ପ୍ରତିଷ୍ଠା ହେବ ଭିଜିଲାନ୍ସ ଫରେନ୍ସିକ୍ ବିଜ୍ଞାନ ଅନୁଷ୍ଠାନ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୨୮/୧୦: ଦୁର୍ନୀତି ନିବାରଣ ସପ୍ତାହକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଏହି ଅବସରରେ କୋରାପୁଟ ଏସ.ପି ପି.କେ ଦ୍ୱିବେଦୀଙ୍କୁ ୨୦୨୩ ବର୍ଷର ଶ୍ରେଷ୍ଠ ଦୁର୍ନୀତି ନିବାରଣ ଅଧିକାରୀ ଭାବେ ସମ୍ମାନିତ କରାଯାଇଛି । ସେହିଭଳି ବଲାଙ୍ଗୀର ଭିଜିଲାନ୍ସ ୟୁନିଟକୁ ସର୍ବଶ୍ରେଷ୍ଠ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଛି । ବାଲେଶ୍ବର ଭିଜିଲାନ୍ସ ର ଦୁଷ୍ମନ୍ତ ନାୟକଙ୍କୁ ବେଷ୍ଟ ଆଇଓ, ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ଡି.ଏସ.ପି ଶବିତାଞ୍ଜଳୀ ନାୟକଙ୍କୁ ବେଷ୍ଟ ଆଇଓ ଭାବେ ସମ୍ମାନିତ କରାଯାଇଛି । ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ ହେମନ୍ତ କୁମାର ସ୍ବାଇଁଙ୍କୁ ବେଷ୍ଟ ପବ୍ଲିକ ପ୍ରୋସିିକ୍ୟୁଟର ଭାବେ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍ତି । ତେବେ ରାଜ୍ୟରେ ପ୍ରତିଷ୍ଠା ହେବ ଭିଜିଲାନ୍ସ ଫରେନ୍ସିକ୍ ବିଜ୍ଞାନ ଅନୁଷ୍ଠାନ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ଭିଜିଲାନ୍ସ ବିଭାଗରେ ନିୟୋଜିତ ହେବେ ୮ ଜଣ ଏସପି, ୮ ଜଣ ଅତିରିକ୍ତ ଏସପି, ୨୪ ଜଣ ଡିଏସପି ଓ ୧୬ ଜଣ ଏସଆଇ । ତଦନ୍ତରେ ସହଯୋଗ ଲାଗି ନିୟୋଜିତ ହେବେ ୨୪ ଜଣ ସାଇବର ଏକ୍ସପର୍ଟ, ଚାଟାର୍ଡ ଅକାଉଣ୍ଟାଣ୍ଟ ଓ ବ୍ୟାଙ୍କ ଏକ୍ସପର୍ଟ । ୧୩୫ ମୋଟର ସାଇକେଲ, ୧୬୦ ଡେସ୍କଟପ/ଲ୍ୟାପଟପ ଯୋଗାଇ ଦିଆଯିବ । ଓଡିଶା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମ
ଭୁବନେଶ୍ୱର ୨୮/୧୦: ଦୁର୍ନୀତି ନିବାରଣ ସପ୍ତାହକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଏହି ଅବସରରେ କୋରାପୁଟ ଏସ.ପି ପି.କେ ଦ୍ୱିବେଦୀଙ୍କୁ ୨୦୨୩ ବର୍ଷର ଶ୍ରେଷ୍ଠ ଦୁର୍ନୀତି ନିବାରଣ ଅଧିକାରୀ ଭାବେ ସମ୍ମାନିତ କରାଯାଇଛି ।
