ପ୍ରଥମ ଥର ଚୀନ୍‌ରେ ରିଟେଲ ଷ୍ଟୋର ବନ୍ଦ କରିବ ଆପଲ, ଭାରତ- ସଂଯୁକ୍ତ ଆରବ ବଜାର ଉପରେ କମ୍ପାନିର ଫୋକସ

ନୂଆଦିଲ୍ଲୀ: ଟେକ୍ କମ୍ପାନି ଆପଲ ଚୀନରେ ଏହାର ରିଟେଲ ଷ୍ଟୋର ବନ୍ଦ କରିବାକୁ ଘୋଷଣା କରିଛି। କମ୍ପାନି ଅଗଷ୍ଟ ୯ରୁ ଚୀନ୍‌ର ଡାଲିୟାନ ସହରର ପାର୍କଲ୍ୟାଣ୍ଡ୍‌ ମଲ୍‌ରେ ଥିବା ଏହାର ଷ୍ଟୋର ବନ୍ଦ କରିବାକୁ ଯାଉଛି। ବଡ଼ କଥା ହେଲା ଆପଲ ୨୦୦୮ରେ ଚୀନରେ ରିଟେଲ ବ୍ୟବସାୟ ଆରମ୍ଭ କରିଥିଲା। ଆଉ ଏହା ପରଠାରୁ କୌଣସି ଷ୍ଟୋର ବନ୍ଦ କରିବାରେ ଏହା ହେଉଛି ପ୍ରଥମ ଥର। ଅବଶ୍ୟ କମ୍ପାନି କହିଛି ଚୀନ ବଜାରରେ ଏହାର ବ୍ୟବସାୟ ପୂର୍ବଭଳି ଜାରି ରହିବ। ଏହା ସହ ଭାରତ, ସାଉଦି ଆରବ ଏବଂ ୟୁଏଇ ଭଳି ମାର୍କେଟରେ ମଧ୍ୟ ନୂଆ ଷ୍ଟୋର ଖୋଲିବା ଉପରେ ଫୋକସ କରୁଥିବା କହିଛି କମ୍ପାନି।କମ୍ପାନି ଏହାର କାରଣ ମଲ୍‌ରେ ବଦଳୁଥିବା ବ୍ୟବସାୟିକ ମାହୋଲକୁ କହିଛି। ପ୍ରକୃତରେ ପାର୍କଲ୍ୟାଣ୍ଡ୍‌ ମଲ୍‌କୁ ନିକଟରେ ଇନଟାଇମ ସିଟି ଭାବରେ ରିବ୍ରାଣ୍ଡ୍‌ କରାଯାଇଥିଲା। ଏହାର ପରିଚାଳନାରେ ପରିବର୍ତ୍ତନ ପରେ ଅନେକ ବଡ଼ ବ୍ରାଣ୍ଡ୍‌ ଏହାର ଷ୍ଟୋର ବନ୍ଦ କରିଛନ୍ତି। ଆପଲ କହିଛି, ପାର୍କଲ୍ୟାଣ୍ଡ୍‌ ମଲ୍‌ରୁ ଅନେକ ରିଟେଲରଙ୍କ ଯିବା କାରଣରୁ ଆମେ ଷ୍ଟୋର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ। କମ୍ପାନି କହିଛି ଡାଲିୟାନରେ ଆପଲର ଦ୍ବିତୀୟ ଷ୍ଟୋର ‘ଓଲିମ୍ପିଆ ୬୬ ମଲ୍‌’ରେ ଖୋଲା ରହିବ। ଯାହା ପାର୍କଲ୍ୟାଣ୍ଡ୍‌ ଠାରୁ ୧୦ ମିନିଟ୍‌ ଦୂରରେ ରହିଛି।ଆପଲର ଚୀନରେ ୫୬ ଷ୍ଟୋର ତେବେ ଏସବୁ ସତ୍ତ୍ବେ କମ୍ପାନି କହିଛି ଯେ, ଚୀନ ମାର୍କେଟ ଛାଡ଼ୁନାହିଁ। କମ୍ପାନିର ଗ୍ରେ

ପ୍ରଥମ ଥର ଚୀନ୍‌ରେ ରିଟେଲ ଷ୍ଟୋର ବନ୍ଦ କରିବ ଆପଲ, ଭାରତ- ସଂଯୁକ୍ତ ଆରବ ବଜାର ଉପରେ କମ୍ପାନିର ଫୋକସ

ନୂଆଦିଲ୍ଲୀ: ଟେକ୍ କମ୍ପାନି ଆପଲ ଚୀନରେ ଏହାର ରିଟେଲ ଷ୍ଟୋର ବନ୍ଦ କରିବାକୁ ଘୋଷଣା କରିଛି। କମ୍ପାନି ଅଗଷ୍ଟ ୯ରୁ ଚୀନ୍‌ର ଡାଲିୟାନ ସହରର ପାର୍କଲ୍ୟାଣ୍ଡ୍‌ ମଲ୍‌ରେ ଥିବା ଏହାର ଷ୍ଟୋର ବନ୍ଦ କରିବାକୁ ଯାଉଛି। ବଡ଼ କଥା ହେଲା ଆପଲ ୨୦୦୮ରେ ଚୀନରେ ରିଟେଲ ବ୍ୟବସାୟ ଆରମ୍ଭ କରିଥିଲା। ଆଉ ଏହା ପରଠାରୁ କୌଣସି ଷ୍ଟୋର ବନ୍ଦ କରିବାରେ ଏହା ହେଉଛି ପ୍ରଥମ ଥର। ଅବଶ୍ୟ କମ୍ପାନି କହିଛି ଚୀନ ବଜାରରେ ଏହାର ବ୍ୟବସାୟ ପୂର୍ବଭଳି ଜାରି ରହିବ। ଏହା ସହ ଭାରତ, ସାଉଦି ଆରବ ଏବଂ ୟୁଏଇ ଭଳି ମାର୍କେଟରେ ମଧ୍ୟ ନୂଆ ଷ୍ଟୋର ଖୋଲିବା ଉପରେ ଫୋକସ କରୁଥିବା କହିଛି କମ୍ପାନି।

କମ୍ପାନି ଏହାର କାରଣ ମଲ୍‌ରେ ବଦଳୁଥିବା ବ୍ୟବସାୟିକ ମାହୋଲକୁ କହିଛି। ପ୍ରକୃତରେ ପାର୍କଲ୍ୟାଣ୍ଡ୍‌ ମଲ୍‌କୁ ନିକଟରେ ଇନଟାଇମ ସିଟି ଭାବରେ ରିବ୍ରାଣ୍ଡ୍‌ କରାଯାଇଥିଲା। ଏହାର ପରିଚାଳନାରେ ପରିବର୍ତ୍ତନ ପରେ ଅନେକ ବଡ଼ ବ୍ରାଣ୍ଡ୍‌ ଏହାର ଷ୍ଟୋର ବନ୍ଦ କରିଛନ୍ତି। ଆପଲ କହିଛି, ପାର୍କଲ୍ୟାଣ୍ଡ୍‌ ମଲ୍‌ରୁ ଅନେକ ରିଟେଲରଙ୍କ ଯିବା କାରଣରୁ ଆମେ ଷ୍ଟୋର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ। କମ୍ପାନି କହିଛି ଡାଲିୟାନରେ ଆପଲର ଦ୍ବିତୀୟ ଷ୍ଟୋର ‘ଓଲିମ୍ପିଆ ୬୬ ମଲ୍‌’ରେ ଖୋଲା ରହିବ। ଯାହା ପାର୍କଲ୍ୟାଣ୍ଡ୍‌ ଠାରୁ ୧୦ ମିନିଟ୍‌ ଦୂରରେ ରହିଛି।

ଆପଲର ଚୀନରେ ୫୬ ଷ୍ଟୋର 

ତେବେ ଏସବୁ ସତ୍ତ୍ବେ କମ୍ପାନି କହିଛି ଯେ, ଚୀନ ମାର୍କେଟ ଛାଡ଼ୁନାହିଁ। କମ୍ପାନିର ଗ୍ରେଟର ଚାଇନାରେ ୫୬ ଷ୍ଟୋର ରହିଛି। ଯାହା କମ୍ପାନିର ୫୩୦ରୁ ଅଧିକ ବୈଶ୍ବିକ ଷ୍ଟୋରର ୧୦% ଅଧିକ  ଅଂଶ। ଚୀନ ବ୍ୟତୀତ, ଆପଲ ଭାରତ, ସାଉଦି ଆରବ, ୟୁଏଇ ଏବଂ ଡେଟ୍ରାୟଟରେ ନୂଆ ଷ୍ଟୋର ଖୋଲିବା ପାଇଁ ଯୋଜନା କରୁଛି।

ଭାରତରେ ପ୍ରଡକ୍ସନ ଉପରେ ଫୋକସ କରୁଛି ଆପଲ

ଆପଲ ଚୀନ ବଦଳରେ ଭାରତରେ ଆଇଫୋନର ପ୍ରଡକ୍ସନ ଉପରେ ଫୋକସ କରୁଛି। ଏବେ ଆମେରିକାରେ ବିକ୍ରି ହେଉଥିବା ୭୮% ଆଇଫୋନ ଭାରତରେ ତିଆରି ହେଉଛି। ମାର୍କେଟ ରିସର୍ଚ୍ଚର କେନାଲିସଙ୍କ ଅନୁସାରେ ୨୦୨୫ରେ ଜାନୁଆରୀରୁ ଜୁନ ମଧ୍ୟରେ ଭାରତରେ ୨୩.୯ ମିଲିୟନ ବା ପ୍ରାୟ ୨ କୋଟି ୩୯ ଲକ୍ଷ ଆଇଫୋନ ତିଆରି ହୋଇଛି। ଯାହା ଗତ ବର୍ଷ ତୁଳନାରେ ୫୩% ଅଧିକ।

ସେହିଭଳି ରିସର୍ଚ୍ଚ ଫର୍ମ ସାଇବରମିଡିଆ ରିସର୍ଚ୍ଚ ଅନୁସାରେ ଭାରତରୁ ଆଇଫୋନର ରପ୍ତାନୀ ମଧ୍ୟ ବଢ଼ି ୨୨.୮୮ ମିଲିୟନ ୟୁନିଟ ହୋଇଛି। ଗତ ବର୍ଷ ସମାନ ଅବଧିରେ ଏହା ଭାରତରେ ଆଇଫୋନ ମ୍ୟାନୁଫ୍ୟାକଚରିଂର ତଥ୍ୟ ୧୫.୦୫ ମିଲିୟନ ଥିଲା। ଅର୍ଥାତ ବାର୍ଷିକ ଆଧାରରେ ଏଥିରେ ୫୨% ବଢ଼ିଛି।

ସେହିଭଳି ୨୦୨୫ରେ ପ୍ରଥମ ୬ ମାସରେ ଭାରତରୁ ପ୍ରାୟ ୧.୯୪ ଲକ୍ଷ କୋଟି ଟଙ୍କାର ଆଇଫୋନ ରପ୍ତାନୀ କରାଯାଇଛି। ଗତ ବର୍ଷ ଏହି ସଂଖ୍ୟା ୧.୨୬ ଲକ୍ଷ କୋଟି ଟଙ୍କା ଥିଲା।

୨୦୨୫ ଏପ୍ରିଲ ମାସରେ ଭାରତରୁ ଆମେରିକାକୁ ୩୩ ଲକ୍ଷ ଆଇଫୋନ ପଠାଯାଇଛି। ସେହିଭଳି ଚୀନରୁ ପଠାଯାଇଥିବା ମୋବାଇଲର ସଂଖ୍ୟା ୯ ଲକ୍ଷ ରହିଛି। ଯେଉଁ ଆଇଫୋନର ନିର୍ମାଣ ଭାରତରେ ହୋଇଛି, ସେଥିରେ ୭୮% ଆମେରିକାକୁ ପଠାଯାଇଛି। ଗତ ବର୍ଷ ଏହି ସଂଖ୍ୟା ୫୩% ଥିଲା।