ପ୍ରଥମ ଦିନିକିଆରେ ଭାରତର ସହଜ ବିଜୟ, ଡେବ୍ୟୁ ମ୍ୟାଚ୍ରେ ଚମକ ଦେଖାଇଲେ ସାଇ ସୁଦର୍ଶନ
ବ୍ୟାଟିଂ ଆରମ୍ଭରୁ ହିଁ ବ୍ୟାକଫୁଟ୍ରେ ରହିଥିଲା ଦକ୍ଷିଣ ଆଫ୍ରିକା। ଦ୍ୱିତୀୟ ଓଭରରେ ଲଗାତର ଦୁଇଟି ୱିକେଟ ନେଇ ଘରୋଇ ଦଳକୁ ବ୍ୟାକଫୁଟ୍କୁ ଠେଲି ଦେଇଥିଲା ଭାରତ ।
ମାତ୍ର ୧୬ ଓଭରରେ ଖେଳ ଖତମ୍ । ବିଜୟରୁ ଦକ୍ଷିଣ ଆଫ୍ରିକାରେ ୱାନ ଡେ’ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ପ୍ରଥମ ୱାନ ଡେ’ ରେ ଘରୋଇ ଦଳକୁ ୮ ୱିକେଟରେ ପରାସ୍ତ କରିଛି ଭାରତ । ତିନି ଟିକିଆ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଜୋହାନ୍ସବର୍ଗରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା।
ବ୍ୟାଟିଂ ଆରମ୍ଭରୁ ହିଁ ବ୍ୟାକଫୁଟ୍ରେ ରହିଥିଲା ଦକ୍ଷିଣ ଆଫ୍ରିକା। ଦ୍ୱିତୀୟ ଓଭରରେ ଲଗାତର ଦୁଇଟି ୱିକେଟ ନେଇ ଘରୋଇ ଦଳକୁ ବ୍ୟାକଫୁଟ୍ରେ ରଖିଥିଲା ଭାରତ । ଏହା ପରେ ଲଗାତର ବ୍ୟବଧାନରେ ୱିକେଟ ଅକ୍ତିଆର କରିଥିଲା ଟିମ୍ ଇଣ୍ଡିଆ। ଅର୍ଶଦୀପ ସିଂ ଓ ଆଭେଶ୍ ଖାନ୍ଙ୍କ ଦ୍ରୁତ ବୋଲିଂ ଆଗରେ ସାଉଥ ଆଫ୍ରିକାର କୌଣସି ବ୍ୟାଟ୍ସମ୍ୟାନ୍ ଅଧିକ ସମୟ ତିଷ୍ଠି ପାରିନଥିଲେ। ଯାହାଫଳରେ ମାତ୍ର ୧୧୬ ରନ୍ କରି ଅଲଆଉଟ ହୋଇଥିଲା ଘରୋଇ ଦଳ। ଭାରତ ପକ୍ଷରୁ ଅର୍ଶଦୀପ ସିଂ ୫ଟି ୱିକେଟ ନେଇଥିବାବେଳେ ଆଭେସ୍ ଖାନ୍ ୪ଟି ଅକ୍ତିଆର କରିଥିଲେ।
୧୧୭ ରନ୍ର ସହଜ ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୧୬.୪ ଓଭରରେ ହାସଲ କରିନେଇଥିଲା। ଭାରତ ପକ୍ଷରୁ ଡେବ୍ୟୁଟାଣ୍ଟ ସାଇ ସୁଦର୍ଶନ ୫୫ ରନ୍ କରିଥିବାବେଳେ ଶ୍ରେୟସ ଆୟର ୫୨ ରନ୍ କରିଥିଲେ। ଏହି ବିଜୟ ସହ ତିନି ଟିକିଆ ସିରିଜ୍ରେ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ।