ପ୍ରଥମ କ୍ଯାବିନେଟ ବୈଠକରେ ୪ଟି ନିଷ୍ପତ୍ତି ଉପରେ ମୋହର; ଆସନ୍ତାକାଲିଠୁ ଖୋଲିବ ଶ୍ରୀମନ୍ଦିରର ୪ ଦ୍ବାର
ଭୁବନେଶ୍ୱର : ନୂଆ ସରକାରର ପ୍ରଥମ କ୍ଯାବିନେଟ ବୈଠକରେ ନିଆଯାଇଛି ୪ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ... The post ପ୍ରଥମ କ୍ଯାବିନେଟ ବୈଠକରେ ୪ଟି ନିଷ୍ପତ୍ତି ଉପରେ ମୋହର; ଆସନ୍ତାକାଲିଠୁ ଖୋଲିବ ଶ୍ରୀମନ୍ଦିରର ୪ ଦ୍ବାର appeared first on .
ଭୁବନେଶ୍ୱର : ନୂଆ ସରକାରର ପ୍ରଥମ କ୍ଯାବିନେଟ ବୈଠକରେ ନିଆଯାଇଛି ୪ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ଯକ୍ଷତାରେ ବସିଥିବା ପ୍ରଥମ କ୍ଯାବିନେଟ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଆସନ୍ତାକାଲିଠୁ ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ମଙ୍ଗଳଆଳତି ସମୟରେ ମନ୍ତ୍ରିମଣ୍ଡଳର ସଦସ୍ଯଙ୍କ ଉପସ୍ଥିତିରେ ୪ ଦ୍ବାର ଖୋଲାଯିବ । ଏହାସହ ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର ଏକ କର୍ପସ ଫଣ୍ଡ ଗଠନ କରାଯିବ । ଏନେଇ ବଜେଟରେ ବ୍ଯବସ୍ଥା ରହିବ ।
ଅନ୍ଯପଟେ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ନୀତି ଆଣିବେ ସରକାର । ପ୍ରତିଶୃତି ଅନୁସାରେ ଧାନର ଏମଏସପି ୩୧ଶହ ଟଙ୍କା କରିବାକୁ କମିଟି ଗଠନ ହେବ । ଅନ୍ଯପଟେ ୧୦୦ ଦିନ ଭିତରେ କାର୍ଯ୍ୟକାରୀ ହେବ ଶୁଭଦ୍ରା ଯୋଜନା । ଏହି ଯୋଜନାରେ ୫୦ ହଜାର ଟଙ୍କାର ନଗଦ ଭାଉଚର ଦେବାକୁ ନିଷ୍ପତ୍ତି ହୋଇଛି ।
ସେପଟେ ଆସନ୍ତାକାଲିଠାରୁ ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ କ୍ଯାବିନେଟର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଛି। ଭର୍ଚ୍ଚୁଆଲ ମୋଡରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। କିପରି ଶ୍ରୀମନ୍ଦିର ୪ ଦ୍ଵାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରିବେ ସେଥିପ୍ରତି ଗୁରୁତ୍ଵ ଦିଆଯାଇଛି।
ଶ୍ରଦ୍ଧାଳୁଙ୍କ ଲାଗି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସହ ୪ ଦ୍ଵାରରେ ଯୋତା ଓ ମୋବାଇଲ ଷ୍ଟାଣ୍ଡ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ଏହାସହ ଗ୍ରୀଷ୍ଣରୁ ରକ୍ଷା ପାଇବାକୁ ଭକ୍ତଙ୍କ ଲାଗି ସ୍ଵତନ୍ତ୍ର ସେଡ୍ ବ୍ୟବସ୍ଥା କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ଭକ୍ତଙ୍କ ଦର୍ଶନ ଲାଗି ଆବଶ୍ୟକ ବ୍ୟବସ୍ଥା କରିବାକୁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
The post ପ୍ରଥମ କ୍ଯାବିନେଟ ବୈଠକରେ ୪ଟି ନିଷ୍ପତ୍ତି ଉପରେ ମୋହର; ଆସନ୍ତାକାଲିଠୁ ଖୋଲିବ ଶ୍ରୀମନ୍ଦିରର ୪ ଦ୍ବାର appeared first on .