ପ୍ରତ୍ନତତ୍ତ୍ୱବିତ୍‌ଙ୍କୁ ମିଳିଲା ୨୫୦ ବର୍ଷ ପୁରୁଣା ବୋତଲ, ଭିତରେ ଥିଲା…

ନୂଆଦିଲ୍ଲୀ ୨୮।୦୪: ପ୍ରତ୍ନତତ୍ତ୍ୱବିତ୍‌ଙ୍କୁ ମିଳିଲା ୨୫୦ ବର୍ଷ ପୁରୁଣା ବୋତଲ । ଆମେରିକାର ପ୍ରଥମ ରାଷ୍ଟ୍ରପତି ଜଜ୍‌ ଓ୍ବାଶିଂଟନ୍‌ଙ୍କ ମାଉଣ୍ଟ ବର୍ଣ୍ଣନ୍‌ ସ୍ଥିତ ଘରୁ ମିଳିଲା ଏହି ବୋତଲ । ବୋତଲରେ ଚେରୀ ସଂରକ୍ଷିତ ହୋଇ ରହିଥିଲା । ଯାହା ୨ଶହ ବର୍ଷରୁ ଅଧିକ ହୋଇଥିବା କୁହାଯାଉଛି । କୁହାଯାଉଛି କି ବୋତଲଟିକୁ ଗାତରୁ ଉଦ୍ଧାର କରାଯାଇଛି । ଯାହାକୁ ସେଠାରେ କେହି ଭୁଲି ଯାଇଥିବେ । ଏହାକୁ ପ୍ରାୟ ୧୭୭୦ ମସିହାରେ ପୋତା ଯାଇଥିଲା । ଏହି ବୋତଲ ଇଟା ତଳେ ତଳେ ପୋତି ହୋଇ ରହିଥିଲା । ଏହି ବୋତଲକୁ ଉଦ୍ଧାର କରାଯିବା ପରେ ଅତି ସାବଧାନତା ସହିତ ମାଉଣ୍ଟ ବର୍ଣ୍ଣନ୍‌ର ପ୍ରତ୍ନତାତ୍ତ୍ୱିକ ଲାବରେଟୋରୀକୁ ନିଆଯାଇଥିଲା। ଯେଉଁଠାରେ ସେହି ବୋତଲକୁ ଖୋଲିଥିଲେ ପ୍ରତ୍ନତତ୍ତ୍ବବିତ୍‌ ।   ଅନୁସନ୍ଧାନକାରୀଙ୍କ ଅନୁଯାୟୀ ବୋତଲଟି ୨ ଶତାବ୍ଦୀ ଧରି ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ନଥିଲା। ମାଉଣ୍ଟ ବର୍ଣ୍ଣନ୍‌ର ମୁଖ୍ୟ ପ୍ରତ୍ନତତ୍ତ୍ୱବିତ୍ ଜେସନ୍ ବୋରୋସ୍କଙ୍କ ଅନୁଯାୟୀ ଏହି ବୋତଲରେ ୨୫୦ ବର୍ଷର ପୁରୁଣା ଚେରୀ ରହିଥିଲା । ଏହି ବୋତଲ ଖୋଲିବା ପରେ ଏଥିରୁ ବାହାରିଥିବା ତରଳ ପଦାର୍ଥ ଚେରୀ ପରି ଗନ୍ଧ ଆସୁଥିଲା ।  ତେବେ ୱାଶିଂଟନ୍ ସମ୍ପତ୍ତିରେ କାମ କରୁଥିବା ଅନୁସନ୍ଧାନକାରୀ ଟିମ୍‌ ଏହି ତରଳ ପଦାର୍ଥ କ’ଣ ତାହା ସମ୍ପୂର୍ଣ୍ଣ ନିଶ୍ଚିତ ନୁହନ୍ତି । ବୋରୋ କହିଛନ୍ତି ଯେ ୧୭୫୮ରୁ ୧୭୭୬ ମଧ୍ୟରେ ଚେରିଗୁଡିକୁ ଶ୍ରମିକମାନଙ୍କ ଦ୍ବାରା  ପୋତା ଯାଇ