ସେହିଭଳି ବଲାଙ୍ଗୀର ଭିଜିଲାନ୍ସ ୟୁନିଟକୁ ସର୍ବଶ୍ରେଷ୍ଠ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଛି । ବାଲେଶ୍ବର ଭିଜିଲାନ୍ସ ର ଦୁଷ୍ମନ୍ତ ନାୟକଙ୍କୁ ବେଷ୍ଟ ଆଇଓ, ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ଡି.ଏସ.ପି ଶବିତାଞ୍ଜଳୀ ନାୟକଙ୍କୁ ବେଷ୍ଟ ଆଇଓ ଭାବେ ସମ୍ମାନିତ କରାଯାଇଛି । ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ ହେମନ୍ତ କୁମାର ସ୍ବାଇଁଙ୍କୁ ବେଷ୍ଟ ପବ୍ଲିକ ପ୍ରୋସିିକ୍ୟୁଟର ଭାବେ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍ତି ।
ତେବେ ରାଜ୍ୟରେ ପ୍ରତିଷ୍ଠା ହେବ ଭିଜିଲାନ୍ସ ଫରେନ୍ସିକ୍ ବିଜ୍ଞାନ ଅନୁଷ୍ଠାନ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ଭିଜିଲାନ୍ସ ବିଭାଗରେ ନିୟୋଜିତ ହେବେ ୮ ଜଣ ଏସପି, ୮ ଜଣ ଅତିରିକ୍ତ ଏସପି, ୨୪ ଜଣ ଡିଏସପି ଓ ୧୬ ଜଣ ଏସଆଇ । ତଦନ୍ତରେ ସହଯୋଗ ଲାଗି ନିୟୋଜିତ ହେବେ ୨୪ ଜଣ ସାଇବର ଏକ୍ସପର୍ଟ, ଚାଟାର୍ଡ ଅକାଉଣ୍ଟାଣ୍ଟ ଓ ବ୍ୟାଙ୍କ ଏକ୍ସପର୍ଟ ।
୧୩୫ ମୋଟର ସାଇକେଲ, ୧୬୦ ଡେସ୍କଟପ/ଲ୍ୟାପଟପ ଯୋଗାଇ ଦିଆଯିବ । ଓଡିଶା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ ନେଇ ଆହ୍ୱାନ ଦେଇଥିଲେ । ସେ କହିଛନ୍ତି ଆମ ସରକାରରେ ରାଜ୍ୟରେ ନାହିଁ ଦୁର୍ନୀତି ଖୋରଙ୍କ ସ୍ଥାନ । ଅନୁମତି ନୁହେଁ ଆକ୍ସନ ନିଅ । ଯାହା ଆବଶ୍ୟକ ସରକାର ଯୋଗାଇବା ପାଈଁ ପ୍ରତିଶୃତି ବଦ୍ଧ ଅଛନ୍ତି । ପୂର୍ବ ସରକାରରେ ହାତ ବନ୍ଧା ଥିଲା । ମୋ ସରକାରରେ ହାତ ଖୋଲା
ପୂର୍ବ ସରକାରରେ ରଙ୍ଗ ବୋଳିକି କୋଟି କୋଟି ଟଙ୍କା ଦୁର୍ନୀତି କରିଛନ୍ତି । ରାସ୍ତା କାମରେ ଦୁର୍ନୀତିର ସୀମା ପାର କରିଥିଲେ ।
ମୋ ସରକାରରେ ଭିଜିଲାନ୍ସର ହାତକୁ ଖୋଲି ଦେଇଛନ୍ତି ମୋହନ ସରକାର । ଅନୁମତି ଅପେକ୍ଷାକାର୍ଯ୍ୟକୁ ଦାୟିତ୍ୱ ସହ ସମ୍ପାଦନ କରିବାକୁ କହିଲେ ମୁଖ୍ୟମନ୍ତ୍ରୀ । ଦୁର୍ନୀତି ଖୋରଙ୍କୁ ମୂଳ ଉତ୍ପାଟନ କରି ବଙ୍ଗୋପସାଗରେ ଫିଙ୍ଗିବାକୁ ଅଧିକାରୀଙ୍କୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ । ଟିମ ୱାର୍କରେ କାର୍ଯ୍ୟ କରି ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।