ପ୍ରଥମ ଥର ବିଦେଶରେ ରାମ ଲାଲାଙ୍କ ଉପରେ ଜାରି ହେଲା ଡାକ ଟିକେଟ୍, ପଡୋଶୀ ଦେଶରେ ବେଶ୍ ଲୋକପ୍ରୀୟ ରାମୟଣ

ଲାଓସ୍: ଅଯୋଧ୍ୟାସ୍ଥିତ ରାମ ମନ୍ଦିରରେ ବିରାଜମାନ ରାମ ଲଲାଙ୍କ ମୂର୍ତ୍ତି ଉପରେ ପ୍ରଥମ ଥର ଏକ ଅନ୍ୟ ଦେଶ ଡାକଟିକେଟ୍ ଜାରି କରିଛି। ଦକ୍ଷିଣ-ପୂର୍ବ ଏସିୟ ଦେଶ ଲାଓସ୍ ପିଡିଆର ଶନିବାର ରାମ ଲଲାଙ୍କ ଉପରେ ଡାକଟିକେଟ୍ ଜାରି କରିଛି। ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଓ ଲାଓସ ବିଦେଶ ମନ୍ତ୍ରୀ ସେଲୁମକ୍ସେ କୋମାସିଥ ମିଳିତ ରୂପେ ଏହି ଡାକ ଟିକେଟକୁ ଉନ୍ମୋଚନ କରିଛନ୍ତି। ଲାଓସରେ ଆସିୟାନ ଦେଶମାନଙ୍କର ବୈଠକ ଅନୁଷ୍ଠିତ ହେଉଛି, ଯେଉଁଥିରେ ଅଂଶଗ୍ରହଣ କରିବା ପାଇଁ ଭାରତୀୟ ବୈଦେଶିକ ମନ୍ତ୍ରୀ ଏବେ ଲାଓସ ଗସ୍ତରେ ଅଛନ୍ତି। ଆସିୟାନ ବୈଠକ ପରେ ଆସିୟାନ ଦେଶଙ୍କ ବୈଦେଶିକ ମନ୍ତ୍ରୀମାନଙ୍କର ବୈଠକ ହୋଇଛି, ଯେଉଁଥିରେ ଜୟଶଙ୍କରଙ୍କ ସହିତ ମିଳିତ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଏହି ବୈଠକ ପରେ ଦୁଇ ଦେଶଙ୍କ ଐତିହାସିକ ସମ୍ପର୍କକୁ ଦର୍ଶାଇବା ଲାଗି ଦୁଇଟି ଡାକଟିକେଟ୍ ଜାରି  କରିଛନ୍ତି। ଦ୍ୱିତୀୟ ଡାକ ଟିକେଟ୍‌ଟି ଲାଓସ ସ୍ଥିତ ଭଗବାନ ବୁଦ୍ଧଙ୍କ ଏକ ମୂର୍ତ୍ତିର। ଉଲ୍ଲେଖଯୋଗ୍ୟ ଯେ ଦକ୍ଷିଣ-ପୂର୍ବ ଏସିୟାର କିଛି ଅନ୍ୟ ଦେଶଙ୍କ ଭଳି ଲାଓସରେ ବି ରାମାୟଣର ବେଶ୍ ଲୋକପ୍ରିୟତା ରହିଛି ଓ ପ୍ରଭୁ ରାମଙ୍କ ନାମ ସହିତ ପ୍ରତ୍ୟେକ ନାଗରିକ ପରିଚିତ। ରାମାୟଣର ଏକ ଲାଓସ ଭର୍ସନ ମଧ୍ୟ ରହିଛି। ସେଠାରେ ବର୍ଷର ପବିତ୍ର ମାସରେ ରାମ କଥା  ଆୟୋଜନ ହୁଏ ଓ ଏହାର ମଞ୍ଚ ଅଭିନୟ ମଧ୍ୟ କରାଯାଏ ଠିକ୍ ଆମ ଭାରତ ଭଳି। 

ପ୍ରଥମ ଥର ବିଦେଶରେ ରାମ ଲାଲାଙ୍କ ଉପରେ ଜାରି ହେଲା ଡାକ ଟିକେଟ୍, ପଡୋଶୀ ଦେଶରେ ବେଶ୍ ଲୋକପ୍ରୀୟ ରାମୟଣ

ଲାଓସ୍: ଅଯୋଧ୍ୟାସ୍ଥିତ ରାମ ମନ୍ଦିରରେ ବିରାଜମାନ ରାମ ଲଲାଙ୍କ ମୂର୍ତ୍ତି ଉପରେ ପ୍ରଥମ ଥର ଏକ ଅନ୍ୟ ଦେଶ ଡାକଟିକେଟ୍ ଜାରି କରିଛି। ଦକ୍ଷିଣ-ପୂର୍ବ ଏସିୟ ଦେଶ ଲାଓସ୍ ପିଡିଆର ଶନିବାର ରାମ ଲଲାଙ୍କ ଉପରେ ଡାକଟିକେଟ୍ ଜାରି କରିଛି। ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଓ ଲାଓସ ବିଦେଶ ମନ୍ତ୍ରୀ ସେଲୁମକ୍ସେ କୋମାସିଥ ମିଳିତ ରୂପେ ଏହି ଡାକ ଟିକେଟକୁ ଉନ୍ମୋଚନ କରିଛନ୍ତି। 

ଲାଓସରେ ଆସିୟାନ ଦେଶମାନଙ୍କର ବୈଠକ ଅନୁଷ୍ଠିତ ହେଉଛି, ଯେଉଁଥିରେ ଅଂଶଗ୍ରହଣ କରିବା ପାଇଁ ଭାରତୀୟ ବୈଦେଶିକ ମନ୍ତ୍ରୀ ଏବେ ଲାଓସ ଗସ୍ତରେ ଅଛନ୍ତି। ଆସିୟାନ ବୈଠକ ପରେ ଆସିୟାନ ଦେଶଙ୍କ ବୈଦେଶିକ ମନ୍ତ୍ରୀମାନଙ୍କର ବୈଠକ ହୋଇଛି, ଯେଉଁଥିରେ ଜୟଶଙ୍କରଙ୍କ ସହିତ ମିଳିତ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଏହି ବୈଠକ ପରେ ଦୁଇ ଦେଶଙ୍କ ଐତିହାସିକ ସମ୍ପର୍କକୁ ଦର୍ଶାଇବା ଲାଗି ଦୁଇଟି ଡାକଟିକେଟ୍ ଜାରି  କରିଛନ୍ତି। ଦ୍ୱିତୀୟ ଡାକ ଟିକେଟ୍‌ଟି ଲାଓସ ସ୍ଥିତ ଭଗବାନ ବୁଦ୍ଧଙ୍କ ଏକ ମୂର୍ତ୍ତିର। 

ଉଲ୍ଲେଖଯୋଗ୍ୟ ଯେ ଦକ୍ଷିଣ-ପୂର୍ବ ଏସିୟାର କିଛି ଅନ୍ୟ ଦେଶଙ୍କ ଭଳି ଲାଓସରେ ବି ରାମାୟଣର ବେଶ୍ ଲୋକପ୍ରିୟତା ରହିଛି ଓ ପ୍ରଭୁ ରାମଙ୍କ ନାମ ସହିତ ପ୍ରତ୍ୟେକ ନାଗରିକ ପରିଚିତ। ରାମାୟଣର ଏକ ଲାଓସ ଭର୍ସନ ମଧ୍ୟ ରହିଛି। ସେଠାରେ ବର୍ଷର ପବିତ୍ର ମାସରେ ରାମ କଥା  ଆୟୋଜନ ହୁଏ ଓ ଏହାର ମଞ୍ଚ ଅଭିନୟ ମଧ୍ୟ କରାଯାଏ ଠିକ୍ ଆମ ଭାରତ ଭଳି।