ପ୍ରଥମ ଥର ବେବି ବମ୍ପ ସହ ନଜର ଆସିଲେ ଆଥିଆ ଶେଟ୍ଟୀ, ଅନୁଷ୍କାଙ୍କ ସହ ଅଷ୍ଟ୍ରେଲିଆରେ ବିତାଉଛନ୍ତି ସମୟ…

ମୁମ୍ଵାଇ ୩୦।୧୨; ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଲାଡଲୀ ଆଥିଆ ଶେଟ୍ଟୀ । ସେ ଖୁବ ଶୀଘ୍ର ମାଆ ହେବାକୁ ଯାଉଛନ୍ତି। ଗତ ମାସରେ ଆଥିଆ ଏବଂ କେଏଲ ରାହୁଲ ଦୁହେଁ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ । ଏହାକୁ ଦେଖି ସେମାନଙ୍କ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ହୋଇଯାଇଥିଲେ । ସେ କହିଛନ୍ତି ଯେ ବର୍ତ୍ତମାନ ସେମାନେ ଦୁଇରୁ ତିନି ହେବାକୁ ଯାଉଛନ୍ତି। ତେବେ ଗର୍ଭଧାରଣର ପରେ ଏହି ଦମ୍ପତି ଗଣମାଧ୍ୟମ ଠାରୁ ଦୂରରେ ରହିଥିଲେ। ନିକଟରେ ଆଥିଆ ପ୍ରଥମ ଥର ପାଇଁ ତାଙ୍କ ବେବି ବମ୍ପ ସହ ନଜର ଆସିଛନ୍ତି। ଏବେ ତାଙ୍କର ଏହି ଭିଡିଓ ଖୁବ୍‌ ଭାଇରାଲ୍ ହେଉଛି ।Nitish Kumar Reddy's Father with Anushka Sharma and Athiya Shetty at MCG#ViratKohli | #AnushkaSharma |#AUSvIND pic.twitter.com/UAqMdbyBg7— ???????????????????????? (@wrognxvirat) December 29, 2024ଆଥିଆର ଏହି ଭାଇରାଲ୍ ଭିଡିଓ ଅଷ୍ଟ୍ରେଲିଆର…. ଯେଉଁଥିରେ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି। ଅନୁଷ୍କା ଶର୍ମାଙ୍କ ସହ ସେ ଅଧିକାଂଶ ସମୟ ବିତାଉଛନ୍ତି।  ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଆଥିଆ ଏକ ଷ୍ଟ୍ରିପ୍ ଟପ୍ ଏବଂ ଡେନିମ୍ ଲଙ୍ଗ ସ୍କର୍ଟ ପିନ୍ଧିଥିବାବେଳେ ଅନୁଷ୍କା ଧଳା ରଙ୍ଗର ସାର୍ଟ ସହିତ ବେଜି ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଛନ୍ତି। ନୀତିଶ କୁମାର ରେଡ୍ଡୀଙ୍କ ପରିବାରକୁ ଭେଟିବା ପରେ ଦୁହେଁ କ୍ରିକ

ପ୍ରଥମ ଥର ବେବି ବମ୍ପ ସହ ନଜର ଆସିଲେ ଆଥିଆ ଶେଟ୍ଟୀ, ଅନୁଷ୍କାଙ୍କ ସହ ଅଷ୍ଟ୍ରେଲିଆରେ ବିତାଉଛନ୍ତି ସମୟ…

ମୁମ୍ଵାଇ ୩୦।୧୨; ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଲାଡଲୀ ଆଥିଆ ଶେଟ୍ଟୀ । ସେ ଖୁବ ଶୀଘ୍ର ମାଆ ହେବାକୁ ଯାଉଛନ୍ତି। ଗତ ମାସରେ ଆଥିଆ ଏବଂ କେଏଲ ରାହୁଲ ଦୁହେଁ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ । ଏହାକୁ ଦେଖି ସେମାନଙ୍କ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ହୋଇଯାଇଥିଲେ । ସେ କହିଛନ୍ତି ଯେ ବର୍ତ୍ତମାନ ସେମାନେ ଦୁଇରୁ ତିନି ହେବାକୁ ଯାଉଛନ୍ତି। ତେବେ ଗର୍ଭଧାରଣର ପରେ ଏହି ଦମ୍ପତି ଗଣମାଧ୍ୟମ ଠାରୁ ଦୂରରେ ରହିଥିଲେ। ନିକଟରେ ଆଥିଆ ପ୍ରଥମ ଥର ପାଇଁ ତାଙ୍କ ବେବି ବମ୍ପ ସହ ନଜର ଆସିଛନ୍ତି। ଏବେ ତାଙ୍କର ଏହି ଭିଡିଓ ଖୁବ୍‌ ଭାଇରାଲ୍ ହେଉଛି ।

ଆଥିଆର ଏହି ଭାଇରାଲ୍ ଭିଡିଓ ଅଷ୍ଟ୍ରେଲିଆର…. ଯେଉଁଥିରେ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି। ଅନୁଷ୍କା ଶର୍ମାଙ୍କ ସହ ସେ ଅଧିକାଂଶ ସମୟ ବିତାଉଛନ୍ତି।  ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଆଥିଆ ଏକ ଷ୍ଟ୍ରିପ୍ ଟପ୍ ଏବଂ ଡେନିମ୍ ଲଙ୍ଗ ସ୍କର୍ଟ ପିନ୍ଧିଥିବାବେଳେ ଅନୁଷ୍କା ଧଳା ରଙ୍ଗର ସାର୍ଟ ସହିତ ବେଜି ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଛନ୍ତି। ନୀତିଶ କୁମାର ରେଡ୍ଡୀଙ୍କ ପରିବାରକୁ ଭେଟିବା ପରେ ଦୁହେଁ କ୍ରିକେଟ୍ ଷ୍ଟାଡିୟମରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓକୁ ବହୁତ ପସନ୍ଦ କରାଯାଉଛି । ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରିବା ପରେ କେ.ଏଲ୍ ରାହୁଲ ଏବଂ ଆଥିଆ ଶେଟ୍ଟୀ ୨୦୨୩ ମସିହାରେ ବିବାହ କରିଥିଲେ।

ବର୍ତ୍ତମାନ ବିବାହର ପ୍ରାୟ ଏକ ବର୍ଷ ପରେ ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛନ୍ତି। ଗତ ମାସରେ, ଉଭୟ ନିଜ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଥିଲେ। ଗର୍ଭଧାରଣର ଏହି ବିଶେଷ ସମୟ ମଧ୍ୟରେ ଆଥିଆ ତାଙ୍କ ସ୍ୱାମୀ କେ.ଏଲ୍ ରାହୁଲଙ୍କ ସହ ସମୟ ବିତାଉଛନ୍ତି । ଏହି ସମୟ ମଧ୍ୟରେ ମେଲବର୍ଣ୍ଣରେ ଚାଲିଥିବା ଟେଷ୍ଟ ସିରିଜରେ କ୍ରିକେଟର ତାଙ୍କ ଟିମ୍‌କୁ ଚିଅର ଅପ୍‌ କରୁଛନ୍ତି । ଯେଉଁଥିରେ ଆଥିଆ ଶେଟ୍ଟୀ ମଧ୍ୟ ନଜର ଆସିଛନ୍ତି।