ପ୍ରତ୍ନତତ୍ତ୍ୱବିତ୍‌ଙ୍କୁ ମିଳିଲା ୨୫୦ ବର୍ଷ ପୁରୁଣା ବୋତଲ, ଭିତରେ ଥିଲା…

ନୂଆଦିଲ୍ଲୀ ୨୮।୦୪: ପ୍ରତ୍ନତତ୍ତ୍ୱବିତ୍‌ଙ୍କୁ ମିଳିଲା ୨୫୦ ବର୍ଷ ପୁରୁଣା ବୋତଲ । ଆମେରିକାର ପ୍ରଥମ ରାଷ୍ଟ୍ରପତି ଜଜ୍‌ ଓ୍ବାଶିଂଟନ୍‌ଙ୍କ ମାଉଣ୍ଟ ବର୍ଣ୍ଣନ୍‌ ସ୍ଥିତ ଘରୁ ମିଳିଲା ଏହି ବୋତଲ । ବୋତଲରେ ଚେରୀ ସଂରକ୍ଷିତ ହୋଇ ରହିଥିଲା । ଯାହା ୨ଶହ ବର୍ଷରୁ ଅଧିକ ହୋଇଥିବା କୁହାଯାଉଛି । କୁହାଯାଉଛି କି ବୋତଲଟିକୁ ଗାତରୁ ଉଦ୍ଧାର କରାଯାଇଛି । ଯାହାକୁ ସେଠାରେ କେହି ଭୁଲି ଯାଇଥିବେ । ଏହାକୁ ପ୍ରାୟ ୧୭୭୦ ମସିହାରେ ପୋତା ଯାଇଥିଲା । ଏହି ବୋତଲ ଇଟା ତଳେ ତଳେ ପୋତି ହୋଇ ରହିଥିଲା । 

ଏହି ବୋତଲକୁ ଉଦ୍ଧାର କରାଯିବା ପରେ ଅତି ସାବଧାନତା ସହିତ ମାଉଣ୍ଟ ବର୍ଣ୍ଣନ୍‌ର ପ୍ରତ୍ନତାତ୍ତ୍ୱିକ ଲାବରେଟୋରୀକୁ ନିଆଯାଇଥିଲା। ଯେଉଁଠାରେ ସେହି ବୋତଲକୁ ଖୋଲିଥିଲେ ପ୍ରତ୍ନତତ୍ତ୍ବବିତ୍‌ ।   ଅନୁସନ୍ଧାନକାରୀଙ୍କ ଅନୁଯାୟୀ ବୋତଲଟି ୨ ଶତାବ୍ଦୀ ଧରି ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ନଥିଲା। ମାଉଣ୍ଟ ବର୍ଣ୍ଣନ୍‌ର ମୁଖ୍ୟ ପ୍ରତ୍ନତତ୍ତ୍ୱବିତ୍ ଜେସନ୍ ବୋରୋସ୍କଙ୍କ ଅନୁଯାୟୀ ଏହି ବୋତଲରେ ୨୫୦ ବର୍ଷର ପୁରୁଣା ଚେରୀ ରହିଥିଲା । ଏହି ବୋତଲ ଖୋଲିବା ପରେ ଏଥିରୁ ବାହାରିଥିବା ତରଳ ପଦାର୍ଥ ଚେରୀ ପରି ଗନ୍ଧ ଆସୁଥିଲା ।  

ତେବେ ୱାଶିଂଟନ୍ ସମ୍ପତ୍ତିରେ କାମ କରୁଥିବା ଅନୁସନ୍ଧାନକାରୀ ଟିମ୍‌ ଏହି ତରଳ ପଦାର୍ଥ କ’ଣ ତାହା ସମ୍ପୂର୍ଣ୍ଣ ନିଶ୍ଚିତ ନୁହନ୍ତି । ବୋରୋ କହିଛନ୍ତି ଯେ ୧୭୫୮ରୁ ୧୭୭୬ ମଧ୍ୟରେ ଚେରିଗୁଡିକୁ ଶ୍ରମିକମାନଙ୍କ ଦ୍ବାରା  ପୋତା ଯାଇଥିବ । ଯାହାକି ପରେ ବାହାର କରି ଏହାକୁ ଖାଇହେବ । ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ବୋତଲରୁ ବହାରିଥିବା ଏହି ପାନୀୟ ପଦାର୍ଥ, ମସଲା, ଚିନି ଏବଂ ଚେରି ରସରୁ ପ୍ରସ୍ତୁତ ହୋଇଥିବ। ତେବେ ଏହି ପାନୀୟ ପଦାର୍ଥ ଏକ ବଡ ବୋତଲରେ ଗଚ୍ଛିତ ହୋଇ ରହିଥିଲା ।