ପ୍ରଥମ ଆଉ ଶେଷ ଭୁଲ ; ଲିଖିତ କ୍ଷମା ପ୍ରାର୍ଥନା କଲେ ଆଲ୍ଲାବାଦିଆ ଓ ଅପୂର୍ବା

ନନ୍ଦିଘୋଷ ବ୍ୟୁରୋ :  ୟୁଟ୍ୟୁବ୍‌ ଶୋ’ ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ଚର୍ଚ୍ଚିତ... The post ପ୍ରଥମ ଆଉ ଶେଷ ଭୁଲ ; ଲିଖିତ କ୍ଷମା ପ୍ରାର୍ଥନା କଲେ ଆଲ୍ଲାବାଦିଆ ଓ ଅପୂର୍ବା appeared first on .

ପ୍ରଥମ ଆଉ ଶେଷ ଭୁଲ ; ଲିଖିତ କ୍ଷମା ପ୍ରାର୍ଥନା କଲେ ଆଲ୍ଲାବାଦିଆ ଓ ଅପୂର୍ବା

ନନ୍ଦିଘୋଷ ବ୍ୟୁରୋ :  ୟୁଟ୍ୟୁବ୍‌ ଶୋ’ ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ଚର୍ଚ୍ଚିତ ୟୁଟ୍ୟୁବର୍‌ ରଣବୀର ଆଲ୍ଲାହାବାଦିଆ ଓ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଅପୂର୍ବା ମୁଖିଜା ଶୁକ୍ରବାର ଜାତୀୟ ମହିଳା ଆୟୋଗ (ଏନ୍‌ସିଡବ୍ଲ୍ୟୁ)କୁ ଲିଖିତ ଭାବେ କ୍ଷମା ମାଗିଛନ୍ତି। ଏନେଇ ଏନ୍‌ସିଡବ୍ଲ୍ୟୁ ଅଧ୍ୟକ୍ଷା ବିଜୟା ରାହାତକର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଏକ ଅନ୍‌ଲାଇନ ଶୋ’ରେ ଉଭୟ ଦେଇଥିବା ମନ୍ତବ୍ୟ ଆଦୌ ଗ୍ରହଣୀୟ ନ ଥିଲା। ଏହାର ସାମାଜିକ ପ୍ରଭାବକୁ ଦୃଷ୍ଟିରେ ରଖି ଉଭୟଙ୍କୁ ଏନ୍‌ସିଡବ୍ଲ୍ୟୁ ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ତେବେ ଦୁହେଁ ଉକ୍ତ ଘଟଣା ପାଇଁ ନିଜ ଭୁଲ୍‌ ସ୍ବୀକାର କରିବା ସହ ଏନ୍‌ସିଡବ୍ଲ୍ୟୁକୁ କ୍ଷମା ମାଗିଛନ୍ତି। ଅନ୍ୟପକ୍ଷେ, ଆଲ୍ଲାବାଦିଆ ଭୁଲ ମାଗି କହିଛନ୍ତି ଯେ, ଏହି ଭୁଲ ପ୍ରଥମ ଏବଂ ଶେଷ ଭୁଲ  । ଏପରି ଅଶ୍ଳୀଳ ଭାଷା ବ୍ୟବହାର କରିବି ନାହିଁ । ଏପରି କି ସେ ଏ ନେଇ ଲିଖିତ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି ।

The post ପ୍ରଥମ ଆଉ ଶେଷ ଭୁଲ ; ଲିଖିତ କ୍ଷମା ପ୍ରାର୍ଥନା କଲେ ଆଲ୍ଲାବାଦିଆ ଓ ଅପୂର୍ବା appeared first on .