ ଆକ୍ରମଣରେ ୭ ବିଲିୟନ ଡଲାରର ବିପୁଳ କ୍ଷତି ସହିଛି ଋଷ ।
ୟୁକ୍ରେନର ଏହି କାର୍ଯ୍ୟକୁ ଦୁଃସାହାସିକ କହିଛି ପୁଟିନ୍ ସେନା । କ୍ରେମଲିନ୍ ସୂଚିତ କରିଛି ଯେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏହାର ଜବାବ ଦେବେ । ଆଶ୍ଚର୍ଯ୍ୟର ବିଷୟ ଏହି ଆକ୍ରମଣ ଜୁନ୍ ୨, ଅର୍ଥାତ୍ ଇସ୍ତାନବୁଲରେ ପ୍ରସ୍ତାବିତ ଶାନ୍ତି ଆଲୋଚନା ପୂର୍ବରୁ ହୋଇଛି । ଯାହା ଆଲୋଚନାକୁ ଆହୁରି ଜଟିଳ କରିଛି। ସାଢ଼େ ତିନି ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧର ଗତିକୁ ରୋକିବାକିୁ ୟୁକ୍ରେନ ରବିବାର ନେଇଥିଲା 'ଦୁଃସାହସିକ' ପଦକ୍ଷେପ । ପୂର୍ବରୁ ଅନେକ ବାର ଚେଷ୍ଟା ପରେ ବି ମିଳିନଥିଲା ସଫଳ ।
ଅନ୍ୟପଟେ ୟୁକ୍ରେନିଆର ଆକ୍ରମଣ ପରେ ବଢିଛି ଯୁଦ୍ଧ ଭୟ । ୪୦ ରୁ ଅଧିକ ଜଳୁଥିବା ବିମାର ଚିତ୍ର ଋଷିଆର ସାମରିକ ଗର୍ବକୁ ଚ୍ୟାଲେଞ୍ଜ କରିଛି । ଆଉ ଏସବୁ ଦେଖିବା ପରେ ରାଗରେ ଜର୍ଜରିତ ପୁଟିନ୍ ସେନା । ପ୍ରତି ଜବାବ୍ରେ କ୍ରୁଜ୍ କ୍ଷେପଣାସ୍ତ୍ର, ହାଇପରସୋନିକ୍ କ୍ଷେପଣାସ୍ତ୍ର, ଯେପରିକି କିଞ୍ଜାଲ୍ ବ୍ୟବହାର ହୋଇପାରେ।
ଋଷ ପାଖରେ ୟାର୍ସ ପରମାଣୁ କ୍ଷେପଣାସ୍ତ୍ର ବି ରହିଛି । ଯାହା ଏକାଧିକ ବହୁତ ସ୍ୱାଧୀନ ଭାବରେ ଟାର୍ଗେଟେବଲ୍ ରିଏଣ୍ଟ୍ରି ଯାନ ବହନ କରିପାରେ । ଯାହା ମଧ୍ୟରୁ ପ୍ରତ୍ୟେକଟିରେ ଏକ ଥର୍ମୋନ୍ୟୁକ୍ଲିୟର ୱାରହେଡ୍ ଅଛି। ତଥାପି, ଏହି ସମୟରେ ପରମାଣୁ ଅସ୍ତ୍ରର ବ୍ୟବହାର ଅସମ୍ଭବ ମନେହୁଏ । କାରଣ ଏହା ବିଶ୍ୱ ଧ୍ୱଂସର କାରଣ ହୋଇପାରେ । ଋଷର ଲକ୍ଷ୍ୟ ୟୁକ୍ରେନର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଉତ୍ପାଦନ କ୍ଷମତାକୁ ବି ଦୁର୍ବଳ କରିବା ସହ ନାଟୋ ସମର୍ଥନକୁ ବାଧା ଦେବା ।
୨୫ ବର୍ଷ ଶାସନ ପୂର୍ତ୍ତି ଅବସରରେ ଭିଡିଓରେ ପୁଟିନ କରିଥିଲେ ଏମିତି କିଛି ଖୁଲାସା । କହିଥିଲେ ଆମ ନିକଟରେ ଯଥେଷ୍ଟ ସୈନ୍ୟବଳ ସହ ଅଛି ବିପୁଳ ଅସ୍ତ୍ରଶସ୍ତ୍ର । ୨୦୨୨ରେ ଋଷ ଆରମ୍ଭ କରିଥିବା କାର୍ଯ୍ୟକୁ ନିଜେ ଦେବ ପରିଣାମ । ପୁଟିନ ବର୍ତ୍ତମାନ ୟୁକ୍ରେନରେ ନାଟୋ ଦେଶଗୁଡ଼ିକର ହସ୍ତକ୍ଷେପକୁ ନେଇ କ୍ରୋଧିତ।
ପୁଟିନ ପୂର୍ବରୁ କହିଛନ୍ତି ଯେ ନାଟୋର ହସ୍ତକ୍ଷେପ "ସଭ୍ୟତାର ବିନାଶ" ଆଡ଼କୁ ହୋଇପାରେ। ମେ ୨୦୨୪ରେ, ଦିମିତ୍ରୀ ମେଦଭେଦେବ ପରମାଣୁ ଯୁଦ୍ଧ ନେଇ ଚେତାବନୀ ଦେଇଥିଲେ। ଯଦି ରୁଷ ଏହି ଆକ୍ରମଣକୁ ନାଟୋ ପାଇଁ ଏକ ଚ୍ୟାଲେଞ୍ଜ ଭାବେ ବିବେଚନା କରେ, ତେବେ ପୁଟିନ ଅଦୃଶ୍ୟ ଓ ଅନାବଶ୍ୟକ କାର୍ଯ୍ୟ କରିବେ ଏହା ନିସନ୍ଦେହ । ଏଥିରୁ ସ୍ପଷ୍ଟ ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ ।