ପ୍ରଥମ ଥର ପାଇଁ ସୋନପୁରକୁ ଗଡ଼ିବ ଯାତ୍ରୀବାହୀ ଟ୍ରେନ

ଫେବ୍ରୁଆରୀ ୮ରୁ ପୁରୀରୁ ସୋନପୁର ମଧ୍ୟରେ ଚଳାଚଳ କରିବ ଟ୍ରେନ।

ପ୍ରଥମ ଥର ପାଇଁ ସୋନପୁରକୁ ଗଡ଼ିବ ଯାତ୍ରୀବାହୀ ଟ୍ରେନ

ପ୍ରଥମ ଥର ପାଇଁ ସୋନପୁରକୁ ଗଡ଼ିବ ଯାତ୍ରୀବାହୀ ଟ୍ରେନ। ପୁରୀ ଶ୍ରୀକ୍ଷେତ୍ର ସହ ରେଳ ଯୋଗେ ଯୋଡି ହେବ ପାତାଳୀ ଶ୍ରୀକ୍ଷେତ୍ର। ଆସନ୍ତାକାଲି ସମ୍ବଲପୁରରୁ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫେବ୍ରୁଆରୀ ୮ରୁ ପୁରୀରୁ ସୋନପୁର ମଧ୍ୟରେ ଚଳାଚଳ କରିବ ଟ୍ରେନ। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଅନୁସାରେ, ସୋନପୁରକୁ ଯାତ୍ରୀବାହୀ ଟ୍ରେନଟି ଯିବା ବେଳେ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ତାଳଚେର ଅନୁଗୋଳ, ବଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ବଲାଙ୍ଗିର, ବରଗଡ଼, ବିଛୁପାଲି, ନରସିଂହଗଡ଼ ଓ ସୋନପୁର ଷ୍ଟେସନରେ ରହିବ। ଏହି ଟ୍ରେନ ସପ୍ତାହକୁ ଥରେ ଗଡିବ। ହେଲେ ଆଗାମୀ ଦିନରେ ସବୁଦିନ ଗଢ଼ିବାର ସମ୍ଭବନା ରହିଛି।

ସୂଚନାଯୋଗ୍ୟ, ଆସନ୍ତାକାଲି ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରେମେଡ ପଡିଆରେ ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇ ଜନ ସାଧାରଣଙ୍କୁ ଉଦବୋଧନ ଦେବେ ମୋଦି। ସମ୍ବଲପୁର IIMର ଲୋକାର୍ପଣ ସହ ଅନ୍ୟ କେତେକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନର କାର୍ଯ୍ୟକ୍ରମ ରହିଛି